ନୂଆଦିଲ୍ଲୀ,୧୭।୯: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲାଙ୍କ ଗିରଫ ନେଇ କଂଗ୍ରେସ ବରିଷ୍ଠ ସଦସ୍ୟ କପିଲ୍ ସିବଲ୍ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଙ୍ଗଳବାର ଟୁଇଟ୍ କରି ପ୍ରଶ୍ନ କରିଛନ୍ତି। ଯଦି ଜମ୍ମୁ-କଶ୍ମୀର ସ୍ଥିତିରେ ସୁଧାର ଆସିଛି ତେବେ ଫାରୁକ୍ଙ୍କୁ କାହିଁକି ଗିରଫ କରାଯାଇଛି ବୋଲି ସେ କହିଛନ୍ତି। ସରକାର ଜାଣିଶୁଣି ମିଛ କହୁଥିବା ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ୪୩ ଦିନ ଧରି ସାଧାରଣ ସ୍ଥିତି ସୃଷ୍ଟି ହୋଇ ପାରି ନ ଥିବା ସିବଲ୍ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଲୋକେ ହଇରାଣ ହରକତ ହେଉଥିବା ସେ କହିଛନ୍ତି।