ବନ ବିଭାଗ ଶୋଇଗଲା: ବନ୍ୟପ୍ରାଣୀ ଅପରାଧ ବଢ଼ିଗଲା

ଭୁବନେଶ୍ୱର, ୧୮ା୬(ବ୍ୟୁରୋ): ସବୁଜ ଓଡ଼ିଶାର ସ୍ବପ୍ନ ଦେଖୁଛନ୍ତି ସରକାର। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ବିଭାଗ କାର୍ଯ୍ୟ କରୁଥିବାବେଳେ ବଡ଼ ବଡ଼ ଅଫିସର ଦାୟିତ୍ୱରେ ରହୁଛନ୍ତି। ହେଲେ ସବୁଜ ବନାନୀକୁ ପ୍ରକୃତ ସୁରକ୍ଷା ଦେଉଥିବା ହାତୀ, ବାଘ ଭଳି ବହୁ ବନ୍ୟାପ୍ରାଣୀ ଆଜି ଅସୁରକ୍ଷିତ ହୋଇପଡିଛନ୍ତି। ବର୍ଷ ବର୍ଷ ଧରି ବନ୍ୟାପ୍ରାଣୀ ଶିକାର, ଚାଲାଣ ଜାରି ରହିଥିଲେ ମଧ୍ୟ ବନ ବିଭାଗ ଏହାକୁ ରୋକିବାରେ ବିଫଳ ହେଉଛି। ଏବେ କରୋନା ଏହି ବିଫଳତାକୁ ପଦାରେ ପକାଇଛି। କରୋନା ପାଇଁ ସବୁଆଡେ କଟକଣା ଲାଗିଛି। ସଂକ୍ରମଣ ଭୟରେ ଲୋକେ ଘରୁ ବାହାରିବାକୁ ଡରୁଥିବାବେଳେ ଏହାକୁ ଖାତିର ନ କରି ବନ୍ୟପ୍ରାଣୀ ଅପରାଧୀମାନେ ବେଶ୍‌ ସକ୍ରିୟ ହୋଇପଡିଛନ୍ତି। ଏପଟେ ଦାୟିତ୍ୱରେ ରହୁଥିବା ବନ ଅଧିକାରୀମାନେ ଏହି ବାହାନାରେ ଢିଲା ଆଭିମୁଖ୍ୟ ଗ୍ରହଣ କରୁଥିବାରୁ ବନ୍ୟପ୍ରାଣୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଇଛି। ଲକ୍‌ଡାଉନ୍‌ ଆରମ୍ଭରୁ ଏପର୍ଯ୍ୟନ୍ତ ଏହି ସାଢ଼େ ୩ ମାସ ମଧ୍ୟରେ ରାଜ୍ୟରେ ୧୩ ହାତୀଙ୍କ ମୃତ୍ୟୁ ଘଟିଛି। ଏଥିସହ ବହୁ ବାଘ ଛାଲ, ଜୀବନ୍ତ ବଜ୍ରକାପ୍ତା ଓ କଇଁଛ ଜବତ କରି କ୍ରାଇମବ୍ରାଞ୍ଚ ରାଜ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ସ୍ଥିତିକୁ ନେଇ ମଧ୍ୟ ସତର୍କ କରିଛି।
ସୂଚନାନୁସାରେ, ଏପ୍ରିଲ ୭ରେ ବାଲେଶ୍ୱର ବନଖଣ୍ଡ ରାଇବଣିଆ ଅଞ୍ଚଳରେ ଏକ ୫୦ ବର୍ଷୀୟା ମାଈ ହାତୀ ଓ ୮ରେ ଖୋର୍ଦ୍ଧା ବେତୁଲ୍‌-ଶଙ୍ଖଯୋଡି ସଂରକ୍ଷିତ ଜଙ୍ଗଲରୁ ବର୍ଷକର ଛୁଆ ହାତୀର ଗଳିତ ମୃତଦେହ ମିଳିଥିଲା। ଏପ୍ରିଲ ୧୧ରେ ସୁବର୍ଣ୍ଣପୁର ବନଖଣ୍ଡର ଉଲୁଣ୍ଡା ରେଞ୍ଜରେ ୧୫ ବର୍ଷୀୟ ଦନ୍ତା ହାତୀ ଓ ସେହିମାସ ୧୫ ତାରିଖରେ ବଡମ୍ବା ରେଞ୍ଜରେ ୪ବର୍ଷୀୟ ଛୁଆ ହାତୀର ମୃତଦେହ ଠାବ କରାଯାଇଥିଲା। ଏପ୍ରିଲ ୧୬ରେ ଅନୁଗୋଳ ରେଞ୍ଜ ମଝିପଡ଼ା ଜଙ୍ଗଲରେ ୪୫ ବର୍ଷୀୟା ମୃତ ମାଈ ହାତୀ, ମେ’ ୫ରେ କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ଏକ ହାତୀର ହାଡ଼ ଓ କଙ୍କାଳ ମିଳିଥିଲା। ସେହିଭଳି ମେ’ ୧୫ରେ ବାମରା ବନ୍ୟପ୍ରାଣୀ ବନଖଣ୍ଡ କିସିଙ୍ଗା ରେଞ୍ଜ ଖଳାଶୁଣୀ ଅଭୟାରଣ୍ୟ ନିକଟରେ ୩ ବର୍ଷୀୟ ଅଣ୍ଡିରା ଛୁଆ ହାତୀର ମୃତଦେହ ଠାବ କରାଯାଇଥିଲା। ମେ’ ୨୩ରେ କେନ୍ଦୁଝର ଚମ୍ପୁଆ ରେଞ୍ଜରେ ୬-୭ ବର୍ଷୀୟ ମାଖନା ହାତୀର ବିଷକ୍ରିୟା ଯୋଗୁ ମୃତ୍ୟୁ ଘଟିଥିବା ଜଣାପଡିଥିଲା। ଜୁନ୍‌ ୮ରେ ଅନୁଗୋଳ ବନଖଣ୍ଡ କଣିହାଁ ରେଞ୍ଜରେ ଏକ ୪ ବର୍ଷୀୟ ଅଣ୍ଡିରା ଛୁଆ ହାତୀର ମୃତୁ ଘଟିଥିବାବେଳେ ପାଟିରେ ପୋକ ହୋଇଯାଇଥିଲା। ସୁନ୍ଦରଗଡ଼ ବନଖଣ୍ଡ କୁଆଁରମୁଣ୍ଡାଠାରେ ଜୁନ ୧୨ରେ ଏକ ୪ ମାସର ଛୁଆ ହାତୀର ମୃତଦେହ ଲୁହା ତାର ଫାଶରେ ପଡ଼ିଥିବା ଅବସ୍ଥାରେ ମିଳିଥିଲା। ଜୁନ୍‌ ୧୩ରେ କେନ୍ଦୁଝର ଚମ୍ପୁଆ ରେଞ୍ଜ ବୈତରଣୀ(ବି) ସଂରକ୍ଷିତ ଜଙ୍ଗଲରେ ୨ଟି ହାତୀ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମରିଥିବା ଦେଖାଯାଇଥିଲା। ତେବେ ମୃତ ଅଣ୍ଡିରା ହାତୀଟିର ଦାନ୍ତ ନ ଥିବାରୁ ଶିକାର କରାଯାଇଥିବା ଅନୁମାନ କରାଯାଇଥିଲା। ଅନ୍ୟପକ୍ଷରେ ୧୭ ତାରିଖ ବୁଧବାର ବୌଦ୍ଧ ଜିଲାର ଏକ ଦନ୍ତାହାତୀର ଗୁଳିବିଦ୍ଧ ମୃତଦେହ ଠାବ କରାଯାଇଥିଲା। ଏହି ସମସ୍ତ ଘଟଣାକୁ ଦେଖିଲେ ଅଧିକାଂଶ ହାତୀ ଶିକାର ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଲକ୍‌ଡାଉନ୍‌ରେ ବହୁ ଚୋରା ଚାଲାଣ ଧରିଛି। ମେ’ ୧୧ରେ ଯଶିପୁରରେ କଲରା ପତରିଆ ବାଘ ଛାଲ ଜବତ ହୋଇଥିଲା। ଜୁନ ୭ରେ ଦଶପଲା ଜଙ୍ଗଲରୁ ୨ଟି କଲରା ପତରିଆ ବାଘ ଛାଲ ସହ ୨ଟି ହରିଣ ଛାଲ, ଜୁନ୍‌ ୧୨ରେ ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ନିକଟରେ ୨ଟି କଲରା ପତରିଆ ବାଘ ଛାଲ ସହ କିଛି ହାଡ଼ ଜବତ କରିଥିଲା ଏସ୍‌ଟିଏଫ୍‌। ଏଥିସହିତ ନବରଙ୍ଗପୁର ବନଖଣ୍ଡରେ ମେ’ ୧୧ରେ ଚୋରା ଚାଲାଣବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ସେହିମାସ ୨୪ରେ ଆଠଗଡ଼ ବନଖଣ୍ଡରୁ ଚୋରା ଚାଲାଣବେଳେ ଖୁଣ୍ଟୁଣି ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ଏହାର ଦୁଇଦିନ ପରେ ଅର୍ଥାତ୍‌ ୨୬ ତାରିଖରେ ରେଢ଼ାଖୋଲରୁ ୨.୬ କିଗ୍ରା ବଜ୍ରକାପ୍ତା କାତି, ଜୁନ ୧୧ରେ ମାଲକାନଗିରି ବନଖଣ୍ଡରେ ବହୁ କଇଁଛ ଓ ଏହାର ତିନିଦିନ ପରେ ଅର୍ଥାତ୍‌ ୧୪ ତାରିଖରେ ନବରଙ୍ଗପୁର ବନଖଣ୍ଡର ମଇଦଲପୁରରେ ୯୦ରୁ ଊଦ୍ଧର୍‌ବ ଜୀବନ୍ତ କଇଁଛ ଜବତ ହୋଇଥିଲା।
ଏହି ସମସ୍ତ ବନ୍ୟପ୍ରାଣୀ ଭାରତୀୟ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ-୧୯୭୨ ଅନୁଯାୟୀ ତଫସିଲ-୧ ଅନ୍ତର୍ଭୁକ୍ତ। ଏହାଛଡ଼ା ବହୁ ବନ୍ୟପ୍ରାଣୀ ମଧ୍ୟ ଶିକାର ହୋଇଥିଲେ ମଧ୍ୟ ଲକ୍‌ଡାଉନ୍‌ ପାଇଁ ବାହାରକୁ ଚାଲାଣ ହୋଇପାରି ନ ଥିବା ଜଣାପଡିଛି। ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କୁହନ୍ତି, ଲକ୍‌ଡାଉନ୍‌ରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବଢ଼ାଇବା ପାଇଁ ଆମେ ଦାବି କରିଥିଲେ ମଧ୍ୟ ତାହା କରି ଶୋଇଗଲେ। ୨୦୧୧ ନିର୍ଦ୍ଦେଶନାମା ଅନୁସାରେ, ଯେକୌଣସି ହାତୀର ଅପ୍ରାକୃତିକ ମୃତ୍ୟୁ ହୋଇଥିଲେ ତଦନ୍ତ ହେବ। ଯଦି ଡିଏଫ୍‌ଓ ଓ ରେଞ୍ଜରମାନଙ୍କର ତ୍ରୁଟି ଥିବ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ଏପର୍ଯ୍ୟନ୍ତ ସେଭଳି କୌଣସି ଗୋଟିଏ ବି ଘଟଣା ସାମ୍ନାକୁ ଆସି ନାହିଁ। କେବଳ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯାଉଥିବାରୁ ଆଗକୁ ସ୍ଥିତି ଆହୁରି ବିଗିଡିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri