ବଣବୁଦା ସଫେଇ ନଁ। ରେ ଗଛ କଟା

ଚମ୍ପୁଆ, ୭ା୧୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନରେ ବନ ବିଭାଗ ପକ୍ଷରୁ ବଣବୁଦା ସଫା ନାମରେ ଶାଳ ଆଦି ଗଛ କଟାଯାଉଥିବାରୁ ଏହାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ସବୁଆଡ଼େ ବନ ସମ୍ପଦ କ୍ଷୟ ହେଉଥିବା ବେଳେ ସତର୍କତା ଅବଲମ୍ବନ ନ କରି ଏଭଳି ଗଛ କଟାଯିବା ପରିବେଶ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।
ସମ୍ପ୍ରତି ଜଙ୍ଗଲ ମଧ୍ୟରେ ଅନାବନା ବଣବୁଦା ସଫେଇ କରିବା ଆଳରେ ବନ ବିଭାଗ ପକ୍ଷରୁ ଶ୍ରୀଧରପୁର, କଇଁତା, ପତଳା ଆଦି ଅଞ୍ଚଳରେ ଏକ ସପ୍ତାହେ ହେବ ଗଛ କଟାଯାଉଛି। ଏପରି କି ଏହି କାର୍ଯ୍ୟରେ ବୃକ୍ଷ ଚିହ୍ନି ନ ଥିବା ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବାରୁ ବହୁ ଔଷଧୀୟ ଲତା ଓ ଅନ୍ୟ ଗଛ ନଷ୍ଟ ହେଉଛି। ଏହି ଖଣି ଖାଦାନଭରା ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି ପରିବେଶର ସନ୍ତୁଳନ ରକ୍ଷା କରିବା ବଦଳରେ ବନ ବିଭାଗର ଅନ୍ଧାଧୁନିଆ ଗଛକଟା ନେଇ ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ରମାକାନ୍ତ ପ୍ରଧାନ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ସହଯୋଗକ୍ରମେ ଚମ୍ପୁଆ ବ୍ଲକର ଜଙ୍ଗଲ ସୁରକ୍ଷା ନେଇ ସଚେତନତା ବୃଦ୍ଧି ପାଇଛି। ସ୍ଥାନୀୟ ଜଙ୍ଗଲରେ ବହୁ ଔଷଧୀୟ ବୃକ୍ଷ ରହିଥିବାରୁ ସେଥିରୁ ନାନା ଔଷଧ ପ୍ରସ୍ତୁତ କରାଯାଉଛି। ଏଣୁ ମୂଲ୍ୟବାନ ତଥା ଔଷଧୀୟ ଗଛ ନଷ୍ଟ ନ ହେବା ଉଚିତ। ଜାମୁଦଲକ ସରପଞ୍ଚ ରମେଶ ମୁଣ୍ଡା କହିଛନ୍ତି ଯେ, ଏ ଅଞ୍ଚଳର ଲୋକେ ବାପା ଦାଦା ଅମଳରୁ ଘରପିଛା ଧାନ ସଂଗ୍ରହ କରି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିଲେ। ଏବେ ବନ ବିଭାଗ ନୂଆ ଜଙ୍ଗଲ ସୃଷ୍ଟି କରିପାରୁ ନ ଥିବା ବେଳେ ଜଙ୍ଗଲ ସମ୍ପଦ ନଷ୍ଟ କରିବା ଠିକ୍‌ ନୁହେଁ। ଓଡ଼ିଶା ଜନସେବା ସଙ୍ଗଠନ ରାଜ୍ୟ ସମ୍ପାଦକ ମହେନ୍ଦ୍ର ଗିରି କହିଛନ୍ତି ଯେ, ଜଙ୍ଗଲ ଭଳି ମୂଲ୍ୟବାନ ସମ୍ପତ୍ତିିର ସୁରକ୍ଷା ଗ୍ରାମବାସୀଙ୍କ ହାତରେ ରହିଥିବା ବେଳେ ସେମାନଙ୍କୁ ଅଣଦେଖା କରି ଜଙ୍ଗଲ ସଫେଇ ଆଳରେ ହେଉଥିବା ଗଛକଟା ବନ୍ଦ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତର ୫ ମ୍ୟାଚ୍‌ ହାରି ବି ପ୍ଲେ-ଅଫ୍‌ରେ ପହଞ୍ଚିପାରିବ CSK: ଜାଣନ୍ତୁ କ’ଣ ଅଛି ସମୀକରଣ

ଚେନ୍ନାଇ,୧୨।୪: ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ IPL 2025ର ୨୫ତମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହା କୋଲକାତା ନାଇଟ...

ରାସ୍ତାକଡ଼ ପାଉଁଶ ଗୁଣ୍ଡ ନେଲା ଶିଶୁର ଜୀବନ: ଖସିଯିବାକୁ ରାଇସ ମିଲ ମାଲିକଙ୍କ ଉଦ୍ୟମ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତାପାଶର୍‌ବରେ ପଡିଥିବା ରାଇସ ମିଲରୁ ନିଷ୍କାସିତ...

ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି

ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...

୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍‌ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଠପ୍‌ ହୋଇଯାଇଛି।...

୨୧ରେ ଭାରତ ଆସିପାରନ୍ତି ଜେ.ଡି. ଭାନ୍ସ

ନୂଆଦିଲ୍ଲୀ,୧୨।୪:ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍‌ ଓ୍ବାଲ୍ଟଜ୍‌ ଆସନ୍ତା ୨୧ରୁ ୨୪ ମଧ୍ୟରେ ଭାରତ ଆସିପାରନ୍ତି। ଭାନ୍ସଙ୍କ ସହ ତାଙ୍କ...

ମୋବାଇଲ ଦୋକାନରୁ ଚୋରି ଘଟଣା: ୩୦ ମୋବାଇଲ ସମେତ ୭୧୦୦ ଟଙ୍କା ଜବତ

ଭବାନୀପାଟଣା,୧୨ା୪: କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଶୁକ୍ରବାର ବିଭିନ୍ନ କମ୍ପାନୀର ୩୦ଟି ଚୋରି ମୋବାଇଲ ସମେତ ନଗଦ ୭୧ଶହ ଟଙ୍କା ଜବତ କରିଛି।...

ଦାଦାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଲେ ପୁତୁରା: କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳକଇଁସାରୀ ଗ୍ରାମରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ଗଣ୍ଡଗୋଳକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image