ସାଉଥାମ୍ପଟନ,୮।୭(ଏପି): କୋଭିଡ୍-୧୯ ମହାମାରୀ କାରଣରୁ ଗତ ଦୀର୍ଘ କେତେମାସ ହେବ ସ୍ଥଗିତ ରହିବା ପରେ ଏବେ କ୍ରିକେଟ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ଦି ରୋଜ ବଲ୍ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ବିଳମ୍ବିତ ହୋଇଛି। ବର୍ଷା ଓ କୋହଲା ପାଗ ପାଇଁ ଟସ୍ ପଡିବାରେ ବିଳମ୍ବ ହୋଇଛି। ପ୍ରଥମ ଦିନରେ ଆହୁରି ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ମାର୍ଚ୍ଚ ମାସ ପ୍ରାରମ୍ଭରୁ ଏହି ମହାମାରୀ କାରଣରୁ ଏପର୍ଯ୍ୟନ୍ତ କୌଣସି କ୍ରିକେଟ ମ୍ୟାଚ୍ ଖେଳାଯାଇନାହିଁ। ନିୟମିତ ଅଧିନାୟକ ଜୋ ରୁଟ୍ଙ୍କ ଅନୁପସ୍ଥିତିରେ ବେନ୍ ଷ୍ଟୋକ୍ସ ଦଳର ନେତୃତ୍ୱ ନେଉଛନ୍ତି। ସେହିପରି ଜାସନ ହୋଲ୍ଡର ଓ୍ବେଷ୍ଟଇଣ୍ଡିଜର ନେତୃତ୍ୱ ନେଉଛନ୍ତି।