ଇସ୍ଲାମାବାଦ,୪।୧୦: ପାକିସ୍ତାନ ରାଜନୀତି ଏବେ ସରଗରମ ରହିଛି। ଦେଶ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ବେଳେ ଇମ୍ରାନ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ଏକ ପ୍ରକାର ତୁଟି ଯାଇଛି କହିଲେ ଚଳେ। ଏତିକିବେଳେ ଶୁଣିବାକୁ ମିଳିଛି କି ପୂର୍ବତନ ସେନା ଶାସକ ପରଭେଜ ମୁଶରଫ ପୁଣିଥରେ ରାଜନୀତିକୁ ଫେରିପାରନ୍ତି। ଏହା ମୁଶରଫଙ୍କ ଜଣେ ସହଯୋଗୀ ପ୍ରକାଶ କରିଥିବା ଜଣାପଡିଛି। କିଛିଦିନ ହେବ ସ୍ବାସ୍ଥ୍ୟଗତ କାରଣ ଯୋଗୁ ସେ ରାଜନୀତିଠାରୁ ଦୂରେଇ ରହିଥିଲେ। ଏବେ ପୁଣିଥରେ ମୁଶରଫ ଯଦି ରାଜନୀତିକୁ ଫେରନ୍ତି ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଏହାର ଗଭିର ପ୍ରଭାବ ପଡିବ ବୋଲି ଆଲୋଚନା ହେଲାଣି। ଅକ୍ଟୋବର ୬ରେ ସେ ରାଜନୀତିକୁ ଫେରିବେ ବୋଲି ଅନୁମାନ କରାଯାଉଛି।