ନୂଆଦିଲ୍ଲୀ,୨୪।୩: କରୋନା ସଂକ୍ରମିତଙ୍କ ପାଇଁ ମ୍ୟାଲେରିଆ ଔଷଧ କ୍ଲୋରୋକ୍ୱିନ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଇଣ୍ଡିଆନ୍ ମେଡ଼ିକାଲ୍ କାଉନସିଲ୍ ରିସର୍ଚ୍ଚ ପକ୍ଷରୁ ଘୋଷଣା କରାଯାଇଛି। ଏହାପରେ କ୍ଲୋରୋକ୍ୱିନ୍ର ଚାହିଦା ଯଥେଷ୍ଟ ବଢ଼ିବାରେ ଲାଗିଛି। ଏହା ସହିତ ଏହାର ନିର୍ମାତା କମ୍ପାନୀ ଇପ୍କା ଲାବୋଟୋରିଜ୍ ଲିମିଟେଡ୍ର ଶେୟାରରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି। ଇତିମଧ୍ୟରେ କମ୍ପାନୀର ଶେୟାରରେ ୧୨ ପ୍ରତିଶତ ବୃଦ୍ଧି ହୋଇଥିବା କୁହାଯାଉଛି।