ବନ୍ଧ ପୁନରୁଦ୍ଧାର ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ଧରାକୋଟ,୨୫ା୭(ଡି.ଏନ.ଏ.)- ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତ ଜଗନ୍ନାଥପୁର ଶାସନ ଗ୍ରାମର ରଙ୍କିବନ୍ଧ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତ ମଙ୍ଗଳବାର ଗଁ।ର ପଶ୍ଚିମ ଦିଗରେ ଥିବା ରଙ୍କିବନ୍ଧରେ ମେଶିନ ଦ୍ୱାରା ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା। ଏହାକୁ ବିରୋଧ କରି ଗଁ।ର ଏକ ଗୋଷ୍ଠୀ ଭଞ୍ଜନଗର ଉପଜିଲାପାଳଙ୍କୁ ଫୋନ ଦ୍ୱାରା ଅଭିଯୋଗ କରିଥିଲେ। ଉପଜିଲାପାଳ, ଧରାକୋଟ ତହସିଲଦାର, ବିଡିଓଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ କହିଥିଲେ। ବିଡିଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ପଠାଇ ଏହାର ସତ୍ୟତା ଜାଣିବା ପରେ ଉଭୟ ତହସିଲଦାର, ବିଡିଓ ଘଟଣାସ୍ଥଳରେ ପହଞ୍ଚତ୍ କାମ ବନ୍ଦ କରିଥିଲେ। ସରକାରୀ ନିୟମ ପ୍ରକାରେ, ଜୁନ ୧୫ରୁ ମାଟି କାମ ହୋଇପାରିବ ନାହିଁ। ଏହାକୁ ଭିତ୍ତିକରି ପ୍ରତିପକ୍ଷ ଗୋଷ୍ଠୀ ସରକାରୀ ଅନୁଦାନରେ ଏହି କାର୍ଯ୍ୟ ହେଉଥିବା ଅଭିଯୋଗ କରିଥିଲେ। ଏହି କାମ ଗଁାର ମହିଳା ଓ ପୁରୁଷ ମିଶି କରୁଥିବା ୨ ବ୍ୟକ୍ତି ଦାବି ରଖିଥିଲେ। ଅପରାହ୍ନରେ ୫୦ରୁ ଊର୍ଦ୍ଧ୍ୱ ମହିଳା ବିଡିଓଙ୍କ ପ୍ରକୋଷ୍ଠରେ ପହଞ୍ଚତ୍ କାମ ବନ୍ଦ ହେବା ଦ୍ୱାରା ଆମର ଯେଉଁ କ୍ଷତି ହେଲା ତାହାର ଭରଣା ନ ହେବା ପର୍ଯ୍ୟନ୍ତ ଆମେ ବ୍ଲକ କାର୍ଯ୍ୟାଳୟରୁ ଯିବୁ ନାହିଁ ବୋଲି କହିଥିଲେ। ଧରାକୋଟ ଥାନାଧିକାରୀ ପହଞ୍ଚତ୍ ତୁମେ ଏହା ଜିଲାପାଳ ଓ ଉପଜିଲାପାଳଙ୍କୁ ଜଣାଅ କହିଥିଲେ। କିନ୍ତୁ ମହିଳାମାନେ ନ ହଟିବାରୁ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚତ୍ ଏହାର ଉପଯୁକ୍ତ ତଥ୍ୟ ମାଗିଥିଲେ। ସେହି ସମୟରେ ଗ୍ରାମର ଜନୈକ ବ୍ୟକ୍ତି ଆମ ପାଖରେ କାର୍ଯ୍ୟାଦେଶ ରହିଛି। ଏଣୁ ଆମେ କାମ ଆରମ୍ଭ କରିଥିଲୁ। ପ୍ରକାଶ ଯେ, ମହିଳାମାନେ ଏହି ପୁନରୁଦ୍ଧାର କାର୍ଯ୍ୟ ବନ୍ଧରେ ଗାଧୁଆ ଓ ନିତ୍ୟବ୍ୟବହାର ପାଇଁ ନିଜେ ଟଙ୍କା ଖର୍ଚ୍ଚ କରି କରୁଛୁ ବୋଲି କହୁଥିବା ବେଳେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଜଣକ ତାଙ୍କ ନିକଟରେ କାର୍ଯ୍ୟାଦେଶ ରହିଛି ବୋଲି କହିଛନ୍ତି। ଶେଷରେ ତହସିଲଦାର ଏ ସମ୍ପର୍କରେ ଜିଲାପାଳ ଓ ଉପଜିଲାପାଳଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟ ହେବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ିଆସିଲା ସମୁଦ୍ର ଜୁଆର: ଭାସିଲା କୋଠାଘର

ଛତ୍ରପୁର, ୧୭।୧୦ (ଦିଲ୍ଲୀପ ସାମଲ): ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ସମୁଦ୍ର ନିକଟରେ ଥିବା ଏକ କୋଠଘର ଭାସିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ...

ଜୁଆ ଆଡ୍ଡା ଉପରେ ଘନ ଘନ ଚଢାଉ: ୧୩ ଦିନରେ ୨୨୮ ଜୁଆଡି ଗିରଫ

ଛତ୍ରପୁର, ୧୭।୧୦(ଦିଲ୍ଲୀପ ସାମଲ): ବେଆଇନ ମଦ କାରାବାର ଓ ଚାଲିଥିବା ଜୁଆ ଆଡ୍ଡା ଗୁଡିକରେ ଘନ ଘନ ଚଢାଉ ଜାରି ରଖିଛି ଗଞ୍ଜାମ ପୋଲିସ ।...

ଗାଧୋଉଥିବାବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣଙ୍କ ହେଲେ ପଟିଗୁଡ଼ା...

ବାଇକ୍‌ ଚଳାଇ ଆସୁଥିବାବେଳେ ହଠାତ୍‌ ପଡ଼ିଗଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଓଡ଼ାସିଙ୍ଗି ଗ୍ରାମ ନିକଟରେ ବୁଧବାର ସାରେ ପ୍ରାୟ ସାଢ଼େ ୬ ଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ...

ପୁରୁଷୋତ୍ତମପୁର ଚଳଚଞ୍ଚଳ: ଚାନ୍ଦି ଗହଣାରେ ସଜେଇ ହେଇ ପୂଜା ପାଉଛନ୍ତି ମା’ ଧନଦାତ୍ରୀ

ପୁରୁଷୋତ୍ତମପୁର,୧୬ା୧୦(ସୀମାଞ୍ଚଳ ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ ଧନଦାତ୍ରୀ ତଥା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲା ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇଉଠିଥିବାବେଳେ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri