ବର୍ଷା ଛାଡିଲା, ବଡୁଛି ଦୁର୍ଦଶା; ୧୮ ଗାଁର ୮୯୨ ସ୍ଥାନାନ୍ତରିତ ଲୋକେ ଫେରିଲେ

ଭବାନୀପାଟଣା,୧୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଗତ ୭ ତାରିଖ ଲଘୁଚାପଜନିତ ବନ୍ୟାସ୍ଥିତିରୁ ଜନଜୀବନ ସ୍ବାଭାବିକ ହୋଇ ଆସୁଥିବା ବେଳେ ଗତ ୧୧ରୁ ୧୩ ତାରିଖ ଲଗାଣ ଭର୍ଷା ପୁଣି ବେହାଲ କରିଦେଇଛି। ବର୍ତ୍ତମାନ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧାର ଆସିବାରେ ଲାଗିଛି। ଜିଲାର ଉତେଇ, ତେଲନଦୀ ସମେତ ଅନ୍ୟାନ୍ୟ ନଦୀରେ ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଜିଲାର କର୍ଲାମୁଣ୍ଡା, ମ.ରାମପୁର ବ୍ଲକରେ ସର୍ବାଧିକ କ୍ଷତି ହୋଇଥିବା ସୂଚନା ମିଳୁଛି। ଜିଲାର ୧୦ଟି ପଞ୍ଚାୟତର ୧୮ଟି ଗାଁର ୮୯୨ ଜଣ ବର୍ଷା ପ୍ରଭାବିତଙ୍କୁ ବିଭିନ୍ନ ଆଶ୍ରୟସ୍ଥଳିରେ ଶୁଖା ଖାଦ୍ୟ ଓ ରନ୍ଧାଖାଦ୍ୟ ଦେଇ ଆଶ୍ରୟ ଦିଆଯାଉଥିଲା। ବନ୍ୟାରେ ସୁଧାର ଆସିବା ପରେ ସେମାନଙ୍କୁ ନିଜ ବାସସ୍ଥାନକୁ ଫେରାଇ ଆଣିବା ପ୍ରକ୍ରିୟା ପ୍ରଶାସନ ଆରମ୍ଭ କରିଛି । କର୍ଲାମୁଣ୍ଡା ବ୍ଲକ ସରାବାହିଲି-କର୍ଲାମୁଣ୍ଡା ମୁଖ୍ୟ ରାସ୍ତାରେ ଏକ ପୋଲ ଭାଙ୍ଗିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଲାଞ୍ଜିଗଡ ବ୍ଲକ ଛତ୍ରପୁର-ବାତିଲିମା ମଧ୍ୟରେ ମଧ୍ୟ ଏକ ପୋଲ ଭାଙ୍ଗିଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ଅଞ୍ଚଳରେ ବନ୍ୟାପାଣି ମାଡିଯାଇ ବହୁ ଚାଷଜମି ନଷ୍ଟ ହୋଇଛି। ଜମିରେ ବନ୍ୟାପାଣି ରହିଥିବାରୁ କୌଣସି କ୍ଷୟକ୍ଷତି ଆକଳନ ହୋଇନାହିଁ। ପାଣି କମିବା ପରେ କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜିଲା ପ୍ରଶାସନ ତରଫରୁ କୁହାଯାଇଛି। ଅନ୍ୟପକ୍ଷରେ ପରିସ୍ଥିତି ମୁକାବିଲା ପାଇଁ ଜିଲା ପ୍ରଶାସନ ସଜାଗ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗତ ୧୨ ତାରିଖରେ କର୍ଲାମୁଣ୍ଡା ବ୍ଲକରେ ଗୋଟିଏ ଦିନରେ ୬୦୮ ମି.ମି. ବର୍ଷା ରେକର୍ଡ କରାଯାଇଛି। ଲଗାଣବର୍ଷା ଜନିତ ବନ୍ୟା ଯୋଗୁ କଳାହାଣ୍ଡି ଜିଲାର ୩ଟି ବ୍ଲକର ୧୮ଟି ଗାଁର ୮୯୨ଜଣ ପାଣି ଘେରରେ ଥିବା ଯୋଗୁ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଜିଲାରେ ଲଗାଣ ବର୍ଷାରେ ୩୦୮ଟି ଘର ଭାଙ୍ଗିଥିବା ସରକାରୀ ଭାବେ ରିପୋର୍ଟ ମିଳିଛି। ବର୍ଷା ଛାଡିବା ପରେ ଏହାର ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। କେସିଙ୍ଗା ବ୍ଲକ ତୁଣ୍ଡଲା ନିକଟ ଭୋଇପଡା ନିକଟରେ, ମ. ରାମପୁର ବ୍ଲକ ଗୌଡକେଲା, ଉର୍ଲାଦାନୀଠାରେ ଜାତୀୟ ରାଜପଥ ୫୯ ବର୍ଷାପାଣି ଯୋଗୁ ଯୋଗାଯୋଗ ବ୍ୟାହତ ହୋଇଥିଲା। ସେହିଭଳି ତୁଣ୍ଡଲା-କର୍ଲାମୁଣ୍ଡା, ରାମପୁର-କର୍ଲାମୁଣ୍ଡା, ପଲମ-ବେଲଖଣ୍ଡି, ଯୋରାଡୋବ୍ରା-କର୍ଲାମୁଣ୍ଡା, ରିଷିଡା-ତୁଷରା, ବାଲିପଡା-ରୁପ୍ରାରୋଡ, ନର୍ଲା-ଭୂର୍ତ୍ତିଗତ, ମାଡିଙ୍ଗ-ପାଷ୍ଟିକୁଡି, ନର୍ଲା-ପଲମ, ପାଜିବାହାଲ-ମୋହନଗିରି, ଭବାନୀପାଟଣା-ରାୟଗଡା ସମେତ ବିଭିନ୍ନ ସ୍ଥାନରେ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜାତୀୟ ରାଜପଥ ୨୬ ବଲାଙ୍ଗୀର-ଭବାନୀପାଟଣା ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଛି। କଳାହାଣ୍ଡି ଜିଲାର ବହୁ ଛାତ୍ରୀଛାତ୍ର ଓଟିଇଟି ପରୀକ୍ଷା କେନ୍ଦ୍ର ସମ୍ବଲପୁରଠାରେ ଥିବା ଯୋଗୁ ଗାଡି ଭଡା କରି ଯାଉଥିବା ବେଳେ ତରଭା ନିକଟରେ ଫସି ରହିଛନ୍ତି। ଶହଶହ ଛାତ୍ରୀଛାତ୍ର ବନ୍ୟା ପରିସ୍ଥିତି ଯୋଗୁ ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଉଥିବା ଜଣାପଡିଛି। ୧୩ ତାରିଖରେ ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲାପାଳ ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଥିଲେ। ଜିଲାପାଳ ଡ. ଗାଭିଲି ପରାଗ ହର୍ଷଦ ସମସ୍ତ ବ୍ଲକ ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri