Posted inବୌଦ୍ଧ

ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ

ଜହ୍ନାପଙ୍କ,୨୪।୫ (ଡି.ଏନ.ଏ)- ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ବନ୍ଧୁସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଏହି ସାହିରେ ୨୦ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି । ଏମାନଙ୍କ ପାଇଁ ୨ଟି ନଳକୂପ ଅଛି । ମାତ୍ର ଖରାଦିନ ଆସିଲେ ଜଳସ୍ତର ନିମ୍ନଗାମୀ ହେତୁ ନଳକୂପରୁ ଅଳ୍ପ ଅଳ୍ପ ପାଣି ବାହାରୁଛି । ଏପରି କି ବାଲ୍‌ଟିଏ ପାଣି ସଂଗ୍ରହ ପାଇଁ ଅଧଘଣ୍ଟା ସମୟ ଲାଗୁଛି । ବସ୍ତିଟି ଏକ ପଥୁରିଆ ଜାଗାରେ ହୋଇଥିବାରୁ ପ୍ରତିବର୍ଷ ଗ୍ରୀଷ୍ମଋତୁ ଆସିଲେ ଏହି ସମସ୍ୟା ଦେଖା ଦେଇଥାଏ । ପୂର୍ବବର୍ଷଗୁଡିକରେ ଏପ୍ରିଲ ମାସରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । କିନ୍ତୁ ଚଳିତବର୍ଷ ମେ ମାସ ସରିବାକୁ ବସିଥିଲେ ହେଁ ପାନୀୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା ହୋଇନାହିଁ । ଫଳରେ ସାହିବାସୀ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର

ବୌଦ୍ଧ,୨୦।୧୨(ଅଜିତ୍‌ ବାରିକ): ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୌଦ୍ଧ ଜିଲାର ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର...

ବିଷ ପିଇ ଦେଲେ ଦୁଇ ଭଉଣୀ: ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ ୨୧ା୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ଥାନା ଅଧୀନ ମହାଲିକପଡ଼ା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ବିଷ ପିଇ...

ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଗଲା: ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ବୌଦ୍ଧ,୧୬।୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ତମ ଜାତୀୟ ରାଜପଥର ସରସରା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ...

ଦୀପାବଳି ଛୁଟିରେ ବୁଲିବାକୁ ଯାଉଥିଲେ ୪ ସାଙ୍ଗ, ଗଛରେ ପିଟିହେଲା କାର୍‌

ବୌଦ୍ଧ,୩।୧୧(ଅଜିତ କୁମାର ବାରିକ): ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍‌। ଦୁର୍ଘଟଣାରେ ଚାରି ଜଣ ସାଙ୍ଗ ଗୁରୁତର ହୋଇଛନ୍ତି। ବୌଦ୍ଧ କନ୍ଧମାଳ ସୀମାନ୍ତ ଘୋଡାଡିଆଁ...

୮ ଶ୍ରେଣୀକୁ ଜଣେ ଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ହରଭଙ୍ଗା,୨୧ା୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତର ଘୋରଡ଼ା ସ୍କୁଲରେ ଅଭିଭାବକ ଓ ଛାତ୍ରୀଛାତ୍ର ସ୍କୁଲ ତାଲା ପକାଇ ପ୍ରତିବାଦ କରିଥିବାର...

ପରିବାର ଉଜାଡିଦେଲା ସାପ: ଚାଲିଗଲା ବାପ-ଝିଅଙ୍କ ଜୀବନ

ହରଭଙ୍ଗା,୧୯।୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜ଼ିଲା ହରଭଙ୍ଗା ବ୍ଲକର ଚାରିଛକ ବଜ଼ାର ନିକଟ ଠିଡିକଜୋର ଠାରେ ସାପ କାମୁଡାରେ ଜଣେ ଶିକ୍ଷକ ଏବଂ ତାଙ୍କ ଝିଅଙ୍କ...

ବୌଦ୍ଧ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ, ଆଇନଶୃଙ୍ଖଳା ନେଇ କଲେ ସମୀକ୍ଷା

ବୌଦ୍ଧ,୧୮ା୧୦(ଅଜିତ କୁମାର ବାରିକ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି ଖୁରାନିଆ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସି ଜିଲାରେ ମାଓବାଦୀ ଗତିବିଧି ଓ ଆଇନଶୃଙ୍ଖଳା ନେଇ...

ବୁଦାମୂଳରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ପାଖରେ ପଡ଼ିଥିଲା ମଦ ବୋତଲ

ବୌଦ୍ଧ,୧୪ା୧୦(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ମଣିପୁର ନର୍ସରୀ ନିକଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମିଳିଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri