ବରଗଡ଼ ଅଫିସ, ୧୬।୯: ବରଗଡ଼ ପଞ୍ଚାୟତ କଲେଜ ଛାତ୍ରୀଛାତ୍ର ବିଭିନ୍ନ ଦାବିନେଇ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଲେଜ ଫାଟକରେ ତାଲା ପକାଇବା ସହିତ ଦାବିନେଇ ନାରାବାଜି କରୁଛନ୍ତି। ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ, କଲେଜକୁ ସ୍ବୟଂଶାସିତ ମାନ୍ୟତା, ପାନୀୟ ଜଳ ସମସ୍ୟା ଦୂରୀକରଣ, ହଷ୍ଟେଲ ସମସ୍ୟାର ସମାଧାନ ଆଦି ଦାବିରେ ଆନ୍ଦୋଳନ ଚାଲୁ ରହିଛି। କଲେକ ପରିସରରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ଦାବି ପୂରଣ ନେଇ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଛାତ୍ରନେତାମାନେ ଚେତାବନୀ ଦେଇଛନ୍ତି।
Posted inଆମ ଜିଲା ଖବର, ବରଗଡ଼