ବକେୟା ଦରମା ଦାବିରେ ଓଏସ୍‌ଆରଟିସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଞ୍ଜନଗର,୧୨।୫(ଡି.ଏନ୍‌.ଏ.): ୭ ମାସର ବକେୟା ଦରମା ପ୍ରଦାନ ଦାବିରେ ଭଞ୍ଜନଗର ଓଏସ୍‌ଆରଟିସିର ଠିକା କର୍ମଚାରୀମାନେ ରବିବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଫଳରେ ଭଞ୍ଜନଗର ଜୋନ୍‌ରୁ ୧୧ଟି ରୁଟ୍‌ରେ ଚାଲୁଥିବା ସମସ୍ତ ସରକାରୀ ବସ୍‌ ସେବା ରବିବାର ସକାଳଠାରୁ ବନ୍ଦ ହୋଇଯାଇଛି । କେତେକ ରୁଟ୍‌ରେ ଘରୋଇ ବସ୍‌ ସେବା ନ ଥିବା ଯୋଗୁ ସମ୍ପୃକ୍ତ ରୁଟ୍‌ର ଯାତ୍ରୀମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି ।
ପ୍ରକାଶ ଯେ, ଭଞ୍ଜନଗର ଓଏସ୍‌ଆରଟିସି ଜୋନଟି ବର୍ଷର କିଛିମାସ ଲାଭରେ ଚାଲୁଥିବା ବେଳେ ଆଉ କିଛି ମାସ କ୍ଷତିରେ ଚାଲୁଛି । ଯେଉଁ ମାସରେ କ୍ଷତି ହେଉଛି ସମ୍ପୃକ୍ତ ମାସରେ କର୍ମଚାରୀଙ୍କ ଦରମା ଦିଆଯାଇ ପାରୁନାହିଁ । ଏହିଭଳି କର୍ମଚାରୀମାନେ ୭ ମାସର ବକେୟା ଦରମା ପାଇନାହାନ୍ତି । ପୂର୍ବରୁ ମୁଖ୍ୟ କାର୍ଯ୍ୟାଳୟରୁ ଦରମା ଦେବା ବ୍ୟବସ୍ଥା ରହିଥିବା ବେଳେ ବିଗତ କିଛିମାସ ହେବ ଜୋନ୍‌ରୁ ହିଁ ଆଦାୟ ଅର୍ଥରୁ ଦରମା ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି। କିଛି ରୁଟ୍‌ରେ ବସ୍‌ଗୁଡ଼ିକ କ୍ଷତିରେ ଚାଲିବା ପରେ କର୍ମଚାରୀଙ୍କ ଦରମା ଦେବା ଅସମ୍ଭବ ହୋଇପଡ଼ିଛି । ଏ ନେଇ ସଂଘର ସଭାପତି ତଥା ଆଇନଜୀବୀ ବଟକୃଷ୍ଣ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନାଗ୍ରହ ଯୋଗୁ ଆଜି ଏହି ସମସ୍ୟା ଉପୁଜିଛି । ଭଞ୍ଜନଗର ଡିଟିଏମ୍‌ ଧୀରେନ କୁମାର ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତ ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ବାଇକ ମୁହାଁମୁହିଁ ଧକ୍କା, ୨ ଗୁରୁତର,୭ ଆହତ ମଧ୍ୟରେ ଅଛନ୍ତି ଜଣେ ଶିଶୁ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ଗୋଲାପଡା ଛକରେ ରବିବାର ସକାଳେ ଏକ ଅଟୋ ଓ ବାଇକ ମୁହାମୁହିଁ ଧକ୍କା ହୋଇଛି।...

‘କାହାଣୀ କାନ୍ଦୁଛି ଆଖି ଲୁଚେଇ ‘ ନାଟକ ମଞ୍ଚସ୍ଥ 

ଦିଗପହଣ୍ଡି,୧୯। ୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଚୌଧୁରୀ ଟିକରପଡା ଗ୍ରାମରେ ଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ ଉଦଯାପନୀ ଉପଲକ୍ଷେ ଶୁକ୍ରବାର ରାତିରେ ଶ୍ରେଷ୍ଠ ସାମାଜିକ...

ଦିଗପହଣ୍ଡିରେ ଭାଜପାର ସକ୍ରୀୟ ସଦସ୍ୟ ସମ୍ମିଳନୀ, ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟସ୍ଥ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପରେ ଶନିବାର ଭାଜପା ପକ୍ଷରୁ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ...

ସଂଘବଦ୍ଧ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଆସିକା,୧୯ା୪(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ କେ. ଭରତପଲ୍ଲୀ ଗ୍ରାମରେ ଶୁକ୍ରବାର ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ...

ଭଞ୍ଜନଗରରେ ଝଡ ତୋଫାନ ସହ ବର୍ଷା:ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଭାଙ୍ଗିଲା କାର

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ଗ୍ରାମରେ ଶନିବାର ଅପରାହ୍ନରେ ପ୍ରବଳ ଝଡ ତୋଫାନ ଯୋଗୁ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଏକ କାର...

ଭାର ଉତ୍ତୋଳନ ସମର କୋଚିଂ କ୍ୟାମ୍ପ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଯୋଜନା

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ସରିବା ପରେ ଛାତ୍ରୀଛାତ୍ରମାନେ ଘରେ ବସି ରହୁଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଶାରୀରିକ ଦକ୍ଷତା ବୃଦ୍ଧି...

ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ: ମୃତଦେହ ଜବତ

ଦିଗପହଣ୍ଡି,୧୯।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ସେ...

ବାଇକ୍‌ ଧକ୍କାରେ ବୃଦ୍ଧଙ୍କ ଜୀବନ ଗଲା, ମୃତଦେହକୁ ରାସ୍ତାରେ ଫିଙ୍ଗି ଫେରାର ହୋଇଗଲେ ଚାଳକ

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର-ଜଗନ୍ନାଥପୁର ଗାଁ ନିକଟରେ ଶନିବାର ବାଇକ୍‌ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image