ସଜନାଗଡ଼,୪।୧(ଡି.ଏନ୍.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ୯ନଂ. ୱାର୍ଡର କାହାଳିଆ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଫୋନ୍ରେ କଥା ନ ହେବାରୁ ଦେହରେ କିରୋସିନ ଢାଳି ନିଆଁ ଲଗାଇ ସ୍ବାମୀ ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ବାଇଧର ସିଂଙ୍କ ପୁଅ ଗୋପାଳ।
ସୂଚନାଯୋଗ୍ୟ, ସ୍ତ୍ରୀଙ୍କ ସହିତ ଗୋପାଳଙ୍କର କିଛିଦିନ ତଳେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଏହି କାରଣରୁ ତାଙ୍କ ସ୍ତ୍ରୀ ବାପଘରେ ରହୁଥିଲେ। ଶନିବାର ସକାଳେ ଗୋପାଳ ସ୍ତ୍ରୀଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। ଏହି ଘଟଣାକୁ ନେଇ ଗୋପାଳ ରାଗିଯାଇ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ପରିବାର ଲୋକେ ନୀଳଗିରି ମେଡିକାଲକୁ ନେଇଥିଲେ। ଏଥିରେ ଶରୀରର ଅଧିକାଂଶ ଭାଗ ପୋଡିଯାଇଛି। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।