ବର୍ଷବର୍ଷ ଧରି ବାରଣ୍ଡାରେ ପଢୁଛନ୍ତି ୨ ଶ୍ରେଣୀର ଛାତ୍ରୀଛାତ୍ର

ଝରିଗାଁ, ୨୧।୧(ସ୍ବ.ପ୍ର.) –  ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଏହାର ସଫଳ ରୂପାୟନ ହୋଇପାରୁନି କେଉଁଠି ପିଲାଙ୍କ ତୁଳନାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ସେହିଭଳି ଶ୍ରେଣୀଗୃହ ଅଭାବରୁ ଗୋଟିଏ କୋଠରିରେ ଏକାଧିକ ଶ୍ରେଣୀର ପିଲାଙ୍କୁ ପଢାଯାଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅଧୀନ ନୂଆଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ୧୯୯୨ରେ ନୂଆଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଖୋଲାଯାଇଥିଲା। ପିଲାଙ୍କ ସଂଖ୍ୟା ବଢୁଥିବାରୁ ୨୦୧୦ରେ ଏହାକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ମିଳିଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ୨୫୦ ଛାତ୍ରୀଛାତ୍ର ପଢୁଥିବାବେଳେ ମାତ୍ର ୫ ଜଣ ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ସ୍କୁଲରେ ମାତ୍ର ୩ଟି ଶ୍ରେଣୀ ଗୃହ ରହିଛି। ଗୋଟିଏ କୋଠରିରେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ମୋଟ ୮୮ ଛାତ୍ରୀଛାତ୍ର ବସି ପାଠ ପଢୁଛନ୍ତି। ସେହିଭଳି ଅନ୍ୟ ଏକ କୋଠରିରେ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ୬୧ ଜଣ ଛାତ୍ରୀଛାତ୍ରଙ୍କୁ ପାଠ ପଢାଯାଉଛି। ବଳକା ଆଉ ଏକ କୋଠରୀରେ ଷଷ୍ଠ ଓ ଅଷ୍ଟମ ଶ୍ରେଣୀର ୪୪ ଛାତ୍ରୀଛାତ୍ର ପଢୁଚନ୍ତି। ପ୍ରଥମର ୨୩ ଏବଂ ସପ୍ତମ ଶ୍ରେଣୀର ୩୪ ଛାତ୍ରୀଛାତ୍ର ଦୁଇଟି ବାରଣ୍ଡାରେ ବର୍ଷ ତମାମ୍‌ ପାଠ ପଢୁଛନ୍ତି। ସର୍ବଶିକ୍ଷା ଅଭିଯାନ ଯୋଜନାରେ ୨୦୧୨ରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଧାର୍ଯ୍ୟ ଅଟକଳ ମୂଲ୍ୟରୁ କମ୍‌ ଟଙ୍କା ଆସିଥିବା ଯୋଗୁ ୭ବର୍ଷ ହେଲାଣି ସେହି ଶ୍ରେଣୀଗୃହ କାମ ଅଧାପନ୍ତରିଆଭାବେ ପଡିରହିଛି। ସ୍କୁଲରେ ଥିବା ରୋଷେଇ ଘରଟି ଅତି ଛୋଟ ଏବଂ ବର୍ଷା ଦିନେ ସେଥିରୁ ପାଣି ଗଳୁଥିବାରୁ ତେଣୁ ପାଚିକାମାନେ ଉକ୍ତ ଅର୍ଦ୍ଧ ନିର୍ମିତ ଶ୍ରେଣୀ ଗୃହରେ ରୋଷେଇ କରୁଛନ୍ତି। ରାଜ୍ୟସରକାରଙ୍କ ସହାୟତାରେ ୨୦୧୬ ନଭେମ୍ବରରେ ଶହେ ଶଯ୍ୟା ବିଶିଷ୍ଟ ଏକ ଛାତ୍ରୀନିବାସ ଶୁଭ ଉଦ୍‌ଘାଟନ କରାଯାଇଥିଲା। ଯାହାକି ୨୦୧୮ ଅପ୍ରିଲରୁ କାର୍ଯ୍ୟକାରୀ ହୋଇଛି। ଛାତ୍ରୀ ନିବାସରେ ପାଚେରି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ମୁଖ୍ୟ ଫାଟକରେ କବାଟ ନାହିଁ। ସେହିପରି ସେଠାରେ ରୋଷେଇ ଘର, ଖାଇବା ଗୃହ ଆଦି ନାହିଁ। ଏଠାରେ ଶୌଚାଳୟ ବ୍ୟବସ୍ଥା ଠିକ୍‌ ନ ଥିବାରୁ ନାହିଁ ନଥିବା ଅସୁବିଧା ହେଉଛି ବୋଲି ଛାତ୍ରୀମାନେ କହିଛନ୍ତି। ଛାତ୍ରୀବାସର ରୋଷେୟା ଜୟନ୍ତୀ ମାଝି ଓ ସୁଶିଳା ମାଝିଙ୍କୁ ପ୍ରାୟ ୨ ବର୍ଷ ହେବ ଦରମା ମିଳି ନଥିବା ସେମାନେ କହିଛନ୍ତି। ସେଠାରେ ମାଟ୍ରୋନ ନ ଥିବାରୁ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ହୀରାଙ୍କ ଉପରେ ଏହାର ପରିଚାଳନା ଦାୟିତ୍ୱ ରହିଛି । ଏ ନେଇ ଜିଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଛାତ୍ରୀବାସର ରୋଷେୟାମାନେ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରି ନ ଥିବା ହେତୁ ଏଚ୍‌ଆର୍‌ଏମ୍‌ଏସ୍‌ ଆଇଡି ଖୋଲା ଯାଇପାରିନାହିଁ। ଫଳରେ ସେମାନଙ୍କ ଦରମା ପ୍ରଦାନ କରିବାରେ ଅସୁବିଧା ହେଉଛି ବୋଲି ସେ କହିଛନ୍ତି। ଆବଶ୍ୟକ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତିର ଯୋଗ୍ୟ ପ୍ରାର୍ଥତ୍ନୀ ଆବେଦନ କରୁନଥିବା ହେତୁ ଆଦିବାସୀ ଛାତ୍ରୀବାସ ଗୁଡିକରେ ମାଟ୍ରୋନ ନିଯୁକ୍ତିରେ ଅସୁବିଧା ହେଉଛି। ସେହିଭଳି ସ୍କୁଲରେ ଥିବା ଅର୍ଦ୍ଧନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ କାମ ଜଲ୍‌ଦି ଶେଷ କରାଯିବ ବୋଲ ବିଡିଓ ଦେବେନ୍ଦ୍ର ବାହାଦୂରସିଂ ଧରୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri