ବର୍ଷାରେ ବେହାଲ ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭।୩(ଡି.ଏନ୍‌.ଏ.)

ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଶୁକ୍ରବାର ୫୧ ମିମି ବର୍ଷା ରେକର୍ଡ଼ କରାଯାଇଥିବାବେଳେ ଗୁରୁବାର ୩୪ ମିମି ବର୍ଷା ରେକର୍ଡ଼ କରାଯାଇଥିଲା। ବର୍ଷା ଯୋଗୁ ହଳଦୀ ଅମଳରେ ବାଧାସୃଷ୍ଟି ହୋଇଥିବାବେଳେ ପନିପରିବା ଚାଷୀଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେହିପରି ସକାଳ ୮ଟା ପର୍ଯ୍ୟନ୍ତ କୋହଲା ପାଗ ସାଙ୍ଗକୁ କୁହୁଡି ଜନଜୀବନ ଅସ୍ତବ୍ୟସ୍ତ କରିଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ପରେ ପାଗ ଶୁଖିଲା ରହିବା ସହ ଖରା ହୋଇଥିଲା। ପଞ୍ଚାୟତ ଅଧିନରେ ଥିବା ଡ୍ରେନ୍‌ ଜାମ୍‌ ହୋଇ ରହିଥିବାରୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତାରେ ପ୍ରବାହିତ ହୋଇଥିଲା। ବର୍ଷା ଛାଡିବା ପରେ ଏବେ ରାସ୍ତାରେ କୁଢକୁଢ ପଲିଥିନ ଓ ଅଳିଆ ଜମା ହୋଇ ରହିଛି। ଉକ୍ତ ରାସ୍ତା ବ୍ଲକ କାର୍ଯ୍ୟାଳୟ ଠାରୁ ତହସିଲ କାର୍ଯ୍ୟାଳୟ, ବସ୍‌ ଷ୍ଟାଣ୍ଡକୁ ସଂଯୋଗ କରୁଛି। ମୁଖ୍ୟ ରାସ୍ତା ହୋଇଥିବାବେଳେ ଦୈନିକ ହଜାର ସଂଖ୍ୟାରେ ଲୋକ ଯାତାୟାତ କରୁଛନ୍ତି। ସବୁଠାରୁ ବଡ଼କଥା ହେଲା ବ୍ଲକ କଲୋନୀକୁ ଲାଗି ଉକ୍ତ ରାସ୍ତା ରହିଥିବାବେଳେ ବିଡିଓଙ୍କ କାର୍ଯ୍ୟାଳୟର ଏହା ପଛପାଖ। ସମସ୍ତ ଅଧିକାରୀ ଏହିପଟେ ଯାଇଥାନ୍ତି। ପଞ୍ଚାୟତ ପକ୍ଷରୁ ଏହାକୁ ଅଣଦେଖା କରାଯିବା ସହ ପୁତ୍ତିମୟଗନ୍ଧ ପରିବେଶରେ ନାକ ଫାଟିପଡୁଥିବା ଗ୍ରାମର କୀର୍ତ୍ତିଚନ୍ଦ୍ର ସାହୁ, ସରୋଜ ସାହୁ, ବୁଲୁ ସାହୁ ପ୍ରମୁଖ କହିଛନ୍ତି। ପଞ୍ଚାୟତ ଡ୍ରେନ ସଫେଇ ପାଇଁ ବହୁ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହା କେବଳ କାଗଜକଲମରେ ଚାଲିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡ଼ିର ଶିବମନ୍ଦିର ଛକ ଠାରୁ ଆରମ୍ଭ କରି ତିନିଛକ, ଚାରିଛକ, ବ୍ଲକରୋଡ଼ ଦେଇ ଯାଇଥିବା ସମସ୍ତ ଡ୍ରେନରେ ପଞ୍ଚାୟତ ସଫେଇ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛି ବୋଲି କହୁଥିବାବେଳେ ବାସ୍ତବଚିତ୍ର ସମ୍ପୂର୍ଣ୍ଣ ଅଲଗା।
ଏନେଇ ଦାରିଙ୍ଗବାଡ଼ି ପଞ୍ଚାୟତର ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଡ୍ରେନ୍‌ ସଫେଇ ପାଇଁ ପ୍ରାୟ ଅଢ଼େଇଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏନେଇ ଆକ୍ସନପ୍ଲାନରେ ରଖାଯାଇଥିବା ସେ କହିଛନ୍ତି। ବର୍ଷା ଛାଡ଼ିବା ପରେ ରାସ୍ତା ଉପରେ ପଡ଼ିରହିଥିବା ଆବର୍ଜନାକୁ ସଫେଇ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗ କଲୋନୀ ପରିସରରୁ ସାପ ଉଦ୍ଧାର

ବାଲିଗୁଡା, ତା, ୧୩।୧୨,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବନ ବିଭାଗ କଲୋନୀ ପରିସରରୁ ଏକ ବନସୁନ୍ଦରୀ ବା ପାହାଡିଆ ଚିତି ସାପ...

ଯନ୍ତ୍ରଣା ଦେଉଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ : ଥମୁନି ତୁଷାରପାତ

ଦାରିଙ୍ଗବାଡି,୧୩।୧୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଶନିବାର ତୃତୀୟ ଦିନରେ ମଧ୍ୟ ତୁଷାରପାତ ହୋଇଛି। ଶୀତର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବ୍ଲକ ଅଞ୍ଚଳର...

ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍‌ ମାମଲା, ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ/ବୌଦ୍ଧ, ୧୩ା୧୨(ରାକେଶ କୁମାର ରାଉତ/ଅଜିତ୍‌ କୁମାର ବାରିକ୍‌): ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍‌ ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଭିଜିଲାନ୍ସ...

ତଳ ମୁହାଁ ପାରଦ: ଜି.ଉଦୟଗିରିରେ ୩.୧ ଡିଗ୍ରୀ

ଜି.ଉଦୟଗିରି, ୧୨ା୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ଅଞ୍ଚଳରେ ୨ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ଜାଡ଼ ଥଣ୍ଡା ସହ...

ନିଜ ମାଟ୍ରିକ ବ୍ୟାଚର ସାଙ୍ଗସାଥିଙ୍କ ସହ ବଣଭୋଜିର ମଜା ନେଲେ ଭାଜପା ନେତା, କହିଲେ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ ପାଇଁ…

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼...

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ୟୁକାଲପଟାସ୍‌ ଜଙ୍ଗଲରେ କୁଢ଼କୁଢ଼ ଅଳିଆ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟି ଆଢୁଆଳରେ ରହିଥିବାରୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri