ବଇଣ୍ଡାରେ ଚନ୍ଦନ ଯାତ୍ରା : ୪୦ ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ

ବଇଣ୍ଡା,୨୫।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ୪୨ ତମ ବଇଣ୍ଡା ଚନ୍ଦନ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ନିୟମ ଅନୁସାରେ ଯାତ୍ରା ପାଳନ କରାଯାଉଥିବାବେଳେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ସକାଳେ ରାଧାକୃଷ୍ଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବାସହ ବହୁ ଗ୍ରାମବାସୀ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ସାରେ ରାଧାକୃଷ୍ଣ ମନ୍ଦିରରୁ ପ୍ରଭୁଙ୍କୁ ଏକ ପଟୁଆରରେ ଯାତ୍ରା ପଡ଼ିଆକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ଚନ୍ଦନନଗରକୁ ନିଆଯାଇଥିଲା। ପରେ ରାତି ୧୦ଟାରେ ଏକ ବିରାଟ ଶୋଭାଯାତ୍ରାରେ ପ୍ରଭୁଙ୍କୁ ବଇଣ୍ଡା ନଗର ପରିକ୍ରମା କରାଯାଇ ଚନ୍ଦନ ପୋଖରୀକୁ ଅଣାଯାଇ ଏକ ଡଙ୍ଗାରେ ନୌକାବିହାର କରାଯାଇଥିଲା। ଶୋଭାଯାତ୍ରାରେ ଘୋଡ଼ାନାଚ, ଘଣ୍ଟବାଦ୍ୟ ଓ ବିଭିନ୍ନ ବାଜା ପ୍ରଦର୍ଶିତ ହୋଇଥିଲା। କେତେକ ଅସମାଜିକ ଯୁବକଙ୍କ ପାଇଁ ଶୋଭାଯାତ୍ରା ବିଳମ୍ବ ହେବାରୁ ଅସନ୍ତୋଷ ଦେଖାଦେଇଥିଲା। ସେହିପରି ଯାତ୍ରାରେ ବ୍ୟାପକ ଚୋରା ମଦ କାରବାର ଯୋଗୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏଥିସହିତ ଲୋ-ଭୋଲଟେଜ ସମସ୍ୟା ଯୋଗୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ଟ୍ରାଫିକ ସମସ୍ୟା ଦେଖିଦେଇଥିବାବେଳେ ଆମ୍ବୁଲାନ୍ସ ଗାଡ଼ିକୁ ମଧ୍ୟ ଜାତୀୟ ରାଜପଥରେ ଛଡ଼ାଯାଇ ନ ଥିଲା। ଫଳରେ ବାଇପାସ ଯୋଗେ ଆମ୍ବୁଲାନ୍ସ ଯାଇ ଅସୁବିଧାର ସମ୍ମୁଖୀନ ହୋଇଥିଲା। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସ୍‌ପି, ଆଠମଲ୍ଲିକ, ଠାକୁରଗଡ଼, ହଣ୍ଡପା, କିଶୋରନଗର ପୋଲିସଙ୍କ ସମେତ ୩ ପ୍ଲାଟୁନ ଫୋର୍ସ ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ହୋଇଥିଲେ। ଗ୍ରାମ ସଭାପତି ଚିନ୍ତାମଣୀ ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ବେହେରା, ରମାକାନ୍ତ ବେହେରା, ପ୍ରତାପ ପ୍ରଧାନ, ସଞ୍ଜୟ ସାହୁ, ମାନସ ସାହୁ, ଅଜୟ ସାହୁ, ଚିହୁରୁ ସାହୁଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ଅଟୋକୁ ପିଟିଲା ଓମ୍‌ଫେଡ୍‌ ଟ୍ରକ

ଭୁବନେଶ୍ବର,୨୫।୧୧: ଭୁବନେଶ୍ବର ଓମ୍ଫେଡ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଓମ୍‌ଫେଡ୍‌ ଗାଡ଼ି ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋ ଡ୍ରାଇଭର ଗୁରୁତର...

‘ହିଂସା-ନିର୍ଯାତନା ମହିଳାମାନଙ୍କ ସ୍ବାଧୀନତାକୁ କ୍ଷୁଣ୍ଣ କରିଦିଏ’

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସରରେ ସୋମବାର କମଳା ଦିବସ ପାଳିତ ହୋଇଯାଇଛି। ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ...

ଅଟୋ ସହ ପିଟିହେଲା ବିଧାୟକଙ୍କ କାର୍‌, ଦୁଇ ଯାତ୍ରୀ ଆହତ

ଖଲ୍ଲିକୋଟ/ଖୋର୍ଦ୍ଧା,୨୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟରେ ସୋମବାର ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଗାଡ଼ି...

ବିଧାୟକଙ୍କୁ ଆକ୍ରମଣ ଘଟଣା କାହିଁକି କ୍ରାଇମବ୍ରାଞ୍ଚଙ୍କୁ ଦିଆଗଲା ତଦନ୍ତ ଦାୟିତ୍ୱ: ଡିଜିପି କହିଲେ….

ଭୁବନେଶ୍ୱର,୨୫।୧୧ ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା ରଖିଛନ୍ତି। କାହିଁକି କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ ଦାୟିତ୍ୱ ଦିଆଗଲା ସେ ନେଇ ସେ କହିଛନ୍ତି, ସଠିକ...

ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣି ମାରିଲା ସାନ ଭାଇ

ଝାରସୁଗୁଡ଼ା,୨୫।୧୧: ସାନ ଭାଇଙ୍କ ଟାଙ୍ଗିଆ ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲା ଲଖନପୁର ଥାନା କୁଡ଼ାଲୋଇ ଗଙ୍ଗାପଡ଼ାରେ। ଅଭିଯୁକ୍ତ...

୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ପଟ୍ଟା ବଣ୍ଟନ, ତହସିଲଦାର କହିଲେ ଏଣିକି…

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅନ୍ତର୍ଗତ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି...

ଓଲଟି ପଡ଼ିଲା ଗୋ’ ଚାଲାଣ ଗାଡ଼ି, ଗୋରୁଙ୍କୁ ନେଇ ଅନ୍ୟତ୍ର ଲୁଚାଇ ରଖିଲେ ମାଫିଆ

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭାଲିଆଡିହା ନିକଟରେ ଏକ ବେଆଇନ ଗୋରୁ ବୋଝେଇ ଗାଡ଼ି ସୋମବାର ସକାଳୁ ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡ଼ିଛି।...

ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ନିରୁଭାଇ: ଶେଷ ଦର୍ଶନ କରିବାକୁ ଯିବେ ମୋହନ

କେନ୍ଦୁଝର,୨୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ (ନିରୁଭାଇ)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ରବିବାର ଛାତିରେ ଯନ୍ତ୍ରଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri