Posted inପୁରୀ

ଫନୀ କ୍ଷୟକ୍ଷତି : ସହାୟତା ଦାବି କଲା ମତ୍ସ୍ୟଜୀବୀ ମହାସଂଘ

କୃଷ୍ଣପ୍ରସାଦ,୧୧ା୬(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ସାମୁଦ୍ରିକ ଝଡ଼ ଫନୀ ତାଣ୍ଡବ କରିବା ଇତି ମଧ୍ୟରେ ଏକ ମାସ ବିତିଯାଇଛି। ରିଲିଫ୍‌ ବାବଦରେ ୩ ହଜାର ଟଙ୍କା, ୫୦ କେଜି ଚାଉଳ ଓ ଖଣ୍ଡିଏ ପଲିଥିନ୍‌ ପରେ ଆଉ କୌଣସି ସରକାରୀ ସହାୟତା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ଚିଲିକା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀ ଡଙ୍ଗା, ଜାଲ ହରାଇ ସାରିବା ପରେ ଅର୍ଥ ଉପାର୍ଜନ କରିବାର ଅନ୍ୟ ସାହା ଓ ଭରସା ନ ପାଇ ଏବେ ଭୋକ ଉପବାସରେ ଦିନ କାଟୁଛନ୍ତିି । ସହାୟତା ତ ଦୂରର କଥା ପ୍ରଶାସନ ଏ ଯାଏ କ୍ଷୟକ୍ଷତି ଆକଳନ କରିବା ପାଇଁ ବିପନ୍ନଙ୍କ ନିକଟରେ ପହଞ୍ଚତ୍ନାହାନ୍ତି । କୃଷ୍ଣପ୍ରସାଦ ବ୍ଲକର କୁମାରପୁର, ବାଲିନାସୀ, ମଲେଶ୍ୱରୀ, ପାଟନାସୀ, ଶ୍ରୀରାମପୁର, ରସକୁଦି ଏବଂ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲାର ୧୨୦ ଗ୍ରାମର ହଜାର ହଜାର ଡଙ୍ଗା ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ବାତ୍ୟାରେ କୋଟି କୋଟି ଟଙ୍କାର ଜାଲ ନଷ୍ଟ ହୋଇଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀ ଚିଲିକାକୁ ଗଲେ ମାଛ ଧରି ଜୀବିକା ନିର୍ବାହ କରୁଥାନ୍ତି । ଏବେ ଜାଲ, ଡଙ୍ଗା ମରାମତି କରିବା କିମ୍ବା କ୍ରୟ ନିମନ୍ତେ ଉପଯୁକ୍ତ ସହାୟତା ନ ପାଇ ଭୋକ ଉପବାସରେ ଦିନ କାଟୁଛନ୍ତି । ତେଣୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଡଙ୍ଗା ପ୍ରତି ୧ ଲକ୍ଷ ଟଙ୍କା, ଆଂଶିକ ଭାଙ୍ଗିଥିବା ଡଙ୍ଗା ପ୍ରତି ୪୦ ହଜାର ଟଙ୍କା, ଜାଲ କୁଇଣ୍ଟାଲ ପ୍ରତି ୩୦ ହଜାର ଟଙ୍କା ଦାବି କରିଛି ମତ୍ସ୍ୟଜୀବୀ ସଂଘ । ଏ ନେଇ ଖୁବ୍‌ ଶୀଘ୍ର ସହାୟତା ପାଇଁ ନିର୍ଦ୍ଦେଶକ ମତ୍ସ୍ୟ ସମ୍ପଦ(କଟକ), ମତ୍ସ୍ୟ ସଚିବ(ଓଡ଼ିଶା), ରାଜସ୍ବ ସଚିବ (ଓଡ଼ିଶା), ରାଜ୍ୟପାଳ (ଓଡ଼ିଶା) ଏବଂ ଗଞ୍ଜାମ, ପୁରୀ, ଖୋର୍ଦ୍ଧାର ଜିଲାପାଳ, ବାଲୁଙ୍ଗା ମତ୍ସ୍ୟ ଅଧିକାରୀ (ଖୋର୍ଦ୍ଧା)ଙ୍କୁ ସଂଘ ଏକ ଲିଖିତ ଅଭିଯୋଗ ଦେଇଥିବା ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ମିଳିତ ମଞ୍ଚ ସଭାପତି ହଳଧର ବେହେରା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନଠୁ ପୁରୀରେ ଶ୍ରୀଜିଉଙ୍କ ଧାଡ଼ି ଦର୍ଶନ

ପୁରୀ,୮।୪: ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ଶ୍ରୀଜିଉଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।...

ପୁରୀରେ ଜଳିଗଲା ଟୁରିଷ୍ଟ ବସ୍‌

ପୁରୀ,୮।୪: ପୁରୀ ମାଳତିପାଟପୁର ବସ୍‌ ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟୁରିଷ୍ଟ ବସ୍‌ରେ ନିଆଁ ଲାଗିଯାଇଛି। ହେଲେ...

ଶ୍ରୀକ୍ଷେତ୍ରରେ ଧୁମ୍‌ଧାମ୍‌ରେ ଚାଲିଛି ସାହିଯାତ: ମନମୋହୁଛି ସମରକଳା

ପୁରୀ, ୮ା୪(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ସାହିଯାତ ଧୁମ୍‌ଧାମ୍‌ରେ ଚାଲିଛି। ପ୍ରଥମ ଦିବସ ରବିବାର କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମ ଜନ୍ମନୀତି ପ୍ରସ୍ତାବ ଆଗତ...

ପୁରୁଣା ବ୍ୟାରିକେଡ୍‌ରେ ଅଗ୍ନିକାଣ୍ଡ, ନିଆଁ ଲଗାଇ ଦେଇଥିବା ସନ୍ଦେହ

ପୁରୀ,୮।୪: ପୁରୀ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ପୂରୁଣା ବ୍ୟାରିକେଡ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମହଜୁଦ ଥିବା ପୁରୁଣା ବ୍ୟାରିକେଡ୍‌ରେ ନିଆଁ ଲାଗି...

ସାହିଯାତ ଆରମ୍ଭ: ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ,୭ା୪(ଅଜିତ୍‌ କୁମାର ମହାନ୍ତି): ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ...

ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

ପିପିଲି,୭ା୪: ରୋଗୀ ନେଇ ଯିବାବେଳେ ବାଟରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କୁ ପୁରୀ ଜିଲା ଡେଲାଙ୍ଗରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନିଆଯାଉଥିବାବେଳେ ଆମ୍ବୁଲାନ୍ସରେ ନିଆଁ...

‘ଗୁଣ୍ଡିଚା ମନ୍ଦିର ଜନ୍ମବେଦି ନିଲାମ ପରିସରଭୁକ୍ତ ନ ହେଉ’

ପୁରୀ,୪ା୪(ଅଜିତ୍‌ କୁମାର ମହାନ୍ତି)-ବହୁଦିନ ଧରି ନିଲାମ ହେଉ ନ ଥିବା ରୋହିଣୀକୁଣ୍ଡ, ନରେନ୍ଦ୍ର ପୁଷ୍କରିଣୀ, କୋଇଲିବୈକୁଣ୍ଠକୁ ଶ୍ରୀମନ୍ଦିର ପ୍ରଶାସନ ନିଲାମ ଦେଲାଣି। ହୁଏତ ଗୁଣ୍ଡିଚା ମନ୍ଦିର...

ଦମ୍ପତିଙ୍କୁ ହାଣି ଲୁଟିନେଲେ

କୋଣାର୍କ,୪।୪: ପୁରୀ ଜିଲା ବଳଙ୍ଗା ଥାନା କମବରି ଗାଁରେ ଏକ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଘରେ ପଶି ଦମ୍ପତିଙ୍କୁ ହାଣି ୧ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image