ପ୍ରାଣୀଙ୍କ ନକଲପ୍ରିୟତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ପ୍ରାଣୀମାନେ ଆକାର, ପ୍ରକାର ଓ ରଙ୍ଗ ପରିବର୍ତ୍ତନ କରି ଅନ୍ୟକୁ ଅନୁକରଣ ବା ନକଲ କରିବାରେ ଧୁରନ୍ଧର। ଆମେ ଯଦି ଚାଇନା ବା ଆଫ୍ରିକୀୟ ଦେଶକୁ ଯାଇ ସେ ଦେଶର ଲୋକଙ୍କ ପରି ହେବାକୁ ଚେଷ୍ଟା କରିବା, ହୋଇପାରିବା କି? ନା ଆମେ ଡେଙ୍ଗା ବା ବାଙ୍ଗର ହୋଇପାରିବା, ନା ଡେଙ୍ଗା ନାକକୁ ଚେପ୍‌ଟା କରିପାରିବା ନା ଦେହର ରଙ୍ଗ ବଦଳାଇପାରିବା। କିନ୍ତୁ ପ୍ରାଣୀ ଓ କୀଟ ଏହା ସହଜରେ କରିପାରନ୍ତି। ସେମାନେ ଏମିତି ପ୍ରଜାତିର ଜୀବ ପରି ହୋଇଯାଆନ୍ତି ଯେ, ଶତ୍ରୁ ସେମାନଙ୍କୁ ଛାଡି ଚାଲିଯାଏ।
ଏସିଆର ମକ୍‌ ଭାଇପର୍‌ (ଏକ ପ୍ରକାର ସାପ) ଆଦୌ ବିଷାକ୍ତ ବା କ୍ଷତିକାରକ ନୁହେଁ। କିନ୍ତୁ ତିନିକୋଣିଆ ମୁଣ୍ଡ ଯୋଗୁ ଏହାକୁ ଦେଖିଲେ ବିପଜ୍ଜନକ ମନେହୁଏ। ମକ୍‌ ଭାଇପର୍‌ର ଆଖିରେ ଗୋଲାକାର ପଟଳ ରହିଛି। କିନ୍ତୁ ପ୍ରକୃତ ବିଷାକ୍ତ ପିଟ୍‌ ଭାଇପର୍‌ର ଭର୍ଟିକାଲ ସ୍ଲିଟ ରହିଥାଏ। ମକ୍‌ ଭାଇପର୍‌ ଏତେ ଚାଲାକ୍‌ ଯେ, ଯେତେବେଳେ ତା’ ଉପରକୁ ବିପଦ ଆସେ ସେ ତା’ ପଟଳକୁ ଅଚାନକ ପିଟ୍‌ ଭାଇପର୍‌ ଭଳି କରିଦିଏ ଏବଂ ତାକୁ ଦେଖି ଯେଉଁ ଆତଙ୍କ ସୃଷ୍ଟି ହୁଏ ତା’ ଭିତରେ ସେ ଖସି ପଳାଇଯାଏ।
ପ୍ରାଣୀମାନେ ନିଜକୁ ରକ୍ଷା କରିବା ପାଇଁ କେବଳ ନକଲ କରନ୍ତିନି ବରଂ ଶିକାର କଲାବେଳେ ମଧ୍ୟ ଏହା କରିଥାନ୍ତି। ଶିକାରର ନିକଟତର ହେବାବେଳେ ସେମାନେ ତା’ ପ୍ରତି ବିଶ୍ୱାସ ଜନ୍ମାଇ ତାକୁ ବୋକା ବନାଇଦିଅନ୍ତି। ଗ୍ରୀନ୍‌ ଲେସ୍‌ଓ୍ବିଙ୍ଗ ଲାର୍ଭା ପିମ୍ପୁଡିମାନେ ଘେରବନ୍ଦୀ କରି ନେଇ ଯାଉଥିବା ଉଲି ଆଲ୍‌ଡର ଆଫିଡ୍‌କୁ ଖାଇଥାଏ। ଏହା ଆଫିଡ୍‌ ପଛରୁ ଏକ ପ୍ରକାର ଅଠାଳିଆ ଉଲ୍‌ ଟାଣିଆଣି ନିଜଠି ଲଗାଇଦିଏ ଏବଂ ପିମ୍ପୁଡି ଦଳକୁ ତାଙ୍କ ଗୋଷ୍ଠୀର ଅଂଶ ବୋଲି ବିଶ୍ୱାସ ଜନ୍ମାଇ ପିମ୍ପୁଡ଼ିଙ୍କ ଘେର ଭିତରେ ପଶି ଆଫିଡ୍‌ମାନଙ୍କୁ ଖାଏ। ଜୋନ୍‌ ଟେଲ୍‌ ହକ୍‌ (ଏକ ପ୍ରକାର ବାଜପକ୍ଷୀ) ଜିଅନ୍ତା ପ୍ରାଣୀଙ୍କୁ ଖାଏ। କିନ୍ତୁ ଏହା ମଲା ପ୍ରାଣୀଙ୍କ ମାଂସ ଖାଉଥିବା ଶାଗୁଣା ଭଳି ନକଲ କରି ଉଡ଼େ। ବାଜପକ୍ଷୀକୁ ଦେଖି ସାଧାରଣତଃ ଲୁଚୁଥିବା ଛୋଟ ଛୋଟ ପ୍ରାଣୀମାନେ ଶାଗୁଣା ଭଳି ଦେଖାଯାଉଥିବା ଜୋନ୍‌ ଟେଲ୍‌ ହକ୍‌ ଦ୍ୱାରା ଧୋକାର ଶିକାର ହୋଇଥାନ୍ତି। ସେମାନଙ୍କୁ ଜୋନ୍‌ ଟେଲ୍‌ ହକ୍‌ ଝାମ୍ପି ନେଇ ଖାଏ।
କ୍ଲିନର୍‌ ଫିସ୍‌ କ୍ଷତିକାରକ ନୁହେଁ। ବଡ଼ମାଛ ଉପରେ ରହିଥିବା ପରଜୀବୀଙ୍କୁ ଏମାନେ ଖାଇଥାନ୍ତି। ଶିକାରୀ ସେବର୍‌ ଟୁଥ୍‌ ବ୍ଲେନୀ ଶରୀରରେ କ୍ଲିନର୍‌ ଫିସ୍‌ ଭଳି କଳା ଓ ନୀଳ ଦାଗ ରହିଛି ଏବଂ ଏହା ତା’ର ପହଁରିବା ଶୈଳୀର ନକଲ କରେ। କ୍ଲିନିଂ ଷ୍ଟେଶନରେ ଏହା କ୍ଲିନର୍‌ ଫିସ୍‌କୁ ଠକି ବଡ଼ମାଛର ନିକଟତର ହୁଏ ଏବଂ ସେମାନଙ୍କ ଶରୀରର କିଛି ଅଂଶକୁ କାମୁଡି ପଳାଇଯାଏ। ୩ ଇଞ୍ଚିଆ ମାଛ ଡସ୍କି ଡଟିବ୍ୟାକ୍‌ କ୍ଷତିକାରକ ମାଛ ଭଳି ଦେଖାଯାଏନି। ଏହା ଭାରତୀୟ ପ୍ରଶାନ୍ତ ମହାସାଗରର ପ୍ରବାଳପ୍ରାଚୀରରେ ରହେ। ଏମାନଙ୍କର ରଙ୍ଗ ସାଧାରଣତଃ ଗୋଲାପିରୁ ଧୂସର ହୋଇଥାଏ। କିନ୍ତୁ ଏହା ଶିକାରର ରଙ୍ଗ ସହ ମିଶିଗଲା ପରି ତା’ ଶରୀରକୁ ସବୁଜ, ହଳଦିଆମିଶା ଧୂସର ରଙ୍ଗକୁ ପରିବର୍ତ୍ତନ କରିପାରେ। କୌଶଳରେ ବଡ଼ମାଛ ଯାଆଁଳର ନକଲ କରି ତାକୁ ତା’ର ଯାଆଁଳ ବୋଲି ଭାବିବାକୁ ଦିଏ। ତା’ପରେ ଯାଆଁଳଙ୍କୁ ଖାଇଦିଏ। ଡାମ୍‌ସେଲ୍‌ଫିସ ଯାଆଁଳ ତା’ର ପ୍ରିୟ ଖାଦ୍ୟ। ଏଭଳି ସ୍ବତନ୍ତ୍ର କୌଶଳ ପ୍ରୟୋଗ କରି ଡଟିବ୍ୟାକ୍‌ ଚିହ୍ନା ନ ପଡି ବଡ ଡାମ୍‌ସେଲଫିସ୍‌ର ନିକଟତର ହୋଇଥାଏ। ସେମାନେ ସତର୍କ ହେବାବେଳକୁ ସେ ଅନେକ ଛୁଆମାଛଙ୍କୁ ଖାଇସାରି ତା’ ରଙ୍ଗ ବଦଳାଇ ଆଉ ଏକ ମାଛଦଳ ଭିତରକୁ ଚାଲିିଯାଏ।
ସ୍ଲେଣ୍ଡର୍‌ ଟ୍ରମ୍ପେଟ୍‌ ଫିସ୍‌ କୋମଳ ପ୍ରବାଳ ଶାଖା ମଧ୍ୟରେ ଉପରୁ ତଳ ପହଁରେ ଏବଂ ଶୈବାଳ ରଙ୍ଗ ସହ ମେଳକରି ତା’ ରଙ୍ଗ ବଦଳାଇଥାଏ। ଏହି ମାଛକୁ ତା’ର ଶିକାର ଛୋଟ ପ୍ରାଣୀମାନେ ପ୍ରାୟତଃ ଦେଖିପାରନ୍ତି ନାହିଁ। ମେରାଇନ୍‌ ଫ୍ଲାଟ୍‌ଓ୍ବର୍ମ ସାମୁଦ୍ରିକ ସ୍ଲଗ୍‌ ଭଳି ଦେଖାଯିବା ପାଇଁ ଏହାର ଆକାର ବୃଦ୍ଧି କରେ। ଏହା ଏକ ପ୍ରକାର ବିଷାକ୍ତ ଓ କଟୁ ବାସ୍ନାଯୁକ୍ତ ପଦାର୍ଥ ନିର୍ଗତ କରେ ଯେଉଁଥିପାଇଁ ଜଳଚର ଶତ୍ରୁ ଜୀବ ଏହାକୁ ଛାଡି ଚାଲିିଯାଆନ୍ତି।
ମିଲ୍କ ସ୍ନେକ୍‌ କ୍ଷତିକାରକ ନୁହେଁ, କିନ୍ତୁ ଧୀରେ ଧୀରେ ଏହାର ରୂପ ପରିବର୍ତ୍ତନ କରି ବିଷାକ୍ତ କୋରାଲ ସ୍ନେକ୍‌ର ପଟି ପଟି ଦାଗ ଭଳି ତା’ ଶରୀରରେ ସୃଷ୍ଟି କରିଥାଏ। ଏହା କେବଳ ସେହି ଅଞ୍ଚଳରେ ଘଟିଥାଏ ଯେଉଁଠି ମିଲ୍କ ସ୍ନେକ୍‌ ଓ କୋରାଲ ସ୍ନେକ୍‌ ଏକାଠି ଦେଖିବାକୁ ମିଳନ୍ତି। ଅନ୍ୟ ଅଞ୍ଚଳରେ ମିଲ୍କ ସ୍ନେକ୍‌ କୋରାଲ ସ୍ନେକ୍‌ ଭଳି ଦେଖାଯାଇ ନ ଥାଏ।
ହଗ୍‌ନୋଜ୍‌ଡ ସାପ କ୍ଷତିକାରକ ନୁହେଁ। କିନ୍ତୁ ଭୟ ପାଇଲେ ତାହା ର଼୍ୟାଟ୍‌ଲସ୍ନେକ୍‌ର ବାହାନା କରେ। ସତେ ଯେମିତି କାମୁଡିବ ସେମିତି ମୁଣ୍ଡ ଉଠାଇଥାଏ ଏବଂ ଗଳାରୁ ର଼୍ୟାଟ୍‌ଲସ୍ନେକ୍‌ ପରି ଶବ୍ଦ ବାହାରକରେ। ଯଦି ଏହା କାମ ନ କରେ ତେବେ ଏହା ମୃତ ଭଳି ବାହାନା କରେ ଓ ଶରୀରରୁ ପଚା ଗନ୍ଧ ନିର୍ଗତ କରିଥାଏ।
ଆଫ୍ରିକାର ମାଉଥ୍‌ ବ୍ରିଡିଂ ମାଈ ସିଚ୍‌ଲିଡ ଫିସ୍‌ ମୋର ଅତି ପ୍ରିୟ। ଏହା ପାଟିବାଟେ ଅଣ୍ଡା ଦେବା ପରେ ତାହାକୁ ପାଟି ଭିତରକୁ ନେଇଯାଏ। ଏପରିକି ଅଣ୍ଡିରା ସିଚ୍‌ଲିଡ ଫିସ୍‌ ଶୁକ୍ରାଣୁ ଦ୍ୱାରା ଅଣ୍ଡାକୁ ନିଷିକ୍ତ କରିବା ପୂର୍ବରୁ ଏମିତି କରିଥାଏ। ଅଣ୍ଡିରା ସିଚ୍‌ଲିଡ ତା’ ମଳଦ୍ୱାର ନିକଟରେ ହଳଦିଆ କିମ୍ବା କମଳା ରଙ୍ଗର ଚିହ୍ନ ବିକାଶ କରେ। ଏହା ଠିକ୍‌ ଅଣ୍ଡା ଭଳି ଦେଖାଯାଏ। ସେ ମାଈ ସିଚ୍‌ଲିଡ ପାଖକୁ ଆସି ତାହାକୁ ଦେଖାଇଥାଏ। ପରେ ମାଈ ସିଚ୍‌ଲିଡ ମନେକରେ ଯେ, ସେ କିଛି ଅଣ୍ଡା ବାହାରେ ଛାଡି ଦେଇଛି ଏବଂ ତାହାକୁ ପାଟି ଭିତରକୁ ନେବାକୁ ଚେଷ୍ଟା କରେ। ଯେମିତି ସେ ପାଟି ଖୋଲେ ସେମିତି ଅଣ୍ଡିରା ସିଚ୍‌ଲିଡ ତା’ ପାଟି ଭିତରକୁ ଶୁକ୍ରାଣୁ ଛାଡିଦିଏ। ସେ ପାଟି ଭିତରେ ଏହି ଶୁକ୍ରାଣୁକୁ ରଖିବା ଦ୍ୱାରା ଅଣ୍ଡା ପାଟିରେ ନିଷିକ୍ତ ହୋଇଥାଏ। ଡେଥ୍‌ସ ହେଡ୍‌ ହକ୍‌ମଥ ମହୁ ଖାଇଥାଏ। ସେମାନେ ମହୁମାଛି ଭଳି ଗନ୍ଧ ଛାଡ଼ିିଥାନ୍ତି। ଏହାଦ୍ୱାରା ମହୁମାଛି ତାକୁ ନ ବିନ୍ଧି ଫେଣା ଭିତରକୁ ପ୍ରବେଶ କରିବାକୁ ଦେଇଥାନ୍ତି। ସେଠାରେ ସେମାନେ ଫେଣା ଭିତରେ ଥିବା ମିଠା ମହୁ ଖାଇବାରେ ଲାଗିଯାନ୍ତି। ଯେମିତି ସେମାନେ ଫେଣା ଭିତରୁ ବାହାରନ୍ତି ସେମିତି ନିଜ ସ୍ବାଭାବିକ ଗନ୍ଧକୁ ଫେରିଆସନ୍ତି।
ମୁଁ ଆଜି ପଢିଲି ଯେ, ଚାଇନାର ୟାଙ୍ଗ୍‌ସି ନଦୀରେ ରହୁଥିତ୍ବା ୨୦୦ ନିୟୁତ ବର୍ଷ ତଳର ତଥା ଡାଏନୋସର ଅମଳର ପୁରୁଣା ପ୍ରଜାତିର ପ୍ୟାଡେଲ ଫିସ୍‌ ବଂଶ ଅତ୍ୟଧିକ ମାଛଧରା ଓ ଡ୍ୟାମ୍‌ ନିର୍ମାଣ ଯୋଗୁ ବିଲୁପ୍ତ ହୋଇଯାଇଛି। ଏହା ଏକ ଭିନ୍ନ ପ୍ରକାରର ମାଛ ଥିଲା ଓ ୨୩ ଫୁଟ ଯାଏ ବଢିପାରୁଥିଲା। ଏହା ଏକ ସ୍ବତନ୍ତ୍ର ଖଣ୍ଡା ଭଳି ଶୁଣ୍ଢ ମାଧ୍ୟମରେ ବୈଦ୍ୟୁତିକ ପ୍ରତିକ୍ରିୟା ପ୍ରକାଶ କରି କଙ୍କଡା, ଗେଣ୍ଡା ଆଦି ଟାଣ ଖୋଳଥିବା ଜୀବ ଓ ମାଛ ଶିକାର କରୁଥିଲା। ଅଧିକାଂଶ ଲୋକଙ୍କର ଏହି ବିଚିତ୍ର ବିଶ୍ୱ ସମ୍ପର୍କରେ ଧାରଣା ନାହିଁ, ଯାହାକୁ ସେମାନେ ପ୍ରତିଦିନ ଧ୍ୱଂସ କରିଚାଲିଛନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri