ଫେଲ୍‌ ମାରିଛି ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା

ଯୋଡ଼ା, ୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟ୍ରକରେ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ କରାଯାଇଥିଲେ ବି ଏହି ବ୍ୟବସ୍ଥା ଫେଲ୍‌ ମାରିଛି। ଖଣିଜ ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାର ୨୦୧୨ରେ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିଲେ। ଟ୍ରକ୍‌ ଗୁଡ଼ିକରେ ଲାଗିଥିବା ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଦ୍ୱାରା ଏହାର ଗତିବିଧି ନିରୀକ୍ଷଣ ଲାଗି ଆଇଥ୍ରୀଏମ୍‌ଏସ୍‌ (ଇଣ୍ଟିଗ୍ରେଟଡ୍‌ ମାଇନ୍ସ ମିନେରାଲ ମ୍ୟାନେଜମେଣ୍ଟ ସିଷ୍ଟମ) ବ୍ୟବସ୍ଥା କରାଯାଇଥିଲା। ସରକାରୀ ଅନୁମୋଦିତ ଜିପିଏସ ଟ୍ରାକିଂ ଯନ୍ତ୍ର ଲଗାଇ ଆଇଥ୍ରୀଏମ୍‌ଏସ୍‌ ବ୍ୟବସ୍ଥାରେ ଟ୍ରକ୍‌କୁ ପଞ୍ଜୀକରଣ କରିବା ବ୍ୟବସ୍ଥା ରହିଥିଲା। କିନ୍ତୁ କେତେକ ଅସାଧୁ ସରକାରୀ ଖଣି କର୍ମଚାରୀ ଏବଂ ଦଲାଲଙ୍କ ମିଳିତ ଷଡ଼ଯନ୍ତ୍ର ଯୋଗୁ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ଚୋରାକାରବାର ପୂର୍ବଭଳି ଜାରି ରହିଛି। ସରକାରୀ ଅନୁମୋଦନ ନ ଥିବା ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ବର୍ତ୍ତମାନ ଟ୍ରକରେ ଲଗାଯାଉଛି, ଯାହାକି ଅସାଧୁ କର୍ମଚାରୀ ଓ ଦଲାଲଙ୍କ ରୋଜଗାରର ମାଧ୍ୟମ ପାଲଟିଛି। ଅନ୍ୟପକ୍ଷେ ରାଜ୍ୟ ବାହାରର ଟ୍ରକ୍‌ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲଗାଇବା ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି।
ନିଜ ନାମ ଗୋପନରେ ରଖିବାକୁ ଅନୁରୋଧ କରି ଜଣେ ସରକାରୀ ଖଣି କର୍ମଚାରୀ କହିଛନ୍ତି ଯେ, ଯୋଡା ଖଣି ମଣ୍ଡଳରେ ଥିବା ଖଣିରୁ ଏବେ ବିପୁଳ ପରିମାଣର ଲୁହାପଥର ପରିବହନ କରାଯାଉଛି। ଏଥିଲାଗି ପରିବହନ ଠିକାଦାରମାନେ ଦେଶର ବିଭିନ୍ନ ଅଞ୍ଚଳରୁ ବଡବଡ ଟ୍ରକ ଓ ଭାରିଯାନ ଆଣି ଏ ଅଞ୍ଚଳରେ ନିୟୋଜିତ କରୁଛନ୍ତି। ଏପରିକି ଯୋଡା ଟ୍ରକ ମାଲିକ ସଂଘ ଦ୍ୱାରା ନିର୍ଦ୍ଧାରିତ ଭଡ଼ାଠାରୁ ଟନ୍‌ ପିଛା ୩ଶହରୁ ୪ଶହ ଟଙ୍କା କମ୍‌ରେ ବାହାର ରାଜ୍ୟର ଗାଡିଗୁଡିକୁ କାମ ଦିଆଯାଉଛି। ବାହାର ରାଜ୍ୟରୁ ଅଣାଯାଉଥିବା ଗାଡିକୁ ଚଞ୍ଚକତାର ସହିତ ଆଇଥ୍ରୀଏମ୍‌ଏସ୍‌ରେ ପଞ୍ଜୀକୃତ କରି ପରିବହନ କାର୍ଯ୍ୟ କରାଯାଉଛି। ଟ୍ରକ ମାଲିକ ସଂଘରେ ପଞ୍ଜୀକୃତ ହୋଇଥିବା ଟ୍ରକ ଆଇନକୁ ଆଖିଠାର ମାରି ବିଭିନ୍ନ ଏଜେଣ୍ଟଙ୍କଠାରୁ ଜିପିଏସ୍‌ ଯନ୍ତ୍ର ପ୍ରାୟ ୧୦୫୦୦ରୁ ଉର୍ଦ୍ଧ୍ୱ ଟଙ୍କାରେ କିଣି ଗାଡିରେ ଲଗାଇଛନ୍ତି। ଏସବୁ ଯନ୍ତ୍ର କାମ କରୁ ନ ଥିବା ଏବଂ ଆଇଥ୍ରୀଏମ୍‌ଏସ୍‌ ବ୍ୟବସ୍ଥାରେ ଗାଡିର ଟ୍ରାକିଂ କରିବା ସମ୍ଭବ ହେଉ ନ ଥିବାରୁ ପରିବହନ ଠିକାଦାରମାନେ ଫାଇଦା ଉଠାଉଛନ୍ତି। ଏପରିକି କେତେକ ଠିକାଦାର ଜିପିଏସ ଯନ୍ତ୍ର କ୍ରୟ କରି ବାହାର ରାଜ୍ୟରୁ ଆସୁଥିବା ବଡ ବଡ ଟ୍ରକ୍‌ରେ ନ ଲଗାଇ ଏହାର ନମ୍ବର ନେଇ ଆଇଥ୍ରୀଏମ୍‌ଏସ୍‌ରେ ଚଞ୍ଚକତାର ସହିତ ପଞ୍ଜୀକୃତ କରାଇ ନେଉଛନ୍ତି। ଏଭଳି କାରଣରୁ ଜିପିଏସ ଟ୍ରାକିଂ ବ୍ୟବସ୍ଥା ଦୀର୍ଘ ୬ମାସ ହେଲା ଅଚଳ ହୋଇପଡ଼ିଥିବା କୁହାଯାଉଛି। ସେହିପରି ସ୍ଥାନୀୟ ଟ୍ରକ ମାଲିକମାନଙ୍କ ଠାରୁ ବାର୍ଷିକ ୩ ହଜାର ୬ଶହ ଟଙ୍କା ରିନ୍ୟୁଓ୍ବାଲ ଫି ଆଦାୟ କରି ଯୋଡା ଉପନିର୍ଦ୍ଦେଶକ କାର୍ଯ୍ୟାଳୟର କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀ ଅର୍ଥ ଚଳୁ କରୁଥିବା ଅଭିଯୋଗ ହେଉଛି। ଏସମ୍ପର୍କରେ ଯୋଡା ଖଣି ଉପନିର୍ଦ୍ଦେଶକ ଏଲ.ଡି ନାଏକଙ୍କୁ ପଚାରିବାରୁ କହିଛନ୍ତି, ଆଇଥ୍ରୀଏମ୍‌ଏସ୍‌ରେ ପଞ୍ଜୀକୃତ ନ ହେଲେ କୌଣସି ଗାଡିକୁ ଟ୍ରଞ୍ଜିଟ୍‌ ପାସ୍‌ ମିଳିବ ନାହିଁ ବୋଲି ବ୍ୟବସ୍ଥା ରହିଛି। ଜିପିଏସ ଯନ୍ତ୍ର ବିକ୍ରି କରିବା ପାଇଁ ୮ଭେଣ୍ଡରଙ୍କୁ ସ୍ବୀକୃତି ମିଳିଛି ା ଏଥିରେ କୌଣସି ତ୍ରୁଟି ହେଉଥିଲେ ସେ ଅନୁଧ୍ୟାନ କରି ଦେଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନକୁ ବିରୋଧ କରି ଚା’ ବିକିଲେ ଯୁବ କଂଗ୍ରେସ

କେନ୍ଦୁଝର,୧୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ଯାହାକି ଯୁବତୀ, ଯୁବକମାନଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।...

ଲଘୁଚାପ ଲଗାଣ ବର୍ଷା: ଭାଙ୍ଗିଲା ଘର, ବାସହରା ହେଲେ ପରିବାର

ମୋରଡ଼ା,୧୬।୯(ସ୍ମାରକ ମାଜୀ): ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୩ ଦିନ ହେବ ବର୍ଷା ଲାଗି ରହିଛି l ହେଲେ ପ୍ରବଳ ବର୍ଷାକୁ ଦୃଷ୍ଟିରେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

ସବୁଠି ଦେବଶିଳ୍ପୀଙ୍କୁ ଆହ୍ବାନ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଖଣି ଖାଦାନ ଜିଲା ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ...

ବ୍ରିଜ୍‌ ଉପରେ ୪ ଫୁଟର ପାଣି, କେନ୍ଦୁଝର-ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ

ପାଟଣା,୧୬ା୯(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମାହୁଦା ପଞ୍ଚାୟତ କୁମୂଳା ବାହାଳୀ ଓ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ...

‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’

କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା...

କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ...

ଶୁଣିଲାନି ପ୍ରଶାସନ: ରାସ୍ତା ନିର୍ମାଣ କଲେ ମହିଳା ଗୋଷ୍ଠୀ

କେନ୍ଦୁଝର,୧୩।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଅଧୀନ ଡୁମୁରିନାଳି ଗ୍ରାମର ମା’ ଜଙ୍ଗଲ ଜନନୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri