ଅନୁଗୋଳ ଅଫିସ,୧୭।୨: ଅନୁଗୋଳ ଜିଲା ବନ୍ତଳା ଥାନା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବନ୍ତଳା ଶାଖାରେ ରବିବାର ରାତିରେ ଡକାୟତି ହୋଇଛି। ବ୍ୟାଙ୍କ ମ୍ୟାନେଜର କାର୍ଯ୍ୟାଳୟ ଗୃହ କବାଟ ତାଲା ତଡ଼ା ହୋଇଥିବା ବେଳେ କମ୍ପ୍ୟୁଟର,ହାଡ୍ଡିକ୍ସ ଆଦି ନେଇ ଯାଇଥିବା ଜଣାପଡୁଛି। ଏଥି ସହିତ ଷ୍ଟ୍ରଙ୍ଗ ରୁମ୍ ବିଷୟରେ କିଛି ଜଣାପଡ଼ିନାହିଁ। ପୂବାହ୍ନ ୧୦ଟା ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିନାହିଁ।