ବଲିଉଡ୍ରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ଭିନ୍ନଭିନ୍ନ ପରିଚୟ ସୃଷ୍ଟି କରିଚାଲିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା – ନିକ୍ ଜୋନାସ ୨୦୧୮ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରଠାରୁ ଦୁହେଁ ବହୁ ଖୁସିରେ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଫଟୋଗୁଡ଼ିକୁ ଜଣାପଡୁଛି। କିଛିଦିନ ତଳେ ନିକ୍ଙ୍କ ବଡ଼ଭାଇଙ୍କ ବିବାହ ଉତ୍ସବରେ ପ୍ରିୟଙ୍କା ବହୁତ ଭାବୁକ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି, ନିକ୍ଙ୍କୁ ବିବାହ କରିବା ପରେ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ପ୍ରେମିକ ଏବଂ ସ୍ବାମୀ ଭିତରେ ଅନେକ ଫରକ ବୋଲି ସେ କହିଛନ୍ତି। ବିବାହ ପରେ ସ୍ବାମୀ ସୁରକ୍ଷାକବଚ। ପ୍ରିୟଙ୍କା ନିଜ ବିବାହକୁ ମନେ ପକାଇ କହିଛନ୍ତି ଏହା ମୋ ପାଇଁ ଅସାଧାରଣ କଥା ଥିଲା। ମୁଁ ଏବଂ ନିକ୍ ଅକ୍ଟୋବରରେ ବିବାହ କରିବାର ଥିଲା କିନ୍ତୁ ଡିସେମ୍ବରରେ ସମ୍ପନ୍ନ ହେଲା। ବିବାହ ପାଇଁ ଆମ ହାତରେ ମାତ୍ର ଦେଢ଼ମାସ ସମୟ ଥିଲା। ଏହି କଥା ମୋ’ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ପ୍ରିୟଙ୍କା।