ବଜ୍ରାପାତରେ ଯୁବକ ମୃତ

ଚିକିଟି,୨ା୬(ଡି.ଏନ.ଏ.)-ଚିକିଟି ଫାଣ୍ଡି ଭୋଳାସିଙ୍ଗି ଗ୍ରାମରେ ରବିବାର ବଜ୍ରାପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ଉକ୍ତ ଗ୍ରାମର ସୁରେନ୍ଦ୍ର ସାହୁ (୪୨)। ସୁରେନ୍ଦ୍ର ଅପରାହ୍ନରେ ଗ୍ରାମ ନିକଟସ୍ଥ ଏକ ଜମିକୁ କାମ କରିବାକୁ ଯାଇଥିଲେ। ସାଢ଼େ ୫ଟାରେ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ସେ ରାସ୍ତାରେ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଚିକିଟି ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ମୃତଦେହ ଜବତ କରିବା ସହ ସୋମବାର ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅପହରଣ, ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

ଗଞ୍ଜାମ,୨୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗ୍ରାମର ୮ ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ଗାଁର  କାଳିଆ ବାଡ଼ତ୍ୟା ବିଭିନ୍ନ...

୫୦ କେଜିରୁ ଊର୍ଦ୍ଧ୍ୱ ତମ୍ବା ତାର ଚୋରି: ୩ ଗିରଫ, ୭ ଫେରାର

ଛତ୍ରପୁର,୨୫ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ଇଣ୍ଡଷ୍ଟ୍ରିଆଲ୍‌ ପରିସରରେ ଥିବା ଦୀପ ଫର୍ଟିଲାଇଜର ଫ୍ଲାଟ୍‌ ପରିସରରୁ ଅଗଷ୍ଟ ୩୧ ରାତିରେ ୬୦...

ଲୋକଙ୍କ ନିକଟତର ହୋଇ କାର୍ଯ୍ୟ କରିବାକୁ ବିଧାୟକ ଦେଲେ ଗୁରୁମନ୍ତ୍ର

ପୁରୁଷୋତ୍ତମପୁର,୨୫ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭୂତସିଙ୍ଗି ପଞ୍ଚାୟତର କଇଠଡ଼ା ଗ୍ରାମରେ ଭାଜପାର ସାଂଗଠନିକ ବୈଠକ ଯୁବନେତା ସୀତାରାମ ପାଣିଗ୍ରାହୀଙ୍କ ସଂଯୋଜନାରେ ବୁଧବାର ଅନୁଷ୍ଠିତ...

ନଦୀକୁ ଗାଧୋଇବାକୁ ଯାଇଥିଲେ, ମାଡ଼ିଆସିଲା ପ୍ରଖର ସ୍ରୋତ: ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୫।୯(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମରେ ବୁଧବାର ଜଣେ ଯୁବକଙ୍କ ଋଷିକୂଲ୍ୟା ନଦୀରେ ବୁଡି ମୃତ୍ୟୁ ଘଟିଛି। ମୃତକ...

ଗାଁରେ ବିଲୁଆ ଆତଙ୍କ: ଲୋକଙ୍କୁ କଲା ଲହୁଲୁହାଣ

ପୋଲସରା,୨୫।୯:ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ କିଛି ବିଲୁଆଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି। ଉକ୍ତ ପଞ୍ଚାୟତର...

ନକଲି ତେଲ, ନାମୀ ବ୍ରାଣ୍ଡ୍‌

ବ୍ରହ୍ମପୁର,୨୫ା୯(ସୁବାସ ଚନ୍ଦ୍ର ପାଢ଼ୀ):ଦକ୍ଷିଣ ଓଡ଼ିଶାର ବାଣିଜି୍ୟକ ପେଣ୍ଠସ୍ଥଳ ବ୍ରହ୍ମପୁରରେ ନକଲି ଖାଦ୍ୟ ସାମଗ୍ରୀ ଚିନ୍ତା ବଢ଼ାଇଛି। ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେଉଥିବାରୁ...

ପୁଅ-ବୋହୂକୁ ଅଲୋଡା ବୃଦ୍ଧା ମାଆ: ତାଲା ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର) ଜନ୍ମ କଲା ମାଆ ବୃଦ୍ଧା ହେବା ପରେ ପୁଅ- ବୋହୂଙ୍କ ପାଇଁ ଅଲୋଡା ହୋଇ ଆସୁଥିବା ଘଟଣା ବିଭିନ୍ନ ସମୟରେ ଦେଖିବାକୁ...

ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri