ବଦଳି ଯାଉଥିବା ଜୀବନଶୈଳୀ

ଡ. ବିରଞ୍ଚତ୍ନାରାୟଣ ମଲ୍ଲିକ

ଆଜିକା ସମୟରେ ଘର, ପରିବାର, ରାସ୍ତାଘାଟ, ଖଟି ଜାଗା ବା କର୍ମସଂସ୍ଥାନ ସବୁଠି କେବଳ ଗୋଟିଏ ହିଁ ଚର୍ଚ୍ଚା, ତାହା ଆମ୍ଭମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଥିବା ‘କରୋନା’। କରୋନା ବାସ୍ତବରେ ଯେତିକି କ୍ଷତି କରିଛି ଅନେକ ଲାଭ ବି ଦେଇଛି। ଜଳ ଓ ବାୟୁ ପ୍ରଦୂଷଣ ଆଶ୍ଚର୍ଯ୍ୟଜନକ ଭାବେ କମିଯାଇଛି। ପୂର୍ବପରି ଲୋକମାନେ ଆଉ ଖାଇବା ପରେ ଖାଦ୍ୟପଦାର୍ଥ ଫୋପାଡୁ ନାହାନ୍ତି। ବେପରୁଆ ଓ ଖୋଲାହାତ ଖର୍ଚ୍ଚ ନ କରି ସର୍ବନିମ୍ନ ଖର୍ଚ୍ଚରେ ଜୀବନନିର୍ବାହ କରୁଛନ୍ତି। ଅସଲ କଥାଟି ହେଉଛି ସରକାର ଲକ୍‌ଡାଉନ୍‌ ଦ୍ୱାରା ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଏକ ପ୍ରକାର ବନ୍ଦ କରିଦେଇଥିବା ବେଳେ ଲକ୍‌ଡାଉନ୍‌ ପ୍ରତ୍ୟାହୃତ ହେଲେ ବି ପୂର୍ବର ସେହି ଜୀବନଶୈଳୀ ଆଉ କିନ୍ତୁ ଫେରି ନ ପାରେ। ଖୁଚୁରା ବ୍ୟବସାୟୀ ହୁଅନ୍ତୁ ବା ହୋଟେଲ କିମ୍ବା ରେଷ୍ଟୁରାଣ୍ଟ, ବିମାନଯାତ୍ରା ହେଉ ଅବା ଖାଦ୍ୟପାନୀୟ ବ୍ୟବସାୟୀ- ସେମାନେ ପୂର୍ବରୁ ଯେପରି ସବୁ ସ୍ବତନ୍ତ୍ର ରିହାତି ଓ ଗିଫ୍ଟ ଅଫର ଦେଉଥିଲେ ଆଉ ସେମାନେ ଏବେ ଦେଇପାରିବେନି। ସରକାରୀ ଭାବେ କଟକଣା କୋହଳ ହେଲେ ବି ବିଭିନ୍ନ ଉଦ୍ୟୋଗ ଓ ଶିଳ୍ପସଂସ୍ଥାର ତାଲା ଯେ ଠିକ୍‌ଭାବେ ଖୋଲିଯିବ ତାହା କିନ୍ତୁ କହିହେବ ନାହିଁ। କରୋନା ପରବର୍ତ୍ତୀ ଜୀବନରେ ଉପଭୋକ୍ତାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବେ। ସେବା ଯୋଗାଉଥିବା ସଂସ୍ଥାଠାରୁ ପରିଚ୍ଛନ୍ନତା ଓ ସ୍ବାସ୍ଥ୍ୟରକ୍ଷା ଆଶା କରିବା ସ୍ବାଭାବିକ। ସେହିପରି ଶପିଂ ମଲ୍‌ଗୁଡ଼ିକ ନୂଆ ନିୟମ ଲାଗୁ କରିବେ। ସାମାଜିକ ଦୂରତା ରକ୍ଷା ପାଇଁ ନିଜର ଆଭ୍ୟନ୍ତରୀଣ ସାଜସଜ୍ଜାରେ ପରିବର୍ତ୍ତନ କରିବେ। ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ କରିବା ସହ ମେଟାଲ ଡିଟେକ୍ଟର ଭଳି ସାନିଟାଇଜ କିଓସ୍କ ଲଗାଇବେ। ଫିଟ୍‌ନେସ ନ ଥିଲେ ଯେମିତି ଆଜିକାଲି କ୍ରିକେଟ, ହକି ବା ଫୁଟବଲ ଦଳର ଏଗାର ଜଣିଆ ଦଳ ଭିତରେ ରହି ହେଉନାହିଁ, ସେମିତି ଫିଟ୍‌ନେସ ନ ଥିଲେ ବା ରୁଗ୍‌ଣ ଥିଲେ ଉପଭୋକ୍ତାମାନେ ବଜାର, ମଲ୍‌ ବା ଶପିଂ କମ୍ପ୍ଲେକ୍ସ ଭିତରକୁ ବି ପଶିବାକୁ ଯୋଗ୍ୟ ହେବେନାହିଁ। ଯେଉଁମାନେ ମାସ୍କ ପିନ୍ଧି ନ ଥିବେ ସେମାନେ ଭିତରେ ପ୍ରବେଶ କରିବାର ଅନୁମତି ନ ପାଇପାରନ୍ତି। ଯେଉଁମାନଙ୍କ ଶରୀରର ତାପମାତ୍ରା ୯୯ରୁ ୧୦୦ ଡିଗ୍ରୀ ଫାରେନ୍‌ହିଟ ବା ତା’ଠୁ ଉପରେ ଥିବ, ସେମାନେ ଫାଟକରୁ ଫେରିଯିବାକୁ ବାଧ୍ୟ ହେବେ। ପ୍ରତି ଘଣ୍ଟାରେ ସୀମିତ ସଂଖ୍ୟାରେ ଗ୍ରାହକଙ୍କୁ ପ୍ରବେଶାନୁମତି ମିଳିବ। କୌଣସି ପ୍ରକାର ସାମାଜିକ ପ୍ରତିବନ୍ଧକଙ୍କୁ ସାମ୍ନା କରିବାକୁ ପଡ଼ିବ। କେବଳ ରହଣି ଓ ଭୋଜନ ସେବାରେ ହୋଟେଲ ଶିଳ୍ପ ସୀମିତ ରହିବ। ସଭ୍ୟ ମଣିଷର ଜୀବନ ଆଉ ମୁକ୍ତ ଓ ଅବାଧ ହୋଇ ରହିପାରିବ ନାହିଁ। ବଦଳିଯିବ ନିତିଦିନିଆ ଜୀବନଶୈଳୀ। କଟକଣା ଓ ଅନୁଶାସନ ଭିତରେ ବଞ୍ଚତ୍ବାକୁ ହେବ।
ଆମେ ମଣିଷର ଜୀବନକାଳ ଓ ରୋଗ ବିଷୟରେ ଟିକିଏ ଉଲ୍ଲେଖ କରୁଛୁ। ଆପଣ ଜାଣି ନ ଥିବେ ଜଣେ ସାଧାରଣ ମଣିଷ ଜୀବନକାଳରେ ଅନୂ୍ୟନ ୬୨୮୪ ଥର ଛୋଟବଡ଼ ବେମାରିର ଶିକାର ହୋଇଥାଏ। ସାଧାରଣ ଥଣ୍ଡା, ବାୟୁଦୋଷ, ମୁଣ୍ଡବିନ୍ଧା, ଅଣ୍ଟାଦରଜ, କଫ-କାଶ, କୃମିଦୋଷ ଭଳି ରୋଗ ଦ୍ୱାରା ସମସ୍ତେ ନିୟମିତ ପୀଡ଼ିତ ହୋଇଥାନ୍ତି। ବ୍ରିଟେନ୍‌ର କେତେକ ଘରୋଇ ସ୍ବାସ୍ଥ୍ୟ ବୀମା ସଂସ୍ଥା ସହାୟତାରେ ସେଠାକାର ଲୋକଙ୍କ ଉପରେ ସର୍ବେକ୍ଷଣ କରାଯାଇଥିଲା। ତାହାର ଫଳାଫଳ ଅନୁଯାୟୀ ୭୮.