ଫନୀ ତାଣ୍ଡବରେ ଉଜୁଡ଼ିଯାଇଛି ଶିଳ୍ପୀକୁଳର ଜୀବିକା: ମାଟିରେ ମିଶିଯାଇଛି ଉପକରଣ, କଳା ସାମଗ୍ରୀ, – ସ୍ବତନ୍ତ୍ର ପ୍ୟାକେଜ ଦାବି କଲା ଶିଳ୍ପୀ ମହାସଂଘ

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ବାତ୍ୟା ‘ଫନୀ’ ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଏଥିରେ ବିଶେଷ ପ୍ରଭାବିତ ହୋଇଛି ଛୋଟବଡ଼ ଶିଳ୍ପ। ଏହାଦ୍ୱାରା ରାଜ୍ୟର ହଜାର ହଜାର ଶିଳ୍ପୀ ଓ ବୁଣାକାରଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଯୋଗୁ ରାଜ୍ୟର ଅଧିକାଂଶ କାରିଗର ଝାଟିମାଟି ଚାଳ ଓ ଆଜବେଷ୍ଟସ୍‌ ଘରେ ରହୁଥିବା ବେଳେ ବାତ୍ୟାରେ ସେମାନଙ୍କ ଘର ଏବଂ କର୍ମଶାଳା ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଛି। ମାଟି କାନ୍ଥ ଓ ଭଙ୍ଗା ଚାଳ ଏବେ ବି ଗଁ। ଦାଣ୍ଡରେ ପଡ଼ିରହିଛି। ଉପତ୍ାଦିତ କଳାକୃତି, ତନ୍ତରେ ଲାଗିଥିବା ବସ୍ତ୍ର ଓ କଞ୍ଚାମାଲ ବର୍ଷାରେ ଭିଜିଯାଇଛି। ଲକ୍ଷ ଲକ୍ଷ ଟଙ୍କାର ତାଳପତ୍ର ଖୋଦେଇ ଚିତ୍ର, ପଟଚିତ୍ର, ପଥର ମୂର୍ତ୍ତି, ମାଟି କାମ, ଚାନ୍ଦୁଆ ଓ ଲୁଗା ନଷ୍ଟ ହୋଇଯାଇଛି। ଭଙ୍ଗା କାନ୍ଥ ତଳେ ପୋତି ହୋଇପଡ଼ିଛି ଅନେକ ବୁଣାକାରଙ୍କ ତନ୍ତ ଓ ଶିଳ୍ପୀଙ୍କ କଳାକୃତି ପ୍ରସ୍ତୁତି ଉପକରଣ, ଯାହାକି ଶିଳ୍ପୀକୁଳର ଜୀବିକା ଉପରେ ପ୍ରଭାବ ପକାଇଛି। ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟର ପ୍ରାୟ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଶିଳ୍ପୀ ଓ ବୁଣାକାର ପ୍ରଭାବିତ ହୋଇଛନ୍ତି।
ଓଡ଼ିଶାର ୧୪ ଜିଲା ଫନୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଶିଳ୍ପୀ ଜିଲା ଭାବେ ପରିଚିତ ପୁରୀ ଓ ଖୋର୍ଦ୍ଧା ଜିଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି। ପୁରୀ ଜିଲାର ଶିଳ୍ପୀ ଗ୍ରାମ ରଘୁରାଜପୁର, ଦାଣ୍ଡସାହି, ନାୟକପାଟଣା, ଖାସାପୋଷାକ, ପିପିଲି, ସାତଶଙ୍ଖ, ସାକ୍ଷୀଗୋପାଳ, ବଳଙ୍ଗା, ମୁକୁନ୍ଦପୁର, ମଙ୍ଗଳପୁର ସହ ଗୋପ, ବାଲିକନ୍ଦଳ, ରୂପଦେଇପୁର, ଝିମ୍ପିରିଆ, ଗଣେଶ୍ୱରପୁର, କୋଣାର୍କ, ନିମାପଡ଼ା, ବେଗୁନିଆ, ବାଲିଘାଇ, କାକଟପୁର, ଗୋପୀନାଥପୁର ଓ ମୌଜିବେଗ ଆଦି ୪୫ରୁ ଊର୍ଦ୍ଧ୍ୱ କାରିଗର ରହୁଥିବା ଗଁ। ଏବଂ ପୁରୀ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଖୋର୍ଦ୍ଧା ଜିଲାର ଚାନ୍ଦୁଆ କାରିଗରଙ୍କ ଗଁ। ଭାକରସାହି, ହଳଦୀବସନ୍ତ, ରାଜସ, ଖଇରିପୁର, ଗଡ଼ିଆ, ତାଳପତ୍ର ଓ ପଟଚିତ୍ର କାରିଗରଙ୍କ ଗଁ। ଗଣ୍ଡିଲୋ, କାକରୁଦ୍ରପୁର, ଖମଙ୍ଗ, ପ୍ରତାପରୁଦ୍ରପୁର, ବାଦଛେଲି ପାଟଣା, କଂସାପିତ୍ତଳ କାରିଗରଙ୍କ ଗଁ। ବାଳକାଟି ଓ ରଥିଜେମା ଆଦି ପ୍ରଭାବିତ ହୋଇଛି। ସେହିଭଳି ବୁଣାକାରଙ୍କ ଗଁ। ମୁଣ୍ଡହଣାପାଟଣା, ପ୍ରଧାନ ପାଟଣା, ନୂଆପାଟଣା, ବନମାଳୀପୁର, ଗୁଲା ମହମ୍ମଦ ପାଟଣା, ପତିତପାବନ ପାଟଣା, ଅମୃତମଣୋହୀ ପାଟଣା, ଅଠାନ୍ତର, ହୀରାପୁର, ଭିଙ୍ଗାରପୁର, ବଇଁଚୁଆ, ଖୋର୍ଦ୍ଧା, ଜଙ୍କିଆ, ଗୁରୁଜଙ୍ଗ, ରଁ।ସୋଳ ଆଦି ୫୦ରୁ ଊର୍ଦ୍ଧ୍ୱ ଗ୍ରାମ ସହ ଭୁବନେଶ୍ୱରରେ ରହୁଥିବା ଶିଳ୍ପୀଙ୍କର ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାବ୍ୟତୀତ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ନୟାଗଡ଼ ଓ ବାଲେଶ୍ୱର ଆଦି ଜିଲାର କାରିଗରମାନେ ବାତ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।
ଅନ୍ୟପକ୍ଷରେ ଫନୀ ପାଇଁ ଏବେ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ କମିଯାଇଛି। ଫଳରେ କଳାକୃତି ବିକ୍ରବଟା ଏକରକମ ବନ୍ଦ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ହସ୍ତଶିଳ୍ପୀଙ୍କ କଳାକୃତି ଅଗ୍ରାଧିକାର ଭିତ୍ତିରେ କିଣିବା ପାଇଁ ବୟନିକା, ସେରିଫେଡ ଓ ସମ୍ବଲପୁରୀ ବସ୍ତ୍ରାଳୟକୁ ନିର୍ଦ୍ଦେଶ ଦେବାକୁ ମହାସଂଘ ଦାବି କରିଛି। ଶିଳ୍ପୀ ମହାସଂଘ ପକ୍ଷରୁ ଏକ ପ୍ରାଥମିକ ଆକଳନର ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ସ୍ବତନ୍ତ୍ର ସହାୟତା ପ୍ୟାକେଜ ଘୋଷଣା କରିବାକୁ ଦାବି ହୋଇଛି। ରାଜ୍ୟ ବାହାରେ ଶିଳ୍ପୀ ଓ ବୁଣାକାରଙ୍କ ଉତ୍‌ପାଦିତ ସାମଗ୍ରୀ ବିକ୍ରି ପାଇଁ ପ୍ରଦର୍ଶନୀ ଆୟୋଜନ କରାଯିବା ସହ ସମସ୍ତ ପୂର୍ବ ଋଣ ଛାଡ଼ କରିବାକୁ ମହାସଂଘ ସଭାପତି ଉଦୟ ମହାନ୍ତି, ମୁଖ୍ୟ ଉପଦେଷ୍ଟା ସୁଦର୍ଶନ ସାହୁ ଓ ସଙ୍ଗଠନ ସମ୍ପାଦକ ପ୍ରିୟରଞ୍ଜନ କର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି...

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

ଦିଗପହଣ୍ଡିରେ ରାମଚରିତ ମାନସ ପାରାୟଣ ଶୁଭାରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ସିଂହଦାର ସମ୍ମୁଖରେ ଶୁକ୍ରବାର ସାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ...

BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଜେଲ ଗଲେ…

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି।...

ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା ରୋଗ: ଧାନ ଫସଲରେ ବ୍ୟାପିବା ଆରମ୍ଭ

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ)- ରାଜ୍ୟର ବରଗଡ଼ ଜିଲାରେ ଅଧିକ ଧାନଚାଷ ହୋଇଥାଏ। କିନ୍ତୁ ଏଠାରେ ଚାଷକୁ ନେଇ ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନଚାଷ କରି...

୧୪ ବର୍ଷ ପରେ ସ୍ବାମୀଙ୍କୁ ପାଇଲେ ବିଧବା ଭତ୍ତା ପାଉଥିବା ସ୍ତ୍ରୀ: ଗୋଆରେ ମାଛ ଧରିବା…

ବଡ଼ଗାଁ,୧୮ା୪(ଅଶୋକ ଷଡ଼ଙ୍ଗୀ): ଓଡ଼ିଆ କହିବା ଭୁଲି ଗଲେଣି। ଏଠି ସବୁକିଛି ଅଜଣା ଅଚିହ୍ନା ଭଳି ଲାଗୁଛି। ୧୪ ବର୍ଷ ପରେ ଗାଁ ମାଟିରେ ପାଦ ପଡ଼ିଲାପରେ...

ଶିକ୍ଷକତାରୁ ସଫଳ ଆମ୍ବ ଚାଷୀ :ବାର୍ଷିକ ରୋଜଗାର ୫ରୁ ୬ ଲକ୍ଷ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ):  ବୃତ୍ତି ଶିକ୍ଷକତା ହେଲେ ନିଶା ଥିଲା ବିଭିନ୍ନ ପ୍ରକାର ଚାଷ। ଶିକ୍ଷକତାରୁ ସେ ପାଲଟିଛନ୍ତି ଜଣେ ସଫଳ ଆମ୍ବଚାଷୀ। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image