ନୂଆଦିଲ୍ଲୀ,୨୯-୪: ଫେସ୍ବୁକରେ ମୃତ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରିଟେନସ୍ଥିତ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆସନ୍ତା ୫୦ ବର୍ଷ ଅର୍ଥାତ୍ ୨୦୭୦ ସୁଦ୍ଧା ଫେସ୍ବୁକ୍ରେ ଜୀବିତ ଲୋକଙ୍କଠାରୁ ଅଧିକ ମୃତ ଲୋକଙ୍କ ଫ୍ରୋଫାଇଲ ଦେଖିବାକୁ ମିଳିବ। ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଅଭିବୃଦ୍ଧିକୁ ହିସାବକୁ ନେଲେ ୫୦ ବର୍ଷ ଭିତରେ ଅତି କମ୍ରେ ୧.୪ ବିଲିୟନ ୟୁଜରଙ୍କର ମୃତ୍ୟୁ ହୋଇସାରିଥିବ। ଅଧ୍ୟୟନର ସହ ଲେଖକ ଡେଭିଡ ଓ୍ବାଟ୍ସନ କହିଛନ୍ତି ଯେ, ଭବିଷ୍ୟତରେ ଫେସ୍ବୁକ ଐତିହାସିକଙ୍କୁ ଏଭଳି ଲୋକଙ୍କ ପ୍ରୋଫାଇଲ ଦେଖିବାକୁ ଅନୁମତି ଦେବା ଉଚିତ୍। ଏହାଦ୍ୱାରା ଇତିହାସ ସମ୍ପର୍କରେ ଠିକ୍ ଠିକ୍ ନିର୍ଦ୍ଧାରଣ କରାଯାଇପାରିବ। ଏଭଳି ପ୍ରୋଫାଇଲର ପୋଷ୍ଟ ଐତିହାସିକଙ୍କୁ ଅନେକ ସହାୟତା କରିବ। ସେ କହିଛ୍ତି ଯେ, ମାନବ ବ୍ୟବହାର ଲାଗି ଏହାଠାରୁ ଆଉ ଭଲ ଆର୍କାଇଭ ମିଳିବ ନାହିଁ।