Posted inଫୁରସତ

ପ୍ରେମୀଯୁଗଳଙ୍କ ଆଶା ‘ଜୁଲିଏଟ୍‌ କ୍ଲବ’

ଭେରୋନା: ପ୍ରେମ ପ୍ରଣୟର କବି ଓ୍ବିଲିୟମ ସେକ୍ସପିୟର, ଯାହାଙ୍କ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ, ନାଟକକୁ ଆଜି ବି ଝୁରି ହେଉଛନ୍ତି ବିଶ୍ୱବାସୀ। ‘ଦି ବାର୍ଡ ଅଫ୍‌ ଏଭନ’ ନାମରେ ପରିଚିତ ଏହି ପ୍ରସିଦ୍ଧ ଲେଖକଙ୍କ ବିଷୟରେ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ହୁଏତ ଅନେକେ ଜାଣି ନ ଥିବେ ସେକ୍ସପିୟରଙ୍କ ପ୍ରେମିକା ‘ଜୁଲିଏଟ୍‌’ଙ୍କ ନାମରେ ଏବେ ବି ଆସୁଛି ହଜାର ହଜାର ଚିଠି। ଆଉ ସବୁଠାରୁ ରୋଚକ କଥା ହେଉଛି, ସବୁ ଚିଠିର ଉତ୍ତର ମଧ୍ୟ ଦିଆଯାଉଛି। ଏଥିପାଇଁ ଗଠିତ ହୋଇଛି ‘ଜୁଲିଏଟ୍‌ କ୍ଲବ’। ଇଟାଲୀର ଅନ୍ୟତମ ସୁନ୍ଦର ସହର ‘ଭେରୋନା’। ଏକଥା ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ସୁନ୍ଦରତା ପାଇଁ ନୁହେଁ, ବରଂ ସେକ୍ସପିୟରଙ୍କ ପ୍ରେମିକା ‘ଜୁଲିଏଟ’ଙ୍କ ସହର ପାଇଁ ଏହା ବେଶି ପରିଚିତ। ଜୁଲିଏଟଙ୍କ ସ୍ମୃତିରକ୍ଷା ପାଇଁ ଏଠାରେ ରହିଛି ‘ଜୁଲିଏଟ କ୍ଲବ’। ଏଠାକୁ ସାରା ଦୁନିଅଁାରୁ ବିଭିନ୍ନ ଭାଷାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଚିଠି ଆସୁଛି। ସେଥିମଧ୍ୟରୁ ଅଧିକାଂଶ ଚିଠି ପ୍ରେମରେ ବିଫଳ ହୋଇଥିବା ପ୍ରେମିକାପ୍ରେମିକଙ୍କର। ଏହା ପଛରେ ରହିଥିବା ବିଶ୍ୱାସ ବି ବଡ଼ ଆଶ୍ଚର୍ଯ୍ୟଜନକ। ଜୁଲିଏଟ୍‌ଙ୍କ ନାମରେ ଚିଠି ଲେଖିଲେ ପ୍ରେମର ପଥ କୁସୁମିତ ହେବ। ଖାସ୍‌ ଏଇ ବିଶ୍ୱାସ ପାଇଁ ସେକ୍ସପିୟରଙ୍କ ମୃତ୍ୟୁର ଦୀର୍ଘ ୪ଶହ ବର୍ଷ ପରେ ଏବେ ବି ‘ଲଭ୍‌ ସିମ୍ବଲ’ ଭାବେ ପରିଗଣିତ ହେଉଛନ୍ତି ‘ଜୁଲିଏଟ’।
ମଜାରକଥା ହେଉଛି ସିଂହଭାଗ ଚିଠି ଜୁଲିୟଟ୍‌ଙ୍କ ନାମରେ ଆସୁଛି। ହାତଗଣତି ପତ୍ର ସେକ୍ସପିୟରଙ୍କ ଉଦ୍ଦେଶ୍ୟରେ ଲେଖାଯାଉଥିବା ଦେଖିବାକୁ ମିଳିଛି। ପତ୍ରର ଉତ୍ତର ରଖିବାକୁ ଏକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ଏହି ଟିମ୍‌ରେ ଅନେକ ଭାଷା ଅନୁବାଦକ, ମନୋବିଜ୍ଞାନୀ, ଡାକ୍ତର, ଉଚ୍ଚକୋଟୀର ଲେଖକ, ଶିକ୍ଷାବିତ୍‌, ବୁଦ୍ଧିଜୀବୀଙ୍କ ସମେତ ମାର୍ଗଦର୍ଶକ ଅଛନ୍ତି। ଜୁଲିଏଟ୍‌ଙ୍କ ପ୍ରତିନିଧି ଭାବେ ସେମାନେ ମାତ୍ର କିଛି ମିନିଟ୍‌ ମଧ୍ୟରେ ଚିଠିଗୁଡ଼ିକର ଉତ୍ତର ପତ୍ରପ୍ରେରକଙ୍କ ଉଦ୍ଦେଶ୍ୟରେ ପଠାଇଥାନ୍ତି।
କ୍ଲବର ୪୧ବର୍ଷୀୟ ସଦସ୍ୟ ମାର୍ଟିନ ହୋପ୍‌ଲେ କୁହନ୍ତି, କ୍ଲବର ଲୋକପ୍ରିୟତା ଏତେ ଯେ, କେବଳ ‘ଜୁଲିଏଟ…ଭେରୋନା…ଇଟାଲୀ’ ଠିକଣା ଲେଖିଦେଲେ ଚିଠିଟି ବିନା କୌଣସି ପ୍ରତିବନ୍ଧକରେ ଆସିଯାଇଥାଏ। ଅନୁଭବ ଆଧାରରେ କ୍ଲବର ସଦସ୍ୟମାନେ ପ୍ରେମିକାପ୍ରେମିକଙ୍କ ମନକୁ ବୁଝି ସେମାନଙ୍କୁ ସନ୍ତୁଷ୍ଟ କରିବା ଭଳି ଚଠି ଲେଖିଥାନ୍ତି। ପ୍ରେମର ଦ୍ୱନ୍ଦ୍ୱ ଭିତରେ ଥିବା ଲଭବାର୍ଡଙ୍କୁ ମୂଲ୍ୟବାନ ପରାମର୍ଶ ଦିଆଯାଇଥାଏ। ଏଥିଲାଗି ସେମାନେ ପ୍ରତିଶ୍ରୁତିବଦ୍ଧ। ହୋପ୍‌ଲେ ଆହୁରି ମଧ୍ୟ କହିଛନ୍ତି, ଡାକବାଲା ପ୍ରତିଦିନ ଚିଠି ଦେଇଯାଏ। ଏହାପରେ ସେଗୁଡ଼ିକୁ ପଢ଼ି ଉତ୍ତର ଦିଆଯାଏ। ଏହା ସତ୍ୟ ଯେ, ଉତ୍ତର ଦେଇଦେଲେ ପ୍ରେମୀଯୁଗଳଙ୍କ ସମସ୍ୟା ସମାଧାନ ହୋଇଯିବ ତାହା ନୁହେଁ, ଆମର ମୌଳିକ ଉଦ୍ଦେଶ୍ୟ ପ୍ରେମର ପ୍ରତୀକ ‘ଜୁଲିଏଟ’ଙ୍କୁ ଲୋକଙ୍କ ମନରେ ଜୀବିତ ରଖିବା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri