ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ ଜବତ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ୍‌ ସହ ଅନ୍ୟ ଦୁଇ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳର ଗୁରୁଦେବ ଗୁପ୍ତା ଓରଫ ଛୋଟୁ, ୨ ଦଲାଲ ଝାଡ଼ଖଣ୍ଡ ଜିଲା ମଝଗାଓଁ ଥାନା ଖରପୋଷ ଗ୍ରାମର ଅମିର ହୁସୈନ ଓ ସେକ୍‌ ନୌସାଦ।

ସୂଚନା ଅନୁଯାୟୀ, ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରେ ରହୁଥିବା ଗୁରୁଦେବ ଗୁପ୍ତାଙ୍କ ହାଇଓ୍ବା (ନଂ.ଓଡି୦୯ସି୯୦୬୨) ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ୟାରେଜ ସମ୍ମୁଖରୁ ଚୋରି ହୋଇଥିଲା। ଏ ନେଇ ବୁଧବାର ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା। କେସ୍‌ ନଂ. ୭୭/୧୯ରେ ଏକ ମାମଲା ରୁଜୁକରି ପୋଲିସର ଏକ ଟିମ୍‌ ତଦନ୍ତ ପାଇଁ ଝାଡଖଣ୍ଡ ଏବଂ ଅନ୍ୟ ଏକ ଟିମ୍‌ କେନ୍ଦୁଝର ଯାଇଥିଲେ। ତେବେ ଝାଡ଼ଖଣ୍ଡ ପୋଲିସ ସହାୟତାରେ ବଡ଼ବିଲ ପୋଲିସ ଝାଡଖଣ୍ଡର ରାଜନଗର ଥାନା ଅଞ୍ଚଳରୁ ଉକ୍ତ ଗାଡିକୁ ଜବତ କରିଛି। ଛୋଟୁଙ୍କ ନାମରେ ବିଭିନ୍ନ ଥାନାରେ ଗାଡି ଚୋରି ଅଭିଯୋଗ ରହିଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏମଓରୁ ୪ ଅଫିସରଙ୍କୁ ହଟାଇଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ୱର,୪।୭: ସିଏମଓରେ କାର୍ଯ୍ୟରତ ୪ ଅଫିସରଙ୍କୁ ଜିଏ ବିଭାଗକୁ ପଠାଯାଇଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ୪ ଅଫିସର ସିଏମଓରେ କାର୍ଯ୍ୟରତ ଥିଲେ।...

ଦୁଇ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ଅଭିଯୋଗ, ବିଭାଗୀୟ ଯନ୍ତ୍ରୀ-ଠିକାଦାର ସଲାସୁତରାରେ ଚାଲିଛି କାର୍ଯ୍ୟ

ମୋରଡ଼ା,୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନ ବୈଶିଙ୍ଗା କେନାଲ ଡିଭିଜନରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର...

ପାକ ପ୍ରଧାନମନ୍ତ୍ରୀଙ୍କ ନାଟକବାଜୀ, କହୁଛନ୍ତି ଆତଙ୍କବାଦକୁ ନେଇ ଚିନ୍ତିତ

ଇସଲାମାବାଦ,୪।୭: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ଏସସିଓ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ଆତଙ୍କବାଦ ପ୍ରସଙ୍ଗକୁ ଏକ ପ୍ରମୁଖ ଚିନ୍ତା ଭାବେ ଉଠାଇଥିଲେ ଏବଂ...

ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍‌ଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪।୭: ଲୋକସେବା ଭବନରେ କାର୍ଯ୍ୟରତ ଏଏସ୍‌ଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଚାର୍ଯ୍ୟ ବିହାର ସ୍ଥିତ ରହୁଥିବା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଏଏସ୍‌ଓ...

ମୁଖ୍ୟମନ୍ତ୍ରୀଙ୍କ ପାଇଁ କେନ୍ଦୁଝରରୁ କେନ୍ଦୁ ଆଣିଥିଲେ ଜଣେ ବ୍ୟକ୍ତି: ଏହା ଦେଖିବା ପରେ ହଠାତ୍‌…

ଭୁବନେଶ୍ୱର,୪।୮:ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝି ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ସହଜରେ...

ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ କଲେ ମୁଖ୍ୟମନ୍ତ୍ରୀ, ଯୁଦ୍ଧକାଳୀନ ଭିତ୍ତିରେ ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର,୪ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବୈଠକରେ ଉପମୁଖ୍ୟମନ୍ତ୍ରୀ...

କିର୍‌ ଷ୍ଟାର୍ମର କିଏ? ବ୍ରିଟେନ ନିର୍ବାଚନରେ ଯିଏ ସୁନକଙ୍କୁ ଦେଉଛନ୍ତି କଡ଼ା ଟକ୍କର, ହୋଇପାରନ୍ତି ପ୍ରଧାନମନ୍ତ୍ରୀ…

ଲଣ୍ଡନ,୪।୭: ବ୍ରିଟେନ୍‌ରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବଡ଼ ଧରଣର ଓଲଟପାଲଟ ହୋଇପାରେ। ଏପରିକି ପ୍ରଧାନମନ୍ତ୍ରୀ ଋଷି ସୁନକ ନିର୍ବାଚନ ହାରିଯାଇପାରନ୍ତି...

ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା କରି ରାସ୍ତାରେ ଫିଙ୍ଗିଦେଲେ ପଡ଼ୋଶୀ

ବାରିପଦା,୪ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ କେନ୍ଦୁଡିହା ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri