ନୂଆଦିଲ୍ଲୀ,୮ା୫(ପି.ଟି.): ଚଳିତ ମାସ ୧ ତାରିଖରୁ ଭାରତୀୟ ରେଲଓ୍ବେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ଫେରାଇନେବା ଲାଗି ୧୭୧ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇଲାଣି। ଉକ୍ତ ଟ୍ରେନ୍ରେ ୧ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ଫେରାଇ ନିଆଗଲାଣି। ବୁଧବାର ୫୬ଟି ଶ୍ରମିକ ଟ୍ରେନ ଚାଲିଥିବାବେଳେ ଗୁରୁବାର ୨୨ଟି ଚାଲିଛି। ଆଉ ୨୬ ଟ୍ରେନ୍ ଶୁକ୍ରବାର ସୁଦ୍ଧା ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଥିବାବେଳେ ୧୧୩ଟି ପହଞ୍ଚିସାରିଲେଣି। ଗୁଜରାଟରୁ ସର୍ବାଧିକ ଶ୍ରମିକଙ୍କୁ ଫେରାଇ ଅଣାଯାଇଥିବାବେଳେ ଉତ୍ତରପ୍ରଦେଶ ଓ ବିହାରକୁ ସବୁଠୁ ଅଧିକ ଆସିଛନ୍ତି।