ପୁରୀ ଅଫିସ, ୨୯ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନ ଯୋଗୁ ଜମି ହରାଇଥିବା ନିଯୋଗ, ଭବନ ଏବଂ ଲଜ୍ ମାଲିକଙ୍କୁ ବଡ଼ଦାଣ୍ଡସ୍ଥିତ ବଗଲା ଧର୍ମଶାଳା ଜମିରେ ଥଇଥାନ କରାଯିବ। ଏଥିପାଇଁ ବଗଲା ଧର୍ମଶାଳାର ଖାଲି ଜମିରେ ପ୍ଲଟିଂ କରାଯାଇଛି। ୨.୬୯ ଏକର ଜମିରେ ୨୮ଟି ପ୍ଲଟ ହୋଇଛି। ଏହି ନକ୍ସାର ପ୍ଲଟଗୁଡ଼ିକ କେଉଁ ହିତାଧିକାରୀ ପାଇବେ ତାହା ପ୍ରାୟ ଚୂଡ଼ାନ୍ତ ସରିଛି। ତେବେ ବଗଲା ଧର୍ମଶାଳା ଜମି ଆବଣ୍ଟନକୁ ନେଇ ଉଠିଛି କେଁ। ପୂର୍ବରୁ ବାହାରୁ ଆସୁଥିବା ଯାତ୍ରୀ ଏଠାରେ ସ୍ବଳ୍ପ ମୂଲ୍ୟରେ ରହିପାରୁଥିଲେ। ମାତ୍ର ଏହା ଅସୁରକ୍ଷିତ ହେବପରେ ଭାଙ୍ଗିଦିଆଯାଇଥିଲା। ଏଠାରେ ନୂଆ କୋଠା ତିଆରି ଚାଲିଥିବାବେଳେ କାମ ବନ୍ଦ କରି ଏହାର ଜମି ବିସ୍ଥାପିତ ହେବାକୁଥିବା ଲଜ୍ ମାଲିକଙ୍କୁ ବାଣ୍ଟି ଦିଆଯାଇଛି। ଫଳରେ ବହାରୁ ଆସୁଥିବା ଯାତ୍ରୀ କେଉଁଠି ରହିବେ ତାକୁ ନେଇ ଉଠିଛି ପ୍ରଶ୍ନ।