ବର୍ଷା ଅଭାବ, ଅଟକି ଯାଇଛି ରୁଆବିହୁଡା କାମ

ବିଜେପୁର, ୨୨।୭ (ଡି.ଏନ.ଏ) ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ବରଗଡ ଜିଲା ବିଜେପୁର ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଗଲାଣି । ଏଠାକାର ଚାଷୀ ବର୍ଷାଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ୧୧୦ ଖଣ୍ଡ ରାଜସ୍ବ ଗ୍ରାମରୁ ବଡବ୍ରାହ୍ମଣୀ ରାଜସ୍ବ ସର୍କଲର ମାତ୍ର ୧୦ ଖଣ୍ଡ ଗ୍ରାମର ଚାଷ ଜମିକୁ ହୀରାକୁଦ କମାଣ୍ଡ ଏରିଆର ପାଣି ମାଡିଥାଏ। ଚଳିତ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିଲେ ସୁଦ୍ଧା ଧାନ ବୁଣାବୁଣି କରିବାକୁ ପାଗ ଅନୁକୂଳ ରହିଥିଲା । ତେଣୁ ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ଚାଷୀମାନେ ଧାନ ବୁଣାବୁଣି କରିଥିଲେ । ଏବେ ବେଉଷଣ ପାଇଁ ଜମିରେ ପାଣି ନାହିଁ । ଶ୍ରାବଣରେ ବୈଶାଖର ତାତି ଅନୁଭୂତ ହେଉଥିବାରୁ ବହୁ ସ୍ଥାନରେ ଜମି ଫାଟି ଗଲାଣି । ଧାନ ଗଛ ଗୁଡିକ ପାଣି ଅଭାବରୁ ହଳଦିଆ ଦେଖାଗଲାଣି। ଚାଷୀ ଯେଉଁ ଧାନପହ୍ଲା ପକାଇଥିଲା ତାହା ମଧ୍ୟ ମରିବାକୁ ବସିଲାଣି । ବର୍ଷା ଅଭାବରୁ ଜମି କାଦୁଅ ହୋଇ ପାରୁ ନ ଥିବାରୁ ପହ୍ଲାରୁଆ କାମ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଧାନ ବେଉଷଣ କାମ ଶେଷ ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହୋଇଛି ।
ଏବର୍ଷ କୃଷି ବିଭାଗ ବିଜେପୁର ବ୍ଲକରେ ୨୭, ୪୦୦ ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି । ସେହିପରି ମିଲେଟ ମିଶନ ମାଧ୍ୟମରେ ୨୦୦ ହେକ୍ଟରରେ ମକା, ମାଣ୍ଡିଆ, ବାଜରା ଏବଂ ୧୫୦ ଏକରରେ ଜୈବିକ ସାର ପ୍ରୟୋଗକରି ଚାଷ କରିବାକୁ ଯୋଜନା କରିଛି । ବେନିଆଚାଲର ଚାଷୀ ସତ୍ୟବାନ ଡନସନା କୁହନ୍ତି, ଚଳିତ ବର୍ଷ ୧୦ ଏକର ଜମିରେ ଧାନ ଚାଷ କରିବାକୁ ଲାଉମୁଣ୍ଡା ସେବା ସମବାୟ ସମିତିରୁ ୯୬ ହଜାର ଟଙ୍କା ଋଣ କରିଛି। ପାଗ ଅନୁକୂଳ ଥିବାରୁ ଟ୍ରାକ୍ଟର ମାଧ୍ୟମରେ ଗତ ମାସରେ ୯ ଏକର ଜମିରେ ଧାନ ବୁଣିଥିଲି । ଧାନ ଗଛ ଗୁଡିକ ବେଉଷଣ କରିବାର ହୋଇଗଲାଣି । ହେଲେ ପାଣି ଅଭାବରୁ ବେଉଷଣ କାମ ହୋଇପାରୁନାହିଁ । ବରଂ ଧାନ ଗଛ ଗୁଡିକ ଖରା ଯୋଗୁ ପାଚି ହଳଦିଆ ହେବା ସହ ପୋଡିବାକୁ ବସିଲାଣି । ଆଗାମୀ ଏକ ସପ୍ତାହ ମଧ୍ୟରେ ଭଲ ବର୍ଷାଟିଏ ନ ହେଲେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ପହଣ୍ଡିର ଚାଷୀ ନିମାଇଁ ଚରଣ ସାହୁ କୁହନ୍ତି, ଜୁଲାଇ ଶେଷ ସୁଦ୍ଧା ରୁଆ ବିହୁଡା କାମ ଶେଷ ହେବା କଥା । ହେଲେ ବର୍ଷା ଅଭାବରୁ ଏହି କାମ ଅଟକି ଯାଇ ଚାଷ କାର୍ଯ୍ୟ ପଛେଇ ଗଲାଣି । ମୁଗ, ବିରି, ଚିନାବାଦାମ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ପନିପରିବା ଫସଲର ଫୁଲକଷି ବର୍ଷା ଅଭାବରୁ ଝଡି ଯାଉଛି । ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀପ୍ରସାଦ ପଟେଲଙ୍କୁ ପଚାରିବାରୁ ଜୁଲାଇରେ ୨୪୦ ମିମି ବର୍ଷାର ଆବଶ୍ୟକତା ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ୧୯୭ ମିମି ବର୍ଷା ହୋଇଛି । ଚାଷକାର୍ଯ୍ୟ ପଛେଇ ନାହିଁ ବରଂ ବର୍ଷା ପାଣି ଅଭାବରୁ ରୁଆ ବିହୁଡା ହୋଇ ପାରୁନାହିଁ । ଆଗାମୀ ୫ରୁ ୭ ଦିନ ମଧ୍ୟରେ ଭଲ ବର୍ଷାଟିଏ ନ ହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ଚଳିତ ମାସ ୩୧ ସୁଦ୍ଧା ଋଣୀ, ଅଣଋଣୀ ଚାଷୀଙ୍କୁ ଶତ୍ସ୍ୟବୀମା କରିବାକୁ ସଚେତନତା ସୃଷ୍ଟି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ସହ ପିଟିହେଲା ବିଧାୟକଙ୍କ କାର୍‌, ଦୁଇ ଯାତ୍ରୀ ଆହତ

ଖଲ୍ଲିକୋଟ/ଖୋର୍ଦ୍ଧା,୨୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟରେ ସୋମବାର ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଗାଡ଼ି...

ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ବାଚସ୍ପତି, କାଲିଠୁ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୨୫ା୧୧: ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ...

ରାଜ୍ୟର ୯ ଜିଲାରେ ସର୍ବାଧିକ ଗଞ୍ଜେଇ ଚାଷ, ଏଥର ହେବ ମୂଳପୋଛ: ଡିଜିପି

ଭୁବନେଶ୍ୱର,୨୫ା୧୧: ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗ୍ରୀନ କ୍ଲିନ୍‌ ଅଭିଯାନ ନେଇ ଡିଜିପି ଓ୍ବାଇବି ଖୁରାନିଆ ସୂଚନା...

ବିଧାୟକଙ୍କୁ ଆକ୍ରମଣ ଘଟଣା କାହିଁକି କ୍ରାଇମବ୍ରାଞ୍ଚଙ୍କୁ ଦିଆଗଲା ତଦନ୍ତ ଦାୟିତ୍ୱ: ଡିଜିପି କହିଲେ….

ଭୁବନେଶ୍ୱର,୨୫।୧୧ ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା ରଖିଛନ୍ତି। କାହିଁକି କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ ଦାୟିତ୍ୱ ଦିଆଗଲା ସେ ନେଇ ସେ କହିଛନ୍ତି, ସଠିକ...

ଫସିଗଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ, ରିଲ୍ସ କରି ସ୍କୁଟି …

ଭୁବନେଶ୍ୱର,୨୫।୧୧ ରିଲ୍ସ କରିବା ପଡ଼ିଲା ମହଙ୍ଗା। ଜବତ ହେଲା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟି। ବିନା ହେଲମେଟରେ ସ୍କୁଟି ଚଢ଼ି ରାଜରାସ୍ତାରେ ରିଲ୍ସ କରୁଥିଲେ। ଗାଡ଼ି...

ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ନିରୁଭାଇ: ଶେଷ ଦର୍ଶନ କରିବାକୁ ଯିବେ ମୋହନ

କେନ୍ଦୁଝର,୨୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ (ନିରୁଭାଇ)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ରବିବାର ଛାତିରେ ଯନ୍ତ୍ରଣା...

ସକାଳୁ ସକାଳୁ ଯାଜପୁର ଟାଉନ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍: ଚାଲିଛି ତନାଘନା

ଭୁବନେଶ୍ୱର,୨୫ା୧୧: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତେବେ ସୋମବାର ସକାଳୁ...

ଆଜି ଅବପାତରେ ପରିଣତ ହେବ ଲଘୁଚାପ, ୨୭ରୁ ବର୍ଷିବ

ଭୁବନେଶ୍ୱର,୨୫ା୧୧: ସୋମବାର ଅବପାତରେ ପରିଣତ ହେବ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri