ନୂଆଦିଲ୍ଲୀ,୧୯।୪: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପକ୍ଷରୁ ବଛାବଛା ସ୍ଥାନକୁ ମେ ୪ରୁ ବିମାନ ସେବା ପ୍ରଦାନ କରାଯିବ। ଚାହିଦା ଭିତ୍ତିରେ ଏହି ସେବା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହା ବାଦ୍ ଜୁନ ପହିଲାଠାରୁ ଅନ୍ତର୍ଜାତୀୟ ଉଠାଣ ଉପରେ କମ୍ପାନୀ ସେବା ଯୋଗାଇବ ବୋଲି ଶନିବାର ସୂଚନା ଦେଇଛି। ବର୍ତ୍ତମାନ ବିଶ୍ୱବଜାରର ସ୍ଥିତିକୁ ନଜରରେ ରଖି ମେ ୩୧ ଯାଏ ବିମାନ ସେବାକୁ କମ୍ପାନୀ ବନ୍ଦ ରଖିଛି। ୨୫ ମାର୍ଚ୍ଚରେ ଲକ୍ଡାଉନ ପରଠାରୁ ବିମାନ ସେବା ବନ୍ଦ ରହିଛି। ଲକ୍ଡାଉନ ଅବଧିକୁ ମେ ୩ ଯାଏ ବଢ଼ାଇ ଦିଆଯାଇଥିବାରୁ ବିମାନ କମ୍ପାନୀଗୁଡିକ ସେବା ନେଇ ଏବେ ଯାଏ ସ୍ପଷ୍ଟ କରି ନ ଥିଲେ।