ବରଗଡ଼ ଅଫିସ,୧୩।୮: ରାଜ୍ୟରେ ଗତ ୨ଦିନ ଧରି ବର୍ଷା ଲାଗିରହିଥିବା ବେଳେ ମଙ୍ଗଳବାର ସକାଳୁ ବରଗଡ଼ ଜିଲାରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ଏ ନେଇ ବରଗଡ଼ ସହର ସମେତ ଜିଲାର ଅନ୍ୟ ଅଞ୍ଚଳ ମଧ୍ୟ ବର୍ଷାରେ ବେହାଲ ହୋଇପଡ଼ିଛି। ଏଭଳି ସ୍ଥିତି ଯୋଗୁ ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି। ଏ ନେଇ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।