![](https://www.dharitri.com/wp-content/uploads/2020/04/046035c9-7c0e-455a-82ca-dc18dbccb8d5.jpg)
କଟକ ଅଫିସ,୨୦ା୪: ଯାଜପୁର ଜିଲା ବଡ଼ଚଣା ଆଇଆଇସି ଦୀପକ କୁମାର ଜେନାଙ୍କୁ ସୋମବାର ନିଲମ୍ବନ କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ତାଙ୍କୁ ନିଲମ୍ବନ କରିଛନ୍ତି। ଲକ୍ଡାଉନ୍ ସମୟରେ ଆଇଆଇସି ଜେନା ସପରିବାର ପୁରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ଏ ନେଇ ତାଙ୍କ ବିରୋଧରେ ପୁରୀ ସିଂହଦ୍ୱାର ଥାନାରେ ୪୦/୨୦ରେ ଏକ ମାମଲା ରୁଜୁ କରାଯାଇଛି। ସେ ଇନ୍ସପେକ୍ଟର ର଼୍ୟାଙ୍କର ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ କାର୍ଯ୍ୟାଳୟକୁ ଲେଖିଥିଲେ ପୁରୀ ଏସ୍ପି।