ବନ୍ଧୁତ୍ୱ ପାଖରେ ହାର ମାନିଛି ଜାତିବାଦ

ଜୟପୁର,୮ା୬(ନି.ପ୍ର.)-ବନ୍ଧୁତା ପାଖରେ ସବୁ କିଛି ହୋଇପଡିଛି ତୁଚ୍ଛ। ଗ୍ରାମର ଜାତିବାଦର ପାଚେରି ସେମାନଙ୍କୁ ଅଟକାଇପାରିନି। ଜଣକ ପରିବାର ଭାଙ୍ଗିଯାଇଥିଲେ ଅନ୍ୟ ଜଣେ ସାହାରା ହୋଇଛି। ଜଣେ ନିରାଶ୍ରୟ ହୋଇପଡିଥିବା ବେଳେ ଅନ୍ୟ ଜଣେ ତାକୁ ଦେଇଛି ଆଶ୍ରୟ। ସମାଜର ଟାହିଟାପରା ଉଭୟଙ୍କୁ ବଦଳାଇପାରିନି। ଏହି ଦୁଇ ବନ୍ଧୁ ହେଉଛନ୍ତି କମଳ ଓ କିଶୋର। କୋରାପୁଟ ଜିଲା ଜୟପୁର ନିକଟସ୍ଥ ବାର୍ଲାହାଣ୍ଡି ଗ୍ରାମରେ ଏହି ଦୁଇ ବନ୍ଧୁଙ୍କ ଘର। ନିଆରା ବନ୍ଧୁତାର ନିଦର୍ଶନ ସେମାନଙ୍କ ସମ୍ପର୍କକୁ କରିଛି ଆହୁରି ଜାଜ୍ୱଲ୍ୟମାନ, ଆହୁରି ଶକ୍ତ।
ବାର୍ଲାହାଣ୍ଡି ଗ୍ରାମରେ କମଳ ଖାତି ଓ କିଶୋର ହରିଜନଙ୍କ ବନ୍ଧୁତା ଆଜିର ନୁହେଁ, ପିଲାଦିନୁ ଉଭୟେ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠ ପଢିଛନ୍ତି। ସାଙ୍ଗ ହୋଇ ଖାଇବାଠାରୁ ଖେଳକୁଦ ଯାଏ ସବୁଠି ଏହି ଦୁଇବନ୍ଧୁଙ୍କ ଉପସ୍ଥିତି। ନିବିଡ଼ ବନ୍ଧୁତ୍ୱ ଯୋଗୁ କମଳ ବନ୍ଧୁ କିଶୋରଙ୍କ ଘରେ ଅନେକ ଥର ଖାଇଛନ୍ତି। ଉଭୟଙ୍କ ଜାତି ଅଲଗା ହୋଇଥିଲେ ମଧ୍ୟ ଜାତିଭେଦ ସେମାନଙ୍କ ମନକୁ ଛୁଇଁନି। ପରିବାରର ତାଗିଦ ସତ୍ତ୍ୱେ କମଳ କିଶୋରଙ୍କୁ ଛାଡିପାରିନାହାନ୍ତି। ଏବେ କମଳ ନିଜ ପରିବାର ଓ ସମାଜରୁ ବାସନ୍ଦ ହୋଇଛନ୍ତି। ଏଥିପାଇଁ ତାଙ୍କ ସ୍ତ୍ରୀ ମଧ୍ୟ ଛୁଆଙ୍କୁ ନେଇ ବାପଘରକୁ ଚାଲଯାଇଛନ୍ତି। ପରିବାର ଲୋକେ କେବଳ କମଳଙ୍କୁ ଘରୁ ବାଛନ୍ଦ କରିଛନ୍ତି ତା’ ନୁହେଁ, ତାଙ୍କୁ ସମ୍ପତ୍ତିରୁ ମଧ୍ୟ କୌଣସି ଭାଗ ଦେଇନାହାନ୍ତି। ଫଳରେ ଅସହାୟତାରେ ଭାଙ୍ଗିପଡୁଥିବା ବେଳେ କମଳଙ୍କୁ ବନ୍ଧୁ କିଶୋର ହୋଇଛନ୍ତି ସାହାରା। ବନ୍ଧୁଙ୍କ ସମସ୍ତ ଦେଖାଶୁଣା ସେ କରୁଥିଲେ। ତେବେ ବେଶିଦିନ କିଶୋରଙ୍କ ପାଖରେ ରହିବା ଲାଗି ସେ ନିଜକୁ ସଙ୍କୋଚ ମନେକଲେ। ମାତ୍ର ତାଙ୍କ ପାଖରୁ ସେ ଯାଇପାରୁ ନ ଥିଲେ କି କିଶୋର ମଧ୍ୟ ତାଙ୍କୁ ଛାଡୁ ନ ଥିଲେ। ଏପରି ସ୍ଥିତିରେ କମଳ କିଛି କାମ କରିବା ବାହାନାରେ କିଶୋରଙ୍କୁ ବୁଝାଇ ଗ୍ରାମ ଛାଡ଼ି ହାଇଦ୍ରାବାଦ ଚାଲିଯାଇଥିଲେ। ଲକ୍‌ଡାଉନ ଯୋଗୁ ଗ୍ରାମକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିଥିଲେ। ଏହା ପରେ ମଧ୍ୟ ପରିବାର ଲୋକେ କମଳଙ୍କୁ ଗ୍ରହଣ କରୁନାହାନ୍ତି। ସୋମବାର ଫାମ୍ପୁଣୀ ସରପଞ୍ଚ ପରିବାର ଲୋକଙ୍କ ସହ ତାଙ୍କୁ ମିଶାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କମଳଙ୍କ ବଡ଼ଭାଇ ମୋହନ ତାଙ୍କୁ ଗ୍ରହଣ କରିବାକୁ ରୋକ୍‌ଠୋକ୍‌ ମନା କରି ଦେଇଛନ୍ତି। ଫଳରେ ଏବେ କ’ଣ କରିବେ ଚିନ୍ତାରେ ଅଛନ୍ତି କମଳ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତ କୋଟିଆ ପଞ୍ଚାୟତ ସମୁଖରେ ପାଳନହେଲା ଓଡ଼ିଶା ଦିବସ 

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): ଗତ କିଛିଦିନ ହେଲା କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଲାଗି...

ଖଣ୍ଡାରେ ହାଣି ଦେଇଗଲେ…

ଜୟପୁର,୩୧ା୩(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ସଦର ଥାନା ଅଞ୍ଚଳରେ ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଫାମ୍ପୁଣିର ପଦ୍ମନ ହରିଜନ। ମିଳିଥିବା ସୂଚନା...

୨ ସୁଟକେଶରୁ ମିଳିଲା ୩୦ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ...

ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ...

କୋରାପୁଟ ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ଲାଗି ଚାଲିଛି ମତଦାନ

କୋରାପୁଟ,୨୯।୩(ଅମିତାଭ ବେହେରା): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ...

କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ...

ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ ମନୋବ୍ରତା

କୋରାପୁଟ,୨୮।୩(ଅମିତାଭ ବେହେରା): ପୋଲିସ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସନ୍ତା ଏପ୍ରିଲ ପହିଲାରେ ହେବାକୁ ଥିବା ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ...

ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର

କୋରାପୁଟ,୨୭।୩( ଅମିତାଭ ବେହେରା): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କରି ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image