ଲକ୍ଷ୍ନୌ,୧୫।୭: ପ୍ରେମବିବାହ ପରେ ସୁରକ୍ଷା ପାଇଁ ଆହ୍ଲାବାଦ୍ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ନବଦମ୍ପତିଙ୍କୁ କିଛି ଲୋକ ବନ୍ଧୁକ ଦେଖାଇ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ସୋମବାର ହାଇକୋର୍ଟ ଗେଟ୍ ପାଖରୁ ଅପହରଣ କରାଯାଇଛି। ନବଦମ୍ପତିଙ୍କୁ ଅପେକ୍ଷା କରି କିଛି ଲୋକ ଗେଟ୍ ପାଖରେ ଛିଡ଼ା ହୋଇଥିବା ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି। ଖବର ପାଇ ପୋଲିସ ଏହାର ତଦନ୍ତ ଜାରି ରଖିଛି।