ବଲାଙ୍ଗୀର ପୌରପାଳିକା ବୁଲା ଗୋରୁଙ୍କୁ ଖାଇବାକୁ ଦେଉନି

ବଲାଙ୍ଗୀର, ୨୦ା୪-ଲକ୍‌ଡାଉନ ଅବଧିକୁ ପ୍ରାୟ ମାସେ ପୂରିବାକୁ ବସିଲାଣି। ବଲାଙ୍ଗୀର ସହରରେ ବୁଲା ଗାଈଗୋରୁ ଭୋକିଲା ଅବସ୍ଥାରେ ବୁଲୁଛନ୍ତି। ରାଜ୍ୟ ସରକାର ବୁଲା ଗାଈଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବଲାଙ୍ଗୀର ମ୍ୟୁନିସିପାଲଟିରେ ଏହାକୁ ପାଳନ କରାଯାଉନାହିଁ। ନାମକୁ ମାତ୍ର ଗାଈଗୋରୁଙ୍କୁ ଖାଉବାକୁ ଦିଆଯାଉଛି। କେବଳ ଫଟୋ ଉଠାଣରେ ବୁଲା ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଣ ସୀମିତ ରହିଛି। ବିଭିନ୍ନ ପଡାରେ ଅନେକ ଗାଈଗୋରୁ ଭୋକିଲା ଅବସ୍ଥାରେ ପଡି ରହିଛନ୍ତି। ପିଇବାକୁ ପାଣି ପାଉନାହାନ୍ତି। କିଛି ଲୋକ ନିଜ ଉଦ୍ୟମରେ ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଇବାକୁ ଯୋଗାଇଛନ୍ତି। ମାତ୍ର ସରକାରୀ ଭାବେ ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଉଥିବା ଦେଖା ଯାଉନାହିଁ। ଫଳରେ ବୁଲା ଗାଈଗୋରୁଙ୍କ ଅବସ୍ଥା ସାଙ୍ଘାତିକ ହୋଇପଡିଲାଣି। ପ୍ରଚଣ୍ଡ ଖରାରେ ଗାଈଗୋରୁମାନେ ଭୋକିଲା ଅବସ୍ଥାରେ ପଡିରହିଥିବାରୁ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି। ବାସ୍ତବରେ ମ୍ୟୁନିସିପାଲଟି ପକ୍ଷରୁ କେତେ ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଉଛି ସେ ତଥ୍ୟ ଦିଆଯାଉନାହିଁ। ବିଭିନ୍ନ ପଡାରେ କିଛିଲୋକ କହିଛନ୍ତି ଯେ ମ୍ୟୁନିସିପାଲଟି ପକ୍ଷରୁ ଗାଈଗୋରୁଙ୍କୁ ଖାଇବାକୁ ଦିଆଯିବା ସେମାନେ ଦେଖିନାହାନ୍ତି। ଲୋକେ ହିଁ ବୁଲା ଗାଈଗୋରୁଙ୍କୁ ଖାଇବାକୁ ଦେଉଛନ୍ତି। ତେବେ ଏ ନେଇ ଜାଣିବାକୁ ମୁନିସିପାଲିଟିର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ୍‌ଙ୍କୁ ଫୋନ୍‌ ଯୋଗେ ଚେଷ୍ଟା କରିଥିଲେ ମଧ୍ୟ ସେ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ନାବାଳକ ଜୀବନ୍ତ ଦଗ୍ଧ

ବୌଦ୍ଧ,୧୧।୧: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବଲାକିରା ଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ପୋଇଁବା ବେଳେ ୨ଜଣ ନାବାଳକ ଜୀବନ୍ତ...

ଧନୁଯାତ୍ରା ମହୋତ୍ସବର ନବମ ଦିନ: ବେନିଭାଇଙ୍କୁ ମେଲାଣୀ, ଭାବବିହ୍ବଳ ହେଲେ ଗୋପପୁରବାସୀ

ମଥୁରାନଗରୀ/ଗୋପପୁର,୧୧।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ଥିଲା ନବମ ଦିବସ। ଗୋପପୁରରୁ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ମଥୁରାନଗରୀ...

ଲିଙ୍କ ଉପରେ କ୍ଲିକ୍‌ କରିବା ପରେ ଆକାଉଣ୍ଟରୁ ଚାଲିଗଲା ୫୦ ହଜାର

ଗୋପାଳପୁର,୧୧ା୧(ନବୀନ ରାଜ ଆଚାରୀ): କିଛି ମାସ ହେଲା ରାଜ୍ୟରେ ସାଇବ ଠକେଇ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଗୋପାଳପୁର ଥାନାରେ ଏକ ଠକେଇ ମାମଲା...

ଥମୁନି ଦାଦନ ଦୁଃଖ: ଆନ୍ଧ୍ରପ୍ରଦେଶରରେ ଓଡ଼ିଶା ଦାଦନ ଶ୍ରମିକଙ୍କ ମୃତ୍ୟୁ

କୁନ୍ଦୁରା,୧୧।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ କେରମେଟି ପଞ୍ଚାୟତ ସଦରର ଶୁକଦେବ ଦୁରୁଆ(୨୩)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ସେ ୩ ମାସ ହେଲା...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଉଦ୍‌ଘାଟିତ ବିଭିନ୍ନ ଷ୍ଟଲ ଦେଖିଲେ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି, ୧୧ା୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ...

ଯାତ୍ରୀ ବିଶ୍ରାମାଗାରରୁ ମିଳିଲା ମୃତଦେହ: ସୋସିଆଲ ମିଡିଆରୁ ଜଣାପଡ଼ିଲା ପରିଚୟ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ନିକଟସ୍ଥ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ ଯାତ୍ରୀ ବିଶ୍ରାମାଗାରରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଶନିବାର...

ହସେଇଲେ ବିଧାୟକ ତାରାପ୍ରସାଦ ବାହିନୀପତି

କୋକସରା,୧୧ା୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ସ୍ତରୀୟ କଳାହାଣ୍ଡି ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର...

ଥରୁଛି ଜି. ଉଦୟଗିରି: ସବୁଠାରୁ ଥଣ୍ଡା ସହର ଚିହ୍ନଟ

ଜି.ଉଦୟଗିରି, ୧୧ା୧(ଶିଶିର ପଟ୍ଟନାୟକ): କନ୍ଧମାଳନ୍‌ ଜିଲା ଜି.ଉଦୟଗିରି ସହରରେ ଚଳିତ ମାସ ୧ ତାରିଖରୁ ଶୀତ ଲହର ଜାରି ରହିଛି। ଶନିବାର ସର୍ବନିମ୍ନ ତାପମାତ୍ରା ୪.୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image