ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ): ପ୍ରେମ ସମ୍ପର୍କରେ ବିଫଳ ହେବା ବା ପ୍ରତାରଣାର ଶିକାର ହେବା ପରେ ଅନେକେ ଆତ୍ମହତ୍ୟାର ପନ୍ଥା ବାଛି ନେଉଛନ୍ତି। ଏକ୍ଷେତ୍ରରେ ଓଡ଼ିଶାରେ ସ୍ଥିତି ଉଦ୍ବେଗଜନକ ରହିଛି। ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ, ସମଗ୍ର ଦେଶରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ୨୦୧୬ରେ ରାଜ୍ୟରେ ୧୪୪ ଯୁବତୀ ଓ ୧୯୭ ଯୁବକ ପ୍ରେମଜନିତ ବିଫଳତାରୁ ଆତ୍ମହତ୍ୟା କରିଥିଲେ। ୨୦୧୭ରେ ଏହି ସଂଖ୍ୟା ବଢ଼ିବା ସହ ୭୪ ଝିଅ ଏବଂ ୨୧୫ ପୁଅ ଆତ୍ମହତ୍ୟା କରିଥିଲେ। ଖୋର୍ଦ୍ଧା, ବାଲେଶ୍ୱର ଏବଂ କେନ୍ଦ୍ରାପଡା ଜିଲାରେ ଏହି ହାର ଅଧିକ ରହିଛି। ଅନ୍ୟପକ୍ଷରେ ଏ କ୍ଷେତ୍ରରେ ପଶ୍ଚିମବଙ୍ଗ ଦେଶରେ ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟରେ ତାମିଲନାଡୁ ଓ ତୃତୀୟରେ ମଧ୍ୟପ୍ରଦେଶ ରହିଛି। ସେହିପରି ଚତୁର୍ଥ ଗୁଜରାଟ ଓ ପଞ୍ଚମ ସ୍ଥାନରେ ମହାରାଷ୍ଟ୍ର ରହିଛି।