ମୁମ୍ବାଇ,୨୬।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ସରକାର ଗଠନ ପାଇଁ ଭାଜପା-ଶିବସେନା ମେଣ୍ଟ ମଧ୍ୟରେ କସରତ ଜାରି ରହିଛି। ଏବେ ଶିବସେନା ରାଜ୍ୟରେ ଫିପ୍ଟି-ଫିପ୍ଟି ଫର୍ମୂଲା ପାଇଁ ଅଡ଼ି ବସିଛି। ଅର୍ଥାତ୍ ରାଜ୍ୟରେ ଅଢ଼େଇ-ଅଢ଼େଇ ବର୍ଷ ଧରି ଶିବସେନା ଏବଂ ଭାଜପା ଶାସନ ଡୋର ଧରିବେ। ପ୍ରଥମ ଅଢ଼େଇ ବର୍ଷ ଶିବସେନା ମୁଖ୍ୟମନ୍ତ୍ରୀ ହେବା ପରେ ଭାଜପା ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିବ ବୋଲି ଶିବସେନା କହିଛି। ଏନେଇ ଭାଜପାଠାରୁ ଶିବସେନା ଲିଖିତ ଆଶ୍ୱାସନା ଲୋଡ଼ିଛି। ଆଦିତ୍ୟ ଠାକ୍ରେଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଶିବସେନା ସଦସ୍ୟ ଦାବି କରିଛନ୍ତି।