Posted inଜାତୀୟ

ଫେସ୍‌ବୁକ୍‌ ବୟଫ୍ରେଣ୍ଡ୍‌ଙ୍କ ଭେଟିବା ପାଇଁ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିଲେ ୧୦ମ ଶ୍ରେଣୀ ଛାତ୍ରୀ

ଭୋପାଳ,୨୮।୮: ଫେସ୍‌ବୁକ୍‌ ପ୍ରେମ ପ୍ରେମରେ ଲୋକମାନେ ଅନ୍ଧ ହୋଇ ଯାଆନ୍ତି, ଏ ବିଷୟରେ ଆପଣମାନେ ଶୁଣିଥିଲେ। କିନ୍ତୁ ପ୍ରେମରେ ଅନ୍ଧ ହୋଇ ଜଣେ ୧୦ମ ଶ୍ରେଣୀର ଛାତ୍ରୀ ୧୪୦୦ କିମି ଯାତ୍ରା କରି ବେଙ୍ଗାଲୁରୁରୁ ଭୋପାଳରେ ପହଞ୍ଚିବା ନିହାତି ଭାବେ ଆଶ୍ଚର୍ଯ୍ୟଜନକ। ବୟଫ୍ରେଣ୍ଡ୍‌ଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ନାବାଳିକା ଜଣଙ୍କ ବେଙ୍ଗାଲୁରୁରୁ ବିମାନ ଯୋଗେ ଭୋପାଳରେ ପହଞ୍ଚିଥିଲେ। ବୟଫ୍ରେଣ୍ଡ୍‌ ଘର ଠିକଣାରେ ଯୋଗାଯୋଗ କରି ସେଠାରେ ଯାଇ ପହଞ୍ଚିଥିଲେ। ହଠାତ୍‌ ଫେସ୍‌ବୁକ୍‌ ଗର୍ଲଫ୍ରେଣ୍ଡଙ୍କୁ ଘର ଆଗରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୟଫ୍ରେଣ୍ଡ୍‌। ଆଉ ତାଙ୍କୁ ନିଜ ଘରକୁ ଫେରିଯିବାକୁ ବୁଝାଇଥିଲେ। କିନ୍ତୁ ନାବାଳିକା ଜଣଙ୍କ ସେଠାରୁ ଯିବାକୁ ରାଜି ହୋଇ ନ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ନାବାଳିକା ଜଣଙ୍କ କାନ୍ଦି କାନ୍ଦି ରାସ୍ତାରେ ବୁଲିଥିଲେ। ସେଠାରେ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ଚାଇଲ୍ଡ ଓ୍ବେଲଫେୟାର୍‌ କମିଟି(ସିଡବ୍ଲୁସି)କୁ ହସ୍ତାନ୍ତର କରିଥିଲେ। ପରେ ସିଡବ୍ଲୁସି ପକ୍ଷରୁ ତାଙ୍କ ପିତାଙ୍କ ସହ ଯୋଗାଯୋଗ କରି ଝିଅକୁ ନେବା ପାଇଁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ ବିଲ୍‌କୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଆପ୍‌ ବିଧାୟକ

ନୂଆଦିଲ୍ଲୀ,୫।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ଶୁକ୍ରବାର କଂଗ୍ରେସ ଏବଂ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ଶନିବାର ଆମ୍‌ ଆଦ୍‌ମୀ ପାର୍ଟି...

କମିବ ପେଟ୍ରୋଲ, ଡିଜେଲ ଦର? କ୍ରୁଡ ଅଏଲ ଦାମ କମିବାରୁ ବଢୁଛି ଆଶା

ନୂଆଦିଲ୍ଲୀ,୫।୪: ଏହା ବହୁତ କମ ଘଟେ ଯେ ଗୋଟିଏ ପଟେ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମଜବୁତ ହେଉଛି ଏବଂ ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ...

ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା, ଜାଣନ୍ତୁ କେତେ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିମ ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୫।୪: ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଯୋଜନା) କାର୍ଯ୍ୟକାରୀ କରିବା ପାଇଁ ଭାଜପା ନେତୃତ୍ୱାଧୀନ ଦିଲ୍ଲୀ ସରକାର...

ଏତେ ଖସିଗଲା ସୁନାଦର, ଜାଣନ୍ତୁ ୧୦ଗ୍ରାମ ସୁନାଦାମ୍‌ କେତେ…

ନୂଆଦିଲ୍ଲୀ,୫।୪: ସୁନା ଓ ରୂପାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ଅର୍ଥନୈତିକ ମାନ୍ଦ୍ୟ ଭୟ ଏବଂ ବିଶ୍ୱବ୍ୟାପୀ ଶେୟାର ବଜାରରେ ହତାଶା ସତ୍ତ୍ୱେ ସୁନା,...

ଚୈତ୍ର ନବରାତ୍ରୀ ସୁଦ୍ଧା ଲାଲ ଆତଙ୍କରୁ ମୁକ୍ତ ହେବ ବସ୍ତର: ଶାହା

ରାଞ୍ଚି,୫।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବସ୍ତର ପାଣ୍ଡୁମ ମହୋତ୍ସବରେ ଯୋଗଦେବା ପାଇଁ ଛତିଶଗଡ଼ର ଦନ୍ତେୱାଡାରେ ପହଞ୍ଚିଛନ୍ତି। ଏହି ସମୟରେ, ସେ କହିଥିଲେ, ‘ଆଜି ଚୈତ୍ର...

ମୋଦିଙ୍କୁ ଲାଗିବ ଝଟ୍‌କା! ଓ୍ବକଫ୍‌କୁ ରଦ୍ଦ କରିବେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ,୫।୪: ଭାରତରେ ସମ୍ବିଧାନ ଅନୁଯାୟୀ ସୁପ୍ରିମକୋର୍ଟଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷମତା ରହିଛି, ଯାହାକୁ “ଜୁଡିସିଆଲ ରିଭ୍ୟୁ” ବା ନ୍ୟାୟିକ ସମୀକ୍ଷା କୁହାଯାଏ। ଏହି କ୍ଷମତା ଅନୁସାରେ...

ଶିବରାଜ ସିଂ ଚୌହାନଙ୍କ ରାଲିରେ ଓଲଟିଲା ଗାଡ଼ି, ୩ ଯବାନ ଆହତ

ନୂଆଦିଲ୍ଲୀ,୫।୪: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ରାଲିରେ ଯାଉଥିବା ଜିଲା ପୋଲିସ ଗାଡ଼ିଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ତିନି ଜଣ ପୋଲିସ...

ସ୍ନାଇପର ନେଇ ମଇଦାନକୁ ଓହ୍ଲାଇଲେ କିମ ଜୋଙ୍ଗ ଉନ, ଯୁଦ୍ଧର ଦେଲେ ସଙ୍କେତ!

ନୂଆଦିଲ୍ଲୀ,୫।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏଥର ସେ ନିଜେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image