ବରଗଡ଼ ଧନୁଯାତ୍ରା: ମଥୁରା ବୁଲିଲେ କୃଷ୍ଣ ବଳରାମ

ମଥୁରାନଗରୀ,୧୦।୧ – ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଦଶମ ଦିବସରେ ଅନ୍ୟ ଦିନ ଭଳି କଂସ ମହାରାଜା ମଥୁରା ନଗରୀ ପରିକ୍ରମା କରିଥିବାବେଳେ ଶ୍ରୀକୃଷ୍ଣ ଓ ବଳରାମଙ୍କ ମଥୁରା ପରିଭ୍ରମଣ ଅନ୍ୟତମ ଆକର୍ଷଣ ଥିଲା। ନିଜ ପାଖରେ ପାଇ ମଥୁରାବାସୀ ଘରେ ଘରେ ବେନିଭାଇଙ୍କୁ ପୂଜାର୍ଚ୍ଚନା ସହିତ ଦୋଳିରେ ବସାଇ ଝୁଲାଇଥିଲେ । ସେହିପରି ପରିଭ୍ରମଣ ସମୟରେ ରାଜଘାଟରେ ରଜକଙ୍କ ସହିତ କୃଷ୍ଣ, ବଳରାମଙ୍କ ସହିତ ସାକ୍ଷାତ ହୋଇଥିବାବେଳେ ଖଜୁରଟିକ୍ରା ସ୍କୁଲର ଶିଶୁ ମଣ୍ଡପକୁ ପହଞ୍ଚିବା ପରେ ସୁଦାମା ମାଳି ଶ୍ରୀକୃଷ୍ଣଙ୍କ ଗୁଣଗାନ କରିଥିଲେ । ବରଗଡ଼ ଉପଜିଲାପାଳଙ୍କ ସରକାରୀ ବାସଭବନକୁ ମଧ୍ୟ ବେନିଭାଇ ପହଞ୍ଚିଥିଲେ । ସେଠାରେ ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସସ୍ତ୍ରୀକ ଶ୍ରୀକୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରିଭ୍ରମଣ ବାଟରେ ସ୍ଥାନୀୟ ନେହେରୁ ଆସୋସିଏନ ଦେଇ ବେନିଭାଇ ମାଁ ଶ୍ୟାମାକାଳୀ ମନ୍ଦିରକୁ ପହଞ୍ଚିଥିଲେ ଏବଂ ସେଠାରେ କୁବୁଜାଙ୍କୁ ଅଭିଶାପରୁ ମୁକ୍ତ କରିଥିଲେ । ଅନ୍ୟପଟେ ଶ୍ରୀକୃଷ୍ଣ, ବଳରାମ ମଥୁରା ପହଞ୍ଚିଥିବା ଖବର ପାଇ କଂସ ମହାରାଜ ଖୁସି ହୋଇ ନାଚଗୀତରେ ବିଭୋର ହୋଇ ପଡ଼ିଥିଲେ । କିନ୍ତୁ ମହାରାଜ କଂସ ରାଜ ଦରବାରର ଶୟନ କକ୍ଷରେ ବିଶ୍ରାମ ନେଇଥିବାବେଳେ ଶ୍ରୀକୃଷ୍ଣଙ୍କୁ ବଂଶୀ ବାଦନ ଅବସ୍ଥାରେ ସ୍ବପ୍ନ ଦେଖି ଚିନ୍ତିତ ଓ ଭୟଭୀତ ହୋଇ ପଡ଼ିଥିଲେ। ପରେ ନିଜର ଭୟ ଦୂର କରିବା ପାଇଁ ନାଚଗୀତରେ ମସଗୁଲ ହୋଇଥିଲେ । ପଦ୍ମଶ୍ରୀ ହଳଧର ନାଗ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଅଭିନେତ୍ରୀ ଲୋଚନୀ ବାଗ, ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଏବଂ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ ପ୍ରମୁଖ ରାଜ ଅତିଥି ଭାବେ ଯୋଗ ଦେଇଥିଲେ । ପର୍ବତାରୋହୀ ଲିପିକା ସେଠଙ୍କୁ କଂସ ମହାରାଜ ସମ୍ବର୍ଦ୍ଧିତ କରିଥିଲେ । ଶୁକ୍ରବାର ରାତ୍ରିରେ କଂସବଧ ସହିତ ଚଳିତ ଧନୁଯାତ୍ରା ମହୋତ୍ସବ ଶେଷ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ବିଦ୍ୟୁତ୍ ଜରିମାନା ମାମଲା ବଢୁଛି : ଲୋକ ଅଦାଲତରେ ୨୨୨ ମାମଲା ଫଇସଲା

ଭଞ୍ଜନଗର,୧୩ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨୨ଟି ମାମଲାରେ ଶୁଣାଣି ହୋଇ ୨୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri