ବ୍ରହ୍ମପୁର ଅଫିସ,୨୨ା୧୨-ମେଘାଳୟର ଶିଲଂରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଟ୍ରାକିଂ କ୍ୟାମ୍ପରେ ଯୋଗଦେବାକୁ ବ୍ରହ୍ମପୁର ଏନ୍ସିସି ଗ୍ରୁପର ୬୫ ଜଣିଆ କ୍ୟାଡେଟ ଦଳ ଶନିବାର ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ କରିଛନ୍ତି ା ବ୍ରହ୍ମପୁର ରେଳଷ୍ଟେଶନରେ ପହଞ୍ଚିବା ପରେ ନିକଟରେ ଗଣମାଧ୍ୟମରେ ଗୁଆହାଟୀରେ ଫସିବା ନେଇ ପ୍ରସାରିତ ଖବର ଏକ ଗୁଜବ ବୋଲି କ୍ୟାଡେଟ ସହ ଗସ୍ତରେ ସାମିଲ ହୋଇ ଥିବା ସିଟି ହାଇସ୍କୁଲର ଏନ୍ସିସି ଚିଫ ଅଫିସର ଗୋପାଳକୃଷ୍ଣ ମିଶ୍ର ସୂଚନା ଦେଇଛନ୍ତି ା ମିଶ୍ରଙ୍କ ସୂଚନା ଅନୁସାରେ, ଚଳିତମାସ ୯ ତାରିଖରେ ସର୍ବଭାରତୀୟସ୍ତରୀୟ ଟ୍ରାକିଂ କ୍ୟାମ୍ପରେ ଯୋଗଦେବାକୁ ବ୍ରହ୍ମପୁର ଏନ୍ସିସି ଗ୍ରୁପର ୬୫ ଜଣିଆ କ୍ୟାଡେଟ ଦଳ ମେଘାଳୟର ଶିିଲଂ ଅଭମୁଖେ ଯାଇଥିଲେ। କିନ୍ତୁ ଟ୍ରେନ ଗୁଆହାଟିରେ ପହଞ୍ଚିବା ବିଳମ୍ବ ଯୋଗୁ ଗତ ୧୧ ତାରିଖ ରାତିରେ ଗୁଆହାଟୀରୁ ଶିଲଂ ପାଇଁ ବସ୍ ପାରିପାରି ନ ଥିଲେ ା ତେଣୁ ଗୁଆହାଟୀର ଏକ ଆର୍ମି ଟ୍ରାଞ୍ଜିଟରେ ଅଟକି ଯାଇଥିଲେ ା ପରେ ୧୨ ତାରିଖରେ ଗୁଆହାଟୀରେ କର୍ଫ୍ୟୁ ଯୋଗୁ ଶିଲଂ ଯାଇ ନ ପାରି ଗୁଆହାଟୀ ନିକଟରେ ଥିବା ଏକ ଏନ୍ସିସି କ୍ୟାମ୍ପରେ ଯୋଗ ଦେଇଥିଲେ ା ଏହି ସମୟରେ ଗୁଆହାଟୀରେ ଅଟକିଥିବାରୁ ଏନ୍ସିସି କ୍ୟାଡେଟ ଫସିଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଯାଇଥିଲା ା ଶୁକ୍ରବାର ଏନ୍ସିସି କ୍ୟାମ୍ପ ସରିବା ପରେ ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିବା ସେ କହିଛନ୍ତି ା