ବଇଣ୍ଡା,୧୨।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ବିଶେଷ କରି କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ମହାରାଷ୍ଟ୍ରରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ଯାତ୍ରୀବାସୀ ବସ୍ ଏକ ହୋଟେଲରେ ରହି କିଛି ପ୍ରବାସୀ ଖାଉଥିବାବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଫଳରେ ମଙ୍ଗଳବାର ଉପଖଣ୍ଡ ପ୍ରଶାସନ ନିର୍ଦ୍ଦେଶକ୍ରମେ ବଇଣ୍ଡାକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି। ରେଲଓ୍ବେ ଷ୍ଟେଶନ, ମାର୍କେଟ କମ୍ପେକ୍ସ, ଏଟିଏମ, ଷ୍ଟେଟବ୍ୟାଙ୍କ, ଫାଣ୍ଡି ଡାକ୍ତରଖାନା, ସେସୁ କାର୍ଯ୍ୟାଳୟ, ପ୍ରବାସୀ ଖାଉଥିବା ସହ ବଇଣ୍ଡା ରାମଦେଓ ହାଇସ୍କୁଲରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରକୁ ସାନିଟାଇଜ କରାଯାଇଛି। ବାମୁର ଅଗ୍ନିଶମ ବିଭାଗର ଇନ୍ଚାର୍ଜ ପ୍ରକାଶ କୁମାର ବେହେରା, ରଞ୍ଜନ ନାୟକ, ପ୍ରଶାନ୍ତ ନାୟକ, ଗଣେଶ କୁମାର ଭଞ୍ଜ ପ୍ରମୁଖ ସାନିଟାଇଜ କରିଥିଲେ।