ବଗଦାଦିଙ୍କ ୫ମ ଥର ମୃତ୍ୟୁ ଖବର: କେତେ ସତ କେତେ ମିଛ? ରୁଷିଆର ସନ୍ଦେହ-ତୁର୍କୀର ସମର୍ଥନ

ଓ୍ବାଶିଂଟନ,୨୮।୧୦: ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହାକୁ ମିଶାଇ ୫ମ ଥର ପାଇଁ ଏଭଳି ଖବର ମିଳିଛି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍‌ରେ ଏଭଳି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସିରିୟାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ଇଦବିଲ୍‌ ପ୍ରଦେଶରେ ହୋଇଥିବା ୨ ଘଣ୍ଟାର ଅପରେଶନ୍‌ର ଲାଇଭ୍‌ ଟ୍ରମ୍ପ୍‌ ଦେଖିଥିବା କହିଛନ୍ତି। ତେବେ ଏହା ପୂର୍ବରୁ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ୪ ଥର ପ୍ରଚାରିତ ହୋଇଛି। ତେଣୁ ୫ମ ଥରର ଖବରରେ କେତେ ଦୂର ସତ୍ୟାସତ୍ୟ ରହିଛି ସେ ନେଇ ଆମେରିକା କଥାକୁ ରୁଷିଆ ନାପସନ୍ଦ କରିବା ସହିତ ସନ୍ଦେହ ପ୍ରକାଶ କରିଛି। ଅପର ପକ୍ଷରେ ତୁର୍କୀ ଆମେରିକା ଦାବିକୁ ସମର୍ଥନ କରିଛି। ୨୦୧୪ ସେପ୍ଟେମ୍ବର ୬ରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହୋଇଥିଲା। ମିଳିତ ସୁରକ୍ଷାକର୍ମୀଙ୍କ ବୋମାମାଡ଼ରେ ଆହତ ବଗଦାଦିଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ତେବେ ୨୦୧୪ ନଭେମ୍ବର ୧୩ରେ ବଗଦାଦିଙ୍କର ଏକ ଅଡ଼ିଓ ଟେପ୍‌ ଜାରି ହୋଇଥିଲା। ଏହା ତାଙ୍କ ମୃତ୍ୟୁ ଖବର ମିଥ୍ୟା ବୋଲି ସାବ୍ୟସ୍ତ କରିଥିଲା। ସେହିପରି ୨୦୧୫ ଏପ୍ରିଲ୍‌ ୨୭ରେ ସିରିୟାର ଗୋଲାନ ହାଇଟସ୍‌ ଅଞ୍ଚଳରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ପୁଣି ପ୍ରଚାରିତ ହୋଇଥିଲା। ମାତ୍ର ସେହିବର୍ଷ ଜୁଲାଇରେ ବାଗଦାଦି ଜୀବିତ ଥିବା ଜଣାପଡ଼ିଥିଲା। ତୃତୀୟ ଥର ୨୦୧୫ ଅକ୍ଟୋବର ୧୨ରେ ଇରାକ୍‌-ସିରିୟା ସୀମାରେ ବୋମାମାଡ଼ରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ତେବେ ନଭେମ୍ବର ଶେଷରେ ବଗଦାଦି ଏହି ଖବର ମିଛ ବୋଲି ନିଜେ କହିଥିଲେ। ଚତୁର୍ଥ ଥର ୨୦୧୬ ଜୁନ୍‌ ୯ରେ ସିରିୟାର ରକ୍କା ସହରରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଆମେରିକା କହିଥିଲା। ମାତ୍ର ପରେ ଜଣାପଡ଼ିଥିଲା ଆମେରିକା ସୈନ୍ୟଙ୍କ ଆକ୍ରମଣ ସମୟରେ ବଗଦାଦି ସେଠାରେ ନ ଥିଲେ। ଇତିମଧ୍ୟରେ ଆମେରିକା ୫ମ ଥର ପାଇଁ ଏଭଳି ଦାବି କରିଛି। ଏହା ସହିତ ଆମେରିକା ସୈନ୍ୟ ବାହିନୀ ପକ୍ଷରୁ ଡିଏନ୍‌ଏ ପରୀକ୍ଷା ରିପୋର୍ଟକୁ ଗୁରୁତ୍ୱ ଦେଇଛି। ତେବେ ଏହାର ସତ୍ୟାସତ୍ୟ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ମହାକାଶରେ ୧୦୦ତମ ମହିଳା

ଓ୍ବାଶିଂଟନ୍‌, ୨୭ା୧୧:ଏମ୍‌ଆଇଟି ଇଞ୍ଜିନିୟର ଏବଂ ଟିଭି ଉପସ୍ଥାପିକାରୁ ମହାକାଶ ଯାତ୍ରା କରିବାରେ ୧୦୦ତମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଏମିଲି କାଲାଣ୍ଡ୍ରେଲି। ଜେଫ୍‌ ବେଜୋସ୍‌ଙ୍କ...

‘ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କର’, ବାଂଲାଦେଶକୁ ଭାରତ ସରକାରଙ୍କ ଦାବି

ନୂଆଦିଲ୍ଲୀ, ୨୬।୧୧: ବାଂଲାଦେଶରେ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରିକୁ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି। ଚିନ୍ମୟ...

ରୁଷିଆର ସବୁଠାରୁ ବଡ଼ ଡ୍ରୋନ୍‌ ଆକ୍ରମଣ, ୟୁକ୍ରେନ୍‌ ଉପରେ ଏହାସାଙ୍ଗରେ ଛାଡ଼ିଲା ୧୮୮ ଡ୍ରୋନ୍‌

କ୍ୱିଭ୍‌,୨୬।୧୧: ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ। ଏକାସାଙ୍ଗରେ ୟୁକ୍ରେନ୍‌ ଉପରେ ୧୫୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍‌ର...

ଗୁଳି ମାରିବାକୁ ନିର୍ଦ୍ଦେଶ ଦେଲେ PCB ଅଧ୍ୟକ୍ଷ, ପାକିସ୍ତାନରେ ବଢ଼ିଲା ଉତ୍ତେଜନା; ଚାମ୍ପିଅନ୍ସ ଟ୍ରଫି ଉପରେ କଳା ବାଦଲ

ଇସଲାମାବାଦ,୨୬।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବ। ଏହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାରତ ସରକାର ପାକିସ୍ତାନରେ ସୁରକ୍ଷାକୁ ନେଇ ବିପଦ...

ଇସ୍କନର ଚିନ୍ମୟ ଦାସ କିଏ? ଯାହାଙ୍କ ଗିରଫ ପ୍ରତିବାଦରେ ବାଂଲାଦେଶରେ ବଢ଼ୁଛି ଉତ୍ତେଜନା…

ଢାକା,୨୬।୧୧: ଢାକା ପୋଲିସ ସୋମବାର-ନଭେମ୍ବର ୨୫ରେ ବାଂଲାଦେଶ ଇସ୍କନର ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରିଛି। ଏହା ପରେ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି।...

ଚାଇନା-କାନାଡାର ମୁଣ୍ଡବିନ୍ଧା ବଢାଇଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୬।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି। ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ...

ଘର ଉପରେ ଖସି ପଡିଲା କାର୍ଗୋ ବିମାନ

ବର୍ଲିନ,୨୬।୧୧: ପାର୍ସଲ ଏବଂ କ୍ୟୁରିଅର୍‌ ସେବା ଯୋଗାଉଥିବା ଜର୍ମାନୀର DHL କମ୍ପାନୀର ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଏହି ଘଟଣା ୨୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri