ରାୟପୁର,୧୬।୭: ଦେଶରେ ସ୍ବଚ୍ଛତା ଓ ପରିବେଶ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଲୋକେ ପ୍ଲାଷ୍ଟିକ୍ ଯୋଗୁ ବାୟୁ ପ୍ରଦ୍ୟୁଷଣ ହେଉଥିବା ନେଇ ଜାଣିଲେ ମଧ୍ୟ ଏହାର ବହୁଳ ବ୍ୟବହାର କରିଥାନ୍ତି। ତେବେ ପ୍ଲାଷ୍ଟିକ୍କୁ ପୁନଃ ବ୍ୟବହାର ଉପଯୋଗୀ କରିବା ପାଇଁ ଛତିଶଗଡ଼ ଅମ୍ବିକାପୁର ଏକ ନିଆରା ଉଦ୍ୟମ କରିଛି। ଅମ୍ବିକାପୁର ଦେଶର ପ୍ରଥମ ସହର ଯେଉଁଠି ଗାରବେଜ୍ କେଫ୍ର ଯୋଜନା ଆରମ୍ଭ କରାଯାଇଛି। ଏହାଦ୍ୱାରା ନଗର ନିଗମ ସହରର ଗରିବ ଲୋକଙ୍କୁ ପ୍ଲାଷ୍ଟିକ୍ ବଦଳରେ ଭୋଜନ ଦେବ। ଏହି ଯୋଜନା ଅନୁସାରେ ଯିଏ ରାସ୍ତା ଉପରେ ପଡ଼ିଥିବା ୧ କିଲୋ ପ୍ଲାଷ୍ଟିକ୍ ଥଳି ଆଣିବ ସେମାନଙ୍କୁ ମାଗଣାରେ ଭୋଜନ ଦିଆଯିବ। ଆଉ ଯିଏ ଅଧା କିଲୋ ପ୍ଲାଷ୍ଟିକ ଥଳି ଆଣିବ ସେମାନଙ୍କୁ ପେଟପୂରା ଜଳିଖିଆ ମିଳିବ ବୋଲି ଜଣାପଡ଼ିଛି। ସୋମବାର ନଗର ନିଗମ ବଜେଟରେ ଏହି ଯୋଜନା ପାଇଁ ସାଢ଼େ ୫ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ଯଦି ଏହି ଯୋଜନା ପାଇଁ ଆହୁରି ଟଙ୍କା ଆବଶ୍ୟକ ହୁଏ ତେବେ ଜନପ୍ରତିନିଧିମାନଙ୍କର ସାହାର୍ଯ୍ୟ ଲୋଡାଯିବ ବୋଲି ସୂଚନା ରହିଛି।