ଯାଜପୁର ଟାଉନ,୧୭ା୬(ଡି.ଏନ୍.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ମାଳଆନନ୍ଦପୁର ଗ୍ରାମର ରଶ୍ମିତା ଦଳାଇଙ୍କ ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଶନିବାର ରଶ୍ମିତାଙ୍କ ବାପା ଯୌତୁକ ଦାବିରେ ଝିଅଙ୍କୁ ଶାଶୁଘର ଲୋକେ ପିଟିମାରିଦେଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (୧୦୪/୨୦୧୯) ରୁଜୁକରି ତଦନ୍ତ ଚଳାଇଥିବାବେଳେ ରବିବାର ଅଭିଯୁକ୍ତ ସ୍ବାମୀ ସୂର୍ଯ୍ୟମଣି ଦଳାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ସୂର୍ଯ୍ୟମଣି ସୁକିନ୍ଦା ଥାନା ଅନ୍ତର୍ଗତ ଅତା ଗ୍ରାମର ବେଣୁଧର ଦଳାଇଙ୍କ ଝିଅ ରଶ୍ମିତାଙ୍କୁ ବୈଦିକ ରୀତିିରେ ବିବାହ କରିଥିଲେ। ବିବାହଘର ସମୟରେ ବରଘର ପକ୍ଷରୁ ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା। ମାତ୍ର ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶାଶୁଘର ଲୋକେ ରଶ୍ମିତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ଗତ ଶୁକ୍ରବାର ରଶ୍ମିତାଙ୍କୁ ମାଡମାରି ହତ୍ୟା କରିଥିବା ଯାଜପୁରସଦର ଥାନାରେ ଅଭିଯୋଗ ହୋଇଥିଲା।