ଭବାନୀପାଟଣା,୧୪।୬ (ଡି.ଏନ୍.ଏ.): କଳାହାଣ୍ଡି ଆର ରାୟଗଡ଼ା ସୀମାନାରେ ଥିବାର ନିୟମଗିରି ପରବତ ସିଘେ ୨ଶହରୁ ଅଧ୍କା ଆଦିବାସୀ ଡଙ୍ଗରିଆ ଆର ଝରଣିଆ କଁଧ୍ ପରିବାର ବାସ କରୁଛନ୍। ଭିନେ ଭିନେ ରୁତୁ ସମିଆରେ ଇମାନେ ସପୁରୀ, ଆମ୍, ପଣସ, କଦ୍ଲି, କମଲା, ଅମୁତଭଁଡ଼ା, କରଡ଼ି, ମାଡ଼ିଆ, ଆମ୍ଟଁାକୁଆ, ମକା ଜଂଗଲରେ ଉତ୍ପାଦନ କରବାର ସଂଗେ ବିକାଭଂଗା କରି କୁଟୁମ ପୁଷୁଛନ୍। ସେନ୍ତା ନିୟମଗିରି ପରବତ ସିଘେ ଶୀତଲ ପାଏନ୍ ପବନ ଲାଗି ସପୁରୀ ଚାଷ୍ ଭଲ ହେସି। ଇ ପରବତ୍ ସିଘେ କୁର୍ଲି, ଖମ୍ବେସି, ଖକ୍ରିରୀ, ଭାତ୍ରାଗୁମା, ଗଡ଼ଝଲି, ଆମବୁଣି, କୁଚେଲି, ହଟାସା ଲେଖେଁ ଗଁାର ଆଦିବାସୀମାନେ ମାସ ମାସ ଡେରା ପକେଇ ଇ ଚାଷ୍ କରସନ୍। ବଡ଼ଭାରି ହିସାବେ ନିୟମଗିରି ସିଘେ ଥିବାର ନାଚନୀଗୁଡ଼ା, ଲେପଟାଗୁଡ଼ା, ଲଡ଼ାଙ୍ଗ, ଅମଠାପଦର, ତାଡ଼ିଝୁଲା, ପାଲବେରୀ, କୁନାକାଡୁ, ଫୁଲଡୁମେର, ହରଡ଼ାପଦର, ଖମ୍ବେସି, ଜର୍ପା ଲେଖେଁ ବହୁତଟେ ଗଁାମାନକେ ବଡ଼ଭାରି ହିସାବେ ସପୁରୀ, ଆମ୍, ପଣସ, ଅମୁତଭଁଡ଼ା ଆର କଦ୍ଲି ଉତ୍ପାଦନ ହେସି। ସପୁରୀ, ପଣସ, ଆମ୍ ଆର ଦେଶୀ କଦ୍ଲିକେ ବିକ୍ବାର ଲାଗି ରାୟଗଡ଼ା ଜିଲାର ଚାଟିକନା, ବିଷମକଟକ, ମୁନିଗୁଡ଼ା, ଆମ୍ବାଦୋଲା ଆର କଳାହାଣ୍ଡି ଜିଲାର ଲାଞ୍ଜିଗଡ଼, ଲାଞ୍ଜିଗଡ଼ ରୋଡ଼ ହେଇ ଭବାନୀପାଟଣାକେ ଆନସନ୍। ହେଲେ ନିୟମଗିରି ଅଂଚଲରେ ଶୀତଲଭଣ୍ଡାର ଅଭାବୁ ଇମାନେ ଫଲମୂଲକେ ବେଶୀଦିନ୍ ବେଉଁତ କରି ରଖି ନାଇଁପାରବାର। ଶେଷେ ଉପେ ଶୂଇନ୍ ହେଇ ଇମାନେ ସସ୍ତାରେ ଫଲମୂଲ ବିକୁଛନ୍। ବାହାର ରାଏଜ୍ ସରକାରକଁର ଆଦିବାସୀ ଉନ୍ନୟନ ବିଭାଗ ତରଫୁ ଇ ଅଂଚଲରେ ଗୁଟେ ଆଦିବାସୀ ଜନଜାତି ବଜାର କରାଯାଇଛେ। ହେଲେ ପୋରଛାହନ୍ ଆର ଦେଖ୍ଭାଲ ଅଭାବୁ ଏହେଦ୍କା ସେଟା ଅସାମାଜିକ ଲୁକ୍କର ପାଏନ୍ଘାଟ ପାଲଟିଛେ। ଏନ୍ତାଥି ଛତିଶଗଡ଼ ଆର ଆନ୍ଧ୍ରପ୍ରଦେଶର ବେପାରୀମାନେ ଡଙ୍ଗରିଆ କଁଧ୍କର ସରଲତାର ସୁଯୋଗ ନେଇ ସପୁରୀ ଗୁଟାକ ୨ରୁ ୩ ଟଁକା ଦେଇ ଘିନି ନେଉଛନ୍। ସେମାନେ ତାକର ରାଏଜେ ଗୁଟାକ ୫୦ରୁ ୭୦ ଟଁକାରେ ବିକି ମାଲେମାଲ ହେଉଛନ୍। ସପୁରୀରୁ ମଦ, ଜେଲି, କେକ୍, ଆଚାର ଲେଖେଁ ଭିନେ ଭିନେ କିସମର ଖାଏଲା ଜିନିଷ ତିଆର କରି ଦଲାଲମାନେ ମୁଟା ଟଁକା କମଉଛନ୍। ଗଲା ୫ ବଛର ତଲେ ରାଏଜ୍ ସରକାରକଁର ଆଦିବାସୀ ଉନ୍ନୟନ ବିଭାଗ ନିୟମଗିରି ଅଂଚଲରେ ଉତ୍ପାଦିତ ସପୁରୀ ଆଦି ଫଲମୂଲରୁ ଆଦିବାସୀମାନେ କେନ୍ଥେଇ ଅଧ୍କା ଲାଭ ପାଇପାରବେ ସେ ଦିଗେ ଚିନ୍ତା କରିଥିଲେ। ସେଥିରଲାଗି ଅଂଚଲରେ ୨ କୋଟି ଟଁକା ଖରଚ୍ରେ ଗୁଟେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଆର ଶୀତଲଭଣ୍ଡାର ଥାପନ କରବାର ଯୋଜନା କରିଥିଲେ। ହେଲେ ଦୁଖର କଥା ସେଟା ଆଏଜ୍ତକ କାଯ୍କାରୀ ନାଇଁ ହେଇପାରି। ଯେନ୍ଥିରଲାଗି ଆଦିବାସୀମାନେ ବଛରକୁତା ହାଡ଼ଭଂଗା ପରିଶ୍ରମ କରି ଉତ୍ପାଦନ କରୁଥିବାର ଫଲମୂଲ ସସ୍ତାରେ ବିକି ଶୋଷନ୍ର ଶିକାର ହେଉଛନ୍। ଇ ଦିଗେ କେନ୍ଦ୍ର ଆରା ରାଏଜ୍ ସରକାର ଦୁରୁଷ୍ଟି ଦେବାକେ ଦାବି ହେଉଛେ।