ମେଲବୋର୍ନ,୨୪।୧- ଚଳିତ ଅଷ୍ଟ୍ରେଲିଆନ ଓପନର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ବେଳେ ସ୍ପାନିଶ କିମ୍ବଦନ୍ତୀ ରାଫାଲ ନାଡାଲ ପ୍ରଶଂସକଙ୍କ ମନ ଜିଣିଛନ୍ତି। ଆର୍ଜେଣ୍ଟିନା ଫେଡୋରିକୋ ଡେଲବୋନିଙ୍କ ବିପକ୍ଷ ମ୍ୟାଚ୍ବେଳେ ନାଡାଲଙ୍କ ଏକ ଶକ୍ତିଶାଳୀ ଫୋରହ୍ୟାଣ୍ଡ ଶଟ ବଲ ଗର୍ଲଙ୍କ ମୁଣ୍ଡରେ ବାଜିଥିଲା। ୧୯ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଡାଲ ତୁରନ୍ତ ଉକ୍ତ ବଲଗର୍ଲଙ୍କ ନିକଟକୁ ଯାଇ କ୍ଷମା ମାଗିଥିଲେ ଓ ତାଙ୍କ ଗାଲରେ କିସ୍ କରିଥିଲେ। ମୁଁ ଉକ୍ତ ବାଳିକା ପାଇଁ ଡରି ଯାଇଥିଲି। ବଲ ସିଧା ତାଙ୍କ ମୁଣ୍ଡରେ ବାଜିଥିଲା। ସେ ଜଣେ ସାହସୀ ବାଳିକା ବୋଲି ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି ମ୍ୟାଚ୍ ପରେ କହିଛନ୍ତି। ମ୍ୟାଚ୍ ପରେ ଉକ୍ତ ବଲଗର୍ଲକୁ ଏକ ମୁଣ୍ଡ ବ୍ୟାଣ୍ଡ ଦେଇଥିଲେ।