ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶରେ ସେପ୍ଟେମ୍ବର ପହିଲା ଅର୍ଥାତ୍ ରବିବାରଠାରୁ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ଯଦି କୌଣସି ସ୍ଥାନରେ ୫୦ ମାଇକ୍ରନରୁ କମ୍ ଥିବା ପ୍ଲାଷ୍ଟିକ ବ୍ୟବହାର ହେଉଥିବା ନଜରକୁ ଆସିବ ତେବେ ଏଥିପାଇଁ ସେହି ଅଞ୍ଚଳର ଥାନା ଅଧିକାରୀ ଓ ନଗର ଅଧିକାରୀ ଦାୟୀ ରହିବେ। ଏଥିଲାଗି ଏକ ଲକ୍ଷ ଟଙ୍କା ଜରିମାନା ସହ ୬ ମାସର ଜେଲଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି। ସୂଚନାଯୋଗ୍ୟ, ଗୃହ ବିଭାଗର ପ୍ରମୁଖ ସଚିବ ଅବନିଶ ଅଓ୍ବସ୍ତି ଅଗଷ୍ଟ ୨୬ରେ ନିର୍ଦ୍ଦେଶ ଜାରି କରିଥିଲେ କି ଅଗଷ୍ଟ ୩୧ ପରେ ଯଦି ନିଷେଧ ହୋଇଥିବା ପ୍ଲାଷ୍ଟିକ କେହି ବ୍ୟବହାର କରୁଥିବା ଦେଖାଯିବ ତେବେ ସେଥିପାଇଁ ସମ୍ପୃକ୍ତ ଅଞ୍ଚଳର ଥାନା ଅଧିକାରୀ, ନଗର ନିଗମର କ୍ଷେତ୍ରୀୟ ଅଧିକାରୀ, ବାଣିଜ୍ୟ କରର କ୍ଷେତ୍ରୀୟ ଅଧିକାରୀ ଓ ସମ୍ବନ୍ଧିତ କ୍ଷେତ୍ରର ମାଜିଷ୍ଟ୍ରେଟ୍ ଏଥିପାଇଁ ଦାୟୀ ରହିବେ।