ବଇଣ୍ଡା,୨୨।୬(ଡି.ଏନ.ଏ.)-ସାମାନ୍ୟ ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ବିଜୁଳି ସେବା ବନ୍ଦ କରି ଦିଆଯାଉଛି। ଫଳରେ କିଶୋରନଗର ବ୍ଲକ ଅଙ୍ଗପଡ଼ା, ତୁରୁଡ଼ା, ଆଡ଼ିକଟା, ନତଡ଼ା, ଢଡରପାଳ ଆଦି ଗ୍ରାମର ବାସିନ୍ଦାମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ସାମାନ୍ୟ ପବନ ବୋହିଲେ ସେହି ଅଞ୍ଚଳ ଗୁଡ଼ିକରେ ସେବା ଯୋଗାଇ ଦିଆଯାଉ ନାହିଁ। ଏହି ଅଞ୍ଚଳ ଗୁଡ଼ିକରେ ଥିବା ବହୁ ବର୍ଷର ପୁରୁଣା ବିଦ୍ୟୁତ୍ ଖୁଣ୍ଟ ଓ ତାର ଗୁଡ଼ିକ ବଦଳାଯାଉ ନ ଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।