ନୂଆଦିଲ୍ଲୀ,୫। ୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଫେକ୍ ନ୍ୟୁଜ ବା ମିଥ୍ୟା ସୂଚନା ର ପ୍ରସାର ବ୍ୟାପିଛି। ହ୍ବାଟ୍ସଆପ୍ ଭଳି ଅନ୍ୟ ସୋସିଆଲ ସାଇଟଗୁଡିକରେ ଫେକ୍ ନ୍ୟୁଜ ଫରଓ୍ବାର୍ଡ ହେଉଥିବା ଦେଖାଯାଉଛି। ଏହାକୁ ବିଚାରକରି ହ୍ବାଟ୍ସଅପ୍ ପକ୍ଷରୁ ଫେକ୍ ନ୍ୟୁଜ ଫରଓ୍ବାର୍ଡ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀ ଏଥିଲାଗି ଏକ ଚାଟ୍ବୁଟ ଶୁଭାରମ୍ଭ କରିଛି। ଫେକ୍ ନ୍ୟୁଜ ଠାବକରିବାରେ ଏହା ସହାୟକ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏଥିଲାଗି କମ୍ପାନୀ ପଲିଣ୍ଟର ଇନ୍ଷ୍ଟିଚ୍ୟୁଟର ଫ୍ୟାକ୍ଟ ଚେକିଂ ନେଟ୍ଓ୍ବର୍କ ସହ ଚୁକ୍ତି କରିଛି। ଏହି କମ୍ପାନୀକୁ ହ୍ବାଟ୍ସଆପ୍ ୧୦ ଲକ୍ଷ ଡଲାର ଗ୍ରାଣ୍ଟ ଭାବେ ପ୍ରଦାନ କରିଛି। ଦୁଇ କମ୍ପାନୀର ମିଳିତ ପ୍ରୟାସରେ ହ୍ବାଟ୍ସଆପ୍ ପ୍ଲାଟ୍ଫର୍ମରେ ମିଥ୍ୟା ଖବର ପ୍ରସାରଣକୁ ରୋକାଯିବା ନେଇ ବଳିଷ୍ଠ ପଦକ୍ଷେପ ହେବ ବୋଲି ବିଶେଷଜ୍ଞ କହିଛନ୍ତି। ଯୋଜନା ଅନ୍ତର୍ଗତ ସାରା ବିଶ୍ୱର ୭୦ ଦେଶରେ ରହିଥିବା ସ୍ବାଧୀନ ଫ୍ୟାକ୍ଟ ଚେକରଙ୍କୁ ଯୋଡିଯିବ। ଏହି ବ୍ୟକ୍ତିବିଶେଷ ଭୁଲ୍ ସୂଚନାକୁ ଚିହ୍ନଟ କରିବାରେ ଅଗ୍ରଦୂତ ହେବେ।