ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ବିଦେଶରେ ରହୁଛନ୍ତି। ଦୁଇଦିନ ତଳେ ସେ ନିକ୍ଙ୍କ ପାଇଁ କର୍ବା ଚୌଥ୍ ବ୍ରତ ରଖିଥିଲେ। ତାଙ୍କର ଏହା ପ୍ରଥମ କର୍ବା ଚୌଥ୍ ଥିଲା। ଏଥିରେ ସେ ଏକ ଲାଲ୍ ରଙ୍ଗର ଶାଢ଼ି ଏବଂ ଚୁଡ଼ି ପିନ୍ଧିଥିଲେ। ନିକ୍ଙ୍କ ନାଁରେ ହାତରେ ମେହେନ୍ଦୀ ମଧ୍ୟ କରିଥିଲେ।
ସ୍ବାମୀ ନିକ୍ ପ୍ରିୟଙ୍କାଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ମୋ’ ସ୍ତ୍ରୀ ଭାରତୀୟ। ସେ ହିନ୍ଦୁ। ମୋତେ ସେ ତାଙ୍କର ସଂସ୍କୃତି, ଧର୍ମ ଏବଂ ପରମ୍ପରା ବିଷୟରେ ବହୁତ କିଛି ଶିଖାଇଛନ୍ତି। ମୁଁ ତାଙ୍କୁ ବହୁତ ଭଲପାଏ। ଆପଣମାନଙ୍କୁ କର୍ବା ଚୌଥ୍ର ଶୁଭକାମନା।
ନିକ୍ଙ୍କ କ୍ୟାପଶନ୍ ଦେଖି ୟୁଜରମାନେ ଟ୍ରୋଲ କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି ସମ୍ପର୍କ କେବଳ ଷ୍ଟାଇଲ୍ରେ ଲେଖାହୋଇଛି। ଆଉ ଜଣେ ୟୁଜର ଲେଖିଛନ୍ତି, ଯେମିତି ଲାଗୁଛି ଏହା କମ୍ ଦିନର ସମ୍ପର୍କ। ଜବରଦସ୍ତ କେହି ଲେଖିବାକୁ କହିଛି। ଏହିପରି ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇ ନିକ୍ଙ୍କୁ ଟ୍ରୋଲ କରିଛନ୍ତି।