୫ବର୍ଷ ବଞ୍ଚୁଥିବା ଜଣେ ବ୍ରିଟନ୍‌ ବାର୍ଷିକ ୮୦ଟି ପର୍ଯ୍ୟନ୍ତ ସାଧାରଣ ରୋଗ ଭୋଗିଥାନ୍ତି। ବର୍ଷରେ ୨୧ ଥର ବେଦନା ଉପଶମକାରୀ ଔଷଧ ଗ୍ରହଣ କରନ୍ତି ଅର୍ଥାତ୍‌ ଜୀବନକାଳରେ ୧୬୪୯ ଥର ଏଭଳି ଔଷଧ ଖାଇଥାନ୍ତି। ପୁଣି ପ୍ରାୟ ସମସ୍ତେ ବାର୍ଷିକ ଅତି କମ୍‌ରେ ୧୯ଥର ରକା, ୧୬ଥର ମୁଣ୍ଡବିନ୍ଧା ଓ ୧୪ଥର ପିଠିବିନ୍ଧା ଭଳି ଅତି ସାଧାରଣ ବେମାରି ଭୋଗିଥାନ୍ତି। ତା’ଛଡ଼ା ପେଟ ଗୋଳମାଳ, ହଜମଜନିତ ଅସୁବିଧା, ନାକରୁ ରକ୍ତ ପଡ଼ିବା ମଧ୍ୟ ମଣିଷ କ୍ଷେତ୍ରରେ ସାଧାରଣ। ଏଭଳି ବେମାରି ଦ୍ୱାରା ପୀଡ଼ିତ ରହୁଥିଲେ ହେଁ ସମସ୍ତେ ମନେକରନ୍ତି ଯେ ସେମାନଙ୍କଠାରେ କୌଣସି ଅସୁସ୍ଥତା ନାହିଁ। ପରିଣାମସ୍ବରୂପ ବଡ଼ ବଡ଼ ବେମାରିର ଶିକାର ହୋଇଥାନ୍ତି।
ବାସ୍ତବ କଥା ହେଉଛି କରୋନା ଆମ୍ଭମାନଙ୍କୁ ଅନେକ ମୂଲ୍ୟବାନ୍‌ ଶିକ୍ଷା ଦେଇଛି। ଅନେକଙ୍କର ଦାନାପାଣି ଓଲଟପାଲଟ ହୋଇଯାଇଛି। କିଛି ଲୋକଙ୍କ ସ୍ବପ୍ନର ସଂସାର ବି ଚୂରମାର ହୋଇଯାଇଛି। କିନ୍ତୁ ଆମ୍ଭେମାନେ ସବୁଜ ଓ ନିର୍ମଳ ପରିବେଶ ଭିତରେ ଜୀବନ ଜିଉଛୁ। ମଦ ଓ ନିଶାଦ୍ରବ୍ୟ ସାମୟିକ ବନ୍ଦ କାରଣରୁ ସମାଜରେ ଅଭାବନୀୟ ଘଟଣା ଓ ପାଶବିକତା ତୁଳନାତ୍ମକ ଭାବେ କମି ଯାଇଛି। ଘର-ପରିବାରଠାରୁ ଦୂରରେ ରହୁଥିବା କିଛି ବ୍ୟକ୍ତି ଯୌଥ ପରିବାରରେ ମିଶିବାର ଅବକାଶ ପାଇଲେ। ଜୀବନ ନିର୍ବାହ କ୍ଷେତ୍ରରେ ସଞ୍ଚୟ ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ ଶିକ୍ଷା ପାଇଲୁ। ପରିଷ୍କାର ପରିଚ୍ଛନ୍ନତା ଓ ସ୍ବାସ୍ଥ୍ୟ ସଚେତନତା କେତେ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ସେହି ଶିକ୍ଷା ତ କରୋନା ଆମମାନଙ୍କୁ ଦେଲା। ଆସନ୍ତୁ ମନ ଭିତରେ ନିରାଶା, ହତାଶା ଓ ଦୁଃଖକୋହକୁ ପଛକୁ ଠେଲି ଦିବ୍ୟ ଜୀବନ ବିତାଇବା ପାଇଁ ଯେଉଁ ସୁଯୋଗ ପାଇଲେ ତାହାକୁ ଜୀବନ କ୍ଷେତ୍ରରେ ଲଗାଇବା।
ସର୍ଜରି ବିଶେଷଜ୍ଞ, କଟକ
ମୋ : ୯୪୩୭୨୭୭୭୪୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